ସମ୍ବଲପୁର ଲୋକ ମହୋତ୍ସବରେ ବୀର ଛବିଳ ସାଇ ପ୍ରଦର୍ଶନୀ ମେଳା

ସମ୍ବଲପୁର, ୦୭, ଜାନୁଆରୀ (ହି.ସ.) ସମ୍ବଲପୁର ଲୋକ ମହୋତ୍ସବ -୨୦୨୬ ଅବସରରେ ‘ବୀର ଛବିଳ ସାଇ ପ୍ରଦର୍ଶନୀ’ ମେଳା ଅନୁଷ୍ଠିତ ହୋଇଯାଇଛି l ପ୍ରଦର୍ଶନୀରେ ସମୁଦାୟ ୫୬୫ଟି ଚିତ୍ର, ୪ଟି ଆର୍ଟ ୱାର୍କସପ୍‌ ଗ୍ରୁପ୍‌ରୁ ୨୦୦ଟି ଚିତ୍ର, ୩୮ଟି ଫଟୋଗ୍ରାଫ୍, ପଥର କଳାକୃତି, ପାରମ୍ପରିକ ମାଟିର ଘର ଓ ବଳଦ ଗାଡ଼ି ପ୍ରଦର୍ଶିତ ହୋଇଛି। ଏହି ପ୍ରଦର୍ଶନୀ ମାଧ୍ୟମରେ ଓଡ଼ିଶାର ଲୋକକଳା, ସଂସ୍କୃତି ଓ ସୃଜନଶୀଳତାକୁ ଜନସାଧାରଣଙ୍କ ସମ୍ମୁଖରେ ସୁନ୍ଦର ଭାବେ ପ୍ରତିପାଦନ କରାଯାଇଛି। ଏହି ପ୍ରଦର୍ଶନୀ ମେଳାକୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୁଜାରୀ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ସମ୍ବଲପୁର ମହାନଗର ନିଗମ କମିଶନର ରେହାନ ଖେତ୍ରୀ ଓ ସମ୍ବଲପୁର ଏସପି ମୁକେଶ ଭାମୁ ଉଦଘାଟନ କରିଥିଲେ। ଏଥିରେ ପ୍ରଦର୍ଶନୀ ସଂଯୋଜକ କୁଲଦୀପ ବୁର୍ମା, ସହ-ସଂଯୋଜକ ରୋଚିସ ଦେ ଓ ଶ୍ରୀମନ୍ତ ସାହୁ, ଲୋକ ମହୋତ୍ସବ ସମନ୍ୱୟକ ଦୀପକ ପଣ୍ଡା, ସମିତି ଉପଦେଷ୍ଟା

ସଦସ୍ୟ ପ୍ରଫୁଲ୍ଲ ହୋତା ସହ ପ୍ରଦର୍ଶନୀ ଉପସମିତି ସଦସ୍ୟମାନେ ସହଯୋଗ କରିଥିଲେ । ଏଥିରେ ଉପସମିତି ସଦସ୍ୟ ଜିତେନ୍ଦ୍ରିୟ ବେହେରା, ସୁବ୍ରତ ବେହେରା, ମାନସୁନ ଭୋଇ, ରୋହନ ଭୋଇ, ଲୋକନାଥ ପୁଜାରୀ, ଯୁଗଳ କିଶୋର ବାରିକ, ଆୟୁଷ୍ମାନ ଦାସ, ଲୋକନାଥ ସାହାଣୀ, ସ୍ୱରୂପା ସାର, ଶିବାନୀ ଭୋଇ, ଥବିର ସେଉଲ, ପ୍ରଜ୍ଞା ପୁଜାରୀ, ଆକାଂକ୍ଷା ପୁଜାରୀ, ଦୀପାଳି ସେଠ, ଦେବେନ୍ଦ୍ର କୁମାର ସାହୁ ଓ ମୋନାଲିସା ଭଗତ ପ୍ରମୁଖ ସକ୍ରିୟ ସହଯୋଗ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande