୪ର୍ଥ ମହାବୀର କପ୍ ରାଜେଶ ବଳ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଂଟ ଉଦ୍ଘାଟିିତ, ଉଦ୍ଘାଟନୀ ମ୍ୟାଚରେ ଇଷ୍ଟକୋଷ୍ଟ ଭଦ୍ରକ ଓ ଦ୍ୱିତୀୟ ମ୍ୟାଛରେ ବାରିପଦା କ୍ରିକେଟ ଏକାଡେମୀ ବିଜୟୀ
ଭଦ୍ରକ, ୭ ଜାନୁଆରୀ (ହି.ସ.) - ଚରମ୍ପା ରେଲେୱ ପଡ଼ିଆରେ ଆଜିଠାରୁ ଅଲ୍ ଓଡ଼ିଶା ୪ର୍ଥ ମହାବୀର କପ୍ ରାଜେଶ ବଳ ମେମୋରିଆଲ କ୍ରିକେଟ୍ ଟୁର୍ଣାର୍ମେଂଟ ଆରମ୍ଭ ହୋଇଛି। ଏହି ଉଦ୍ଘାଟନୀ ଦିବସରେ ୨ଟି ମ୍ୟାଚ ଖେଳା ଯାଇଥିଲା । ପ୍ରଥମ ମ୍ୟାଚରେ ଭଦ୍ରକ ଇଷ୍ଟକୋଷ୍ଟ ରେଲେୱ ଦଳ ବାଲେଶ୍ୱରର ୟୁ ଆଣ୍ଡ୍ ମି ଦଳକୁ ୫ ର
MAHAVEER CUP CRICKET TOURNAMENT


ଭଦ୍ରକ, ୭ ଜାନୁଆରୀ (ହି.ସ.) - ଚରମ୍ପା ରେଲେୱ ପଡ଼ିଆରେ ଆଜିଠାରୁ ଅଲ୍ ଓଡ଼ିଶା ୪ର୍ଥ ମହାବୀର କପ୍ ରାଜେଶ ବଳ ମେମୋରିଆଲ କ୍ରିକେଟ୍ ଟୁର୍ଣାର୍ମେଂଟ ଆରମ୍ଭ ହୋଇଛି। ଏହି ଉଦ୍ଘାଟନୀ ଦିବସରେ ୨ଟି ମ୍ୟାଚ ଖେଳା ଯାଇଥିଲା । ପ୍ରଥମ ମ୍ୟାଚରେ ଭଦ୍ରକ ଇଷ୍ଟକୋଷ୍ଟ ରେଲେୱ ଦଳ ବାଲେଶ୍ୱରର ୟୁ ଆଣ୍ଡ୍ ମି ଦଳକୁ ୫ ରନ୍ରେ ପରାସ୍ତ କରିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ବାରିପଦା କ୍ରିକେଟ ଏକାଡେମୀ ଉତ୍କଳିକା କ୍ଲବ ବାସୁଦେବପୁରକୁ ପରାଜିତ କରିଛି। ଚରମ୍ପା ରେଲେୱ ଗ୍ରାଉଣ୍ଡରେ ଆଜିଠାରୁ ଆରମ୍ଭ ହୋଇଥିବା ଏହି ଟୁର୍ଣାମେଂଟକୁ ମୁଖ୍ୟ ଅତିଥି ବିଜୟ କୁମାର ବେହେରା, ବରେଣ୍ୟ ଅତିଥି ଶୈଲେଶ ଗୁପ୍ତ ଯୋଗ ଦେଇ ଉଦ୍ଘାଟନ କରିଥିଲେ। ଇଷ୍ଟ କୋଷ୍ଟ ରେଲେୱ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୩ ଉଇକେଟ ହରାଇ ୨୬୪ ରନ କରିଥିଲା। ଦଳ ପକ୍ଷରୁ ବିଭାସ ଶ ୫୧ ବଲରେ ୮ଟି ଛକା ଓ ୮ଟି ଚୌକା ବଳରେ ୯୫ ରନ୍ କରିଥିବା ବେଳେ ଅବିନାଶ ସିଂହ ୨୧ ବଲ୍ରେ ୪ଟି ଚୌକା ୧୦ଟି ଛକା ବଳରେ ୭୯ ରନ କରିଥିଲେ। ୟୁ ଆଣ୍ଡ ମି ପକ୍ଷରୁ ଅହିତୋଷ ଦାସ ଓ ଦୀନବନ୍ଧୁ ବେହେରା ଗୋଟିଏ ଲେଖାଏଁ ଉଇକେଟ ନେଇଥିଲେ। ଦ୍ୱିତୀୟାର୍ଦ୍ଧରେ ବାଲେଶ୍ୱରର ୟୁ ଆଣ୍ଡ ମି ଦଳ ବ୍ୟାଟିଂ କରି ୨୦ ଓଭରରେ ୮ ଉଇକେଟ ହରାଇ ୨୫୯ ରନ୍ କରି ମ୍ୟାଚ ହାରିଯାଇଥିଲା। ଦଳ ପକ୍ଷରୁ ସବ୍ୟସାଚୀ ଆଚାର୍ଯ୍ୟ ୩୧ଟି ବଲ୍ରୁ ଲଢୁଆ ୯୩ ରନ କରିଥିବା ବେଳେ ସୌଭାଗ୍ୟ ମିଶ୍ର ୬୦ ରନ କରିଥିଲେ। ରେଲେୱ ପକ୍ଷରୁ ନୀହାର ଭୂୟାଁ ଓ ସଞ୍ଜିତ ଚୌଧୁରୀ ୨ଟି ଲେଖାଏଁ ଉଇକେଟ ନେଇଥିଲେ। ମ୍ୟାନ ଅଫ୍ ଦି ମ୍ୟାଚ୍ ଭାବେ ଅବିନାଶ ସିଂହଙ୍କୁ ବିବେଚିତ କରାଯାଇଥିଲା। ସେହିପରି ଦ୍ୱିତୀୟ ମ୍ୟାଚରେ ଉତ୍କଳିକା କ୍ଳବ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ୧୭ ଓଭରରେ ୧୦୧ ରନ୍ କରି ସମସ୍ତ ଖେଳାଳୀ ଆଉଟ ହୋଇ ଯାଇଥିଲେ। ଦଳ ପକ୍ଷରୁ ସୟଦ ଇଜ୍‌ହାରୁଦ୍ଦିନ ସର୍ବାଧିକ ୨୨ ରନ କରିଥିଲେ। ବାରିପଦା ପକ୍ଷରୁ ଦୀପାଂଶୁ କୁମାର ୩ଟି ଓ ଉପେନ୍ଦ୍ର ନାୟକ ୩ଟି ଉଇକେଟ ନେଇଥିଲେ। ୧୦୨ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ବାରିପଦା ଦଳ ବିଜୟ ଲକ୍ଷ୍ୟକୁ ୧୦.୨ ଓଭରରେ ୩ ଉଇକେଟ ହରାଇ ହାସଲ କରିଥିଲା। ଉତ୍କର୍ଷ ପାଣ୍ଡେ ୪୮ ଓ ଉପେନ୍ଦ୍ର ନାୟକ ୨୦ ରନ କରିଥିଲେ। ଉପେନ୍ଦ୍ର ନାୟକଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବଚେିତ କରାଯାଇଥିଲା। ଅତିଥି ମାନେ ପୁରସ୍କାର ବିତରଣ କରିଥିଲେ। ମ୍ୟାଚକୁ ଅମ୍ପାୟାର ଭାବେ ଶ୍ରଦ୍ଧା ପ୍ରସନ୍ନ ମହାପାତ୍ର ଓ ସାର୍ଥକ ବିଶ୍ୱାଳ ପରିଚାଳନା କରିଥିବା ବେଳେ ରାଜେଶ ନାୟକ ଥାଡ଼ର୍ ଅମ୍ପାୟା,ର୍ ଚନ୍ଦନ ନାୟକ ରିଜର୍ଭ ଅମ୍ପାୟାର ଏବଂ କମର ଖାନ୍ ସ୍କୋରର୍ ଥିଲେ। ଏହି ଟୁର୍ଣ୍ଣାମେଂଟରେ ମୋଟ ୮ଟି ଦଳ ଭାଗ ନେଉଛନ୍ତି। ଏହାର ଫାଇନାଲ ଖେଳ ୧୧ ତାରିଖରେ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ପକ୍ଷରୁ ଶ୍ରୀଧର ମିଶ୍ର ଜଣାଇଛନ୍ତି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande