ସୁବର୍ଣ୍ଣପୁର ଲୋକ ମହୋତ୍ସବ ପାଇଁ ମଶାଲ ଶୋଭାଯାତ୍ରା
ସୁବର୍ଣ୍ଣପୁର, 07 ଜାନୁଆରି (ହି.ସ.) ଆଜି “ମହିମା” ସୁବର୍ଣ୍ଣପୁର ଲୋକ ମହୋତ୍ସବ ଉଦଘାଟିତ ହୋଇଛି। ଏହି ଅବସରରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ପ୍ରଥମେ ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ୱରୀ ଙ୍କ ପୀଠରେ ଜିଲ୍ଲାପା, ସୁବର୍ଣ୍ଣପୁର ଙ୍କ ଦ୍ୱାରା ପୂଜାର୍ଚ୍ଚନା ପରେ ମଶାଲ ଆସି ଜିଲ୍
ସୁବର୍ଣ୍ଣପୁର ଲୋକ ମହୋତ୍ସବ ପାଇଁ ମଶାଲ ଶୋଭାଯାତ୍ରା


ସୁବର୍ଣ୍ଣପୁର ଲୋକ ମହୋତ୍ସବ ପାଇଁ ମଶାଲ ଶୋଭାଯାତ୍ରା


ସୁବର୍ଣ୍ଣପୁର ଲୋକ ମହୋତ୍ସବ ପାଇଁ ମଶାଲ ଶୋଭାଯାତ୍ରା


ସୁବର୍ଣ୍ଣପୁର ଲୋକ ମହୋତ୍ସବ ପାଇଁ ମଶାଲ ଶୋଭାଯାତ୍ରା


ସୁବର୍ଣ୍ଣପୁର ଲୋକ ମହୋତ୍ସବ ପାଇଁ ମଶାଲ ଶୋଭାଯାତ୍ରା


ସୁବର୍ଣ୍ଣପୁର, 07 ଜାନୁଆରି (ହି.ସ.)

ଆଜି “ମହିମା” ସୁବର୍ଣ୍ଣପୁର ଲୋକ ମହୋତ୍ସବ ଉଦଘାଟିତ ହୋଇଛି। ଏହି ଅବସରରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ପ୍ରଥମେ ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ୱରୀ ଙ୍କ ପୀଠରେ ଜିଲ୍ଲାପା, ସୁବର୍ଣ୍ଣପୁର ଙ୍କ ଦ୍ୱାରା ପୂଜାର୍ଚ୍ଚନା ପରେ ମଶାଲ ଆସି ଜିଲ୍ଲାର ରୟାଲ ପଡିଆରେ ପହଞ୍ଚିଥିଲା। ପରେ ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ଲୋକ ମହୋତ୍ସବ ସ୍ଥଳ ରାମେଶ୍ୱର ଷ୍ଟାଡିୟମଠାରେ ପହଞ୍ଚିଥିଲା। ଏହି ମଶାଲ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ ବୀରମହାରାଜପୁର ବିଧାୟକ ଇଂ ଶ୍ରୀ ରଘୁନାଥ ଜଗଦଲା, ଜିଲ୍ଲାପାଳ ସୁବର୍ଣ୍ଣପୁର ଡ଼. ନୃପରାଜ ସାହୁ, ଉପଜିଲ୍ଲାପାଳ ଶ୍ରୀମତୀ ସୌମ୍ୟ ରୁପା ରଥ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମାଝୀ, ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଅଶ୍ୱିନୀ କୁମାର ମେହେର, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଯମୁନା ପ୍ରଧାନ ଏବଂ ଜିଲ୍ଲାର ମହିମା ଧର୍ମ ଅବଲମ୍ବନ କରିଥିବା ସାଧୁ-ସନ୍ଥମାନେ।

ଶୋଭାଯାତ୍ରାରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସିଥିବା ଅନେକ ସାଂସ୍କୃତିକ ଏବଂ କୀର୍ତ୍ତନ ଦଳ ସାମିଲ ହୋଇଥିଲେ। ସୁବର୍ଣ୍ଣପୁର ସହର ଆଜି ପ୍ରକମ୍ପିତ ହୋଇ ଉଠିଥିଲା। ଏହି ଶୋଭାଯାତ୍ରା ରୟାଲ ପଡିଆରୁ ଆରମ୍ଭ ହୋଇ ବ୍ଲକ ଛକ, ଆମ୍ବେଦକର ଛକ, ବସ ଷ୍ଟାଣ୍ଡ, ବିଜୁ ପଟ୍ଟନାୟକ ଛକ, ଥାନାପତି ପଡ଼ା, ସୁରେଶ୍ୱରୀ ମନ୍ଦିର ଦେଇ ରାମେଶ୍ୱର ଉତ୍ସବ ପଡିଆରେ ପହଞ୍ଚିଥିଲା।

ଚଳିତ ବର୍ଷ ମହିମା ଧର୍ମକୁ ବିଷୟବସ୍ତୁ ଭାବେ ରଖାଯାଇଥିବାରୁ, ଅନେକ ସାଧୁ-ସନ୍ଥ ଏଥିରେ ଭାଗ ନେଇ ଭୀମଭୋଇଙ୍କ ଚିନ୍ତାଧାରାକୁ ଆହୁରି ପ୍ରଚାର-ପ୍ରସାର କରିବାରେ ସାହାଯ୍ୟ କରିଥିଲେ। ଦଣ୍ଡ ନୃତ୍ୟ, ମୟୁର ନାଚ, ଅଖଡ଼ା ବାବା, କୀର୍ତ୍ତନ ଦଳ ପ୍ରମୁଖ ଶୋଭାଯାତ୍ରାରେ ଭାଗ ନେଇଥିଲେ। ଶୋଭାଯାତ୍ରାର ମୁଖ୍ୟ ଆକର୍ଷଣ ହୋଇଥିଲେ କଳାହାଣ୍ଡିର କଟପ୍ପା।ଜିଲ୍ଲାପାଳ ନିଜେ ମହିମା ଧର୍ମାବଲମ୍ବୀମାନଙ୍କ ସହିତ ମଶାଲ ଧରି ଗାଡ଼ିରେ ସହର ପରିକ୍ରମା କରିଥିଲେ। ଘଣ୍ଟ ବାଦ୍ୟରେ ସହର ନାଚି ଉଠିଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande