ସେୱା କାଗଜକଳର ବିଆଇଇୟୁ ସଂଘ ଯୁଗ୍ମ ଶ୍ରମ କମିଶନରଙ୍କୁ ଦାବିପତ୍ର
Bhubaneswar, 07 ଜାନୁଆରି (ହି.ସ.) ଜୟପୁର, କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ସେୱା କାଗଜକଳର କର୍ମଚାରୀ ମାନଙ୍କୁ ଗତ ୨ ବର୍ଷ ୪ ମାସର ବକୟା ଦରମା ମିଳିନଥିବା ଅଭିଯୋଗ ନେଇ ଜୟପୁର ସ୍ଥିତ ଯୁଗ୍ମ ଶ୍ରମ କମିଶରଙ୍କୁ ବାଲାରପୁର ଇଣ୍ଡିଷ୍ଟ୍ରିସ୍ କର୍ମଚାରୀ ସଂଘ (ବିଆଇଇୟୁ)ପକ୍ଷରୁ ଏକ ସ୍ମାରକପତ୍ର ପ୍
ସେୱା କାଗଜକଳର ବିଆଇଇୟୁ ସଂଘ  ଯୁଗ୍ମ ଶ୍ରମ କମିଶନରଙ୍କୁ ଦାବିପତ୍ର


Bhubaneswar, 07 ଜାନୁଆରି (ହି.ସ.)

ଜୟପୁର,

କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ସେୱା କାଗଜକଳର କର୍ମଚାରୀ ମାନଙ୍କୁ ଗତ ୨ ବର୍ଷ ୪ ମାସର ବକୟା ଦରମା ମିଳିନଥିବା ଅଭିଯୋଗ ନେଇ ଜୟପୁର ସ୍ଥିତ ଯୁଗ୍ମ ଶ୍ରମ କମିଶରଙ୍କୁ ବାଲାରପୁର ଇଣ୍ଡିଷ୍ଟ୍ରିସ୍ କର୍ମଚାରୀ ସଂଘ (ବିଆଇଇୟୁ)ପକ୍ଷରୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏହିପରି ଆସନ୍ତା ୭ଦିନ ମଧ୍ୟରେ କୌଣସି ପଦକ୍ଷପ ଗ୍ରହଣ କରାନଗଲେ କର୍ମଚାରୀ ସଂଘ ପକ୍ଷରୁ ଦୃଢ ପଦକ୍ଷପ ଗ୍ରହଣ କରାଯିବ ବୋଲି ପତ୍ର ମାଧ୍ୟମରେ ଚେତାବନୀ ଦେଇଛନ୍ତି । ସଂଘର ସଭାପତି ତଥା ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ ଏବଂ ସାଧାରଣ ସମ୍ପାଦକ ସରୋଜ ସୁଆରଙ୍କ ସ୍ବାକ୍ଷର ସମ୍ମିଳିତ ଏହି ଦାବିପତ୍ରରେ ଭାରତୀୟ ସମ୍ବିଧାନର ବିଭିନ୍ନ ଧାରାକୁ ଉଲଘ୍ନନ କରାଯାଇଛି । ତେଣୁ ନିର୍ଦ୍ଧାରିତ ସମୟରେ ବକୟା ଦରମା ଟଙ୍କା ପ୍ରଦାନ କରାନଗଲେ ଆସନ୍ତା ୭ ଦିନ ପରେ କୌଣସି ସମସ୍ୟା କିମ୍ବା ଅଘଟଣ ଘଟିଲେ କାଗଜକଳ ପରିଚାଳନା କର୍ତ୍ତୃପ କ୍ଷ ରହିବେ ବୋଲି ଚେତାବନୀ ଲିଖିତ ଭାବେ ଦେଇଛନ୍ତି । କାଗଜକଳ କର୍ତ୍ତୃପକ୍ଷ ଗତ ୨୦୨୩ ଅଗଷ୍ଟ ମାସରୁ ଦରମା ଟଙ୍କା ପ୍ରଦାନ କରିଥିବା ବେଳେ ଗତ ୨୦୨୪ ମସିହା ଜୁଲାଇ ମାସରୁ ଉତ୍ପାଦନ ସମ୍ପୁର୍ଣ୍ଣ ଭାବେ ବନ୍ଦ କରିଛନ୍ତି । ଏହିପରି ବାରମ୍ବାର ଦାବି କରାଯାଉଥିଲେ ସୁଦ୍ଧା କର୍ତ୍ତୃପକ୍ଷ କର୍ମଚାରୀ ମାନଙ୍କୁ ଦାବିକୁ ଅଣଦେଖା କରିବା ସହିତ ସେମାନଙ୍କ ଜୀବନ ଜୀବିକା ଦୁର୍ବସହ ହୋଇଥିବା ବେଳେ ଭବିଷ୍ୟତ ସହିତ ଖେଳୁଛନ୍ତି ବୋଲି ଅଭିଯୋଗ । ଏହି ଦାବିପତ୍ର ପ୍ରଦାନ ବେଳେ ସଂଘର ସମସ୍ତ କର୍ମକର୍ତ୍ତା ଏବଂ ସଦସ୍ୟ ମାନେ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande