
ସମ୍ବଲପୁର, ୦୭ ଜାନୁଆରୀ(ହି.ସ.) – ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ପି ଏମ ଶ୍ରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅର୍ଡ଼ାବାହାଲ ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି। ଆଜିକାର ଏହି କାର୍ଯ୍ୟକ୍ରମରେ ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀ ସ୍ୱର୍ଣପ୍ରଭା ଯାଦବଙ୍କ ଅଧ୍ୟକ୍ଷତାରେ ସେ ନିଜେ ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅର୍ଡ଼ାବାହାଲରେ ସଭାପତି ରଞ୍ଜନ କୁମାର ନାଏକ ସଭା କାର୍ଯ୍ୟ ତୁଲାଇଥିଲେ। ସଂସ୍କୃତ ଶିକ୍ଷକ ରଞ୍ଜନ ନାଏକ ମଂଚ ପରିଚାଳନା କରିଥିବା ବେଳେ ଆଜିକାର ମୁଖ୍ୟ ଅତିଥି ଭାବରେ ପଂଚାୟଟି ରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବିନାରାୟଣ ନାଏକ ଯୋଗଦେଇ ଛାତ୍ରୀମାନଙ୍କୁ ବହୁତ ସୁନ୍ଦର ଭାବରେ ଉସ୍ୱାହିତ କରି ଶିକ୍ଷା ଓ ଶିକ୍ଷା ଜୀବନ ଉପରେ ବୁଝାଇଥିଲେ। ଯେପରି କୌଣସି ଜିନିଷ ଅସମ୍ଭବ ନାହିଁ ଚେଷ୍ଟା କଲେ ହିଁ ସବୁ ସମ୍ଭବ ଜଣେ ଚା ବିକାଳୀ, ଜଣେ କାଣ୍ଡକର ଦେଶର ପ୍ରଧାନ ମନ୍ତ୍ରୀ ଦେଶର ସର୍ବୋତମ କଳାକାର ହେଇ ପାରୁଛି ତାହାହେଲେ ହାମ ଚେଷ୍ଟା ଓ ଅଭ୍ୟାସ ମାଧ୍ୟମରେ ଆମେ ବି ବିକାଶର ଲକ୍ଷପଥଙ୍କୁ ଛୁଇଁ ପାରିବା। ପି ଏମ ଶ୍ରୀ ବିଦ୍ୟାଳୟ ଗଠନ କରିବାର ମାନେ ଆମ ଶିକ୍ଷାରେ ମୋ ଦେଶ, ମୋ ମାଟି, ମୋ ଶିକ୍ଷା ନିଜ ଦେଶକୁ ନିଜର ସର୍ବସ୍ୱଙ୍କୁ ନିଜେଇ ଆପଣାଇବା ପାଇଁ ପିଏମଶ୍ରୀ ଆରମ୍ଭ କରାଯାଇଛି କ୍ଷ ଆମେ ଯଦି ଇତିହାସ କୁ ଦେଖିବା ତାହା ହେଲେ ସମସ୍ତ ମହାପୁରୁଷଙ୍କ ଇତିହାସ ଅଲଗା ଅଲଗା କିନ୍ତୁ ସମସ୍ତଙ୍କ ଉଦେଶ୍ୟ ଏକ ଏହିପରି ଭାବରେ ଏବେ ଭାରତ ସରକାରଙ୍କ ଶିକ୍ଷାନୀତି ଅଲଗା ଅଲଗା କିନ୍ତୁ ଲକ୍ଷ ଏକ ବୋଲି ମନ୍ତ୍ରୀ ତାଙ୍କ ଉଦବୋଧନ ରେ କହି ଅଭି୍ୱାବକ ଓ ଛାତ୍ରୀଙ୍କ ମନ ଜିଣି ନେଇଥିଲେ। ସେହିପରି ଭାବରେ ମୁଖ୍ୟ ବକ୍ତା ଭାବରେ ନବକୃଷ୍ଣ ଚୌଧୁରି ବି. ଇ. ଡି କଲେଜ ଅନଗୁଳର ଆସିସଟାଣ୍ଡ ପ୍ରଫେସର ନୀଳମଣି ବାଘ ଛାତ୍ରୀ ମାନଙ୍କୁ କହିଥିଲେ ତୁମ ମାନଙ୍କ ମଧ୍ୟରେ ହିଁ ଆଗାମୀ ଇନ୍ଦିରା ଗାନ୍ଧୀ, ତୁମ ମଧ୍ୟରେ ହିଁ ଆଗାମୀ ଦେଶର ଦ୍ରୋପଦୀ ମୁର୍ମୁ, ତୁମମାନଙ୍କର ଏହି ସଂସ୍କାର ଏବଂ ଏହି ଧର୍ଯ୍ୟ ଆପଣମାନଂକୁ ସୁଦୃଢ କରିବାରେ ଗଢୁଛ। ବିଚାରକୁ ପଢି ନୁହେଁ ବିଚାର ରେ ଚାଲି ଆମେ ଆଗକୁ ବଢିବା ଓ ସୂର୍ଯ୍ୟ ପରି ଚମକିବା।
ସେହିପରି ଭାବରେ ସମ୍ମାନୀତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ କୁଚିଣ୍ଡା ଅନିଭା ନାୟକ, ସ୍କୁଲ କମିଟିର ବିଭିନ୍ନ ସଦସ୍ୟ ବୃନ୍ଦ ଉପସ୍ଥିତ ରହି ଛାତ୍ରୀ ମନକୁ ଉସ୍ୱାହିତ କରିଥିଲେ। କାର୍ଯ୍ୟକ୍ରମରେ ବାର୍ଷିକ କ୍ରୀଡା, ସଂଗୀତ ତଥା ରାଜ୍ୟ, ଦେଶରୁ ଉତୀର୍ଣ୍ଣ ହୋଇଥିବା ଛାତ୍ରୀମାନଙ୍କୁ ଅତିଥିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ ପୁରସ୍କୃତ କରାଯାଇଥିଲା। ଏହି ବିଦ୍ୟାଳୟର ସମସ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସହଯୋଗୀ ଶିକ୍ଷକ ଖେଳ ଶିକ୍ଷକ ଚନ୍ଦନ କୁମାର ମାକର, ରଞ୍ଜନ ସାହୁ, ହରିହର ନାଏକ, ରାଜେନ୍ଦ୍ର କୁମାର ସାହୁ, ବିକାଶ ବିଜୟୀ ନାଏକ, ଝିଲି ପଧାନ, ଶିବାନୀ ମରେଇ, ଦୀପିକା ନାଏକ, ସୁଷମା ପାଣିଙ୍କ ସହ ସମସ୍ତ କର୍ମଚାରୀ ସାହାଯ୍ୟ ସହଯୋଗ କରିଥିଲେ। ଶେଷରେ ବିଦ୍ୟାଳୟର ଝିଲି ପଧାନ ଧନ୍ୟବାଦ ଅର୍ପଣ ଜଣାଇଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ