
ଜୟପୁର, ୦୭ ଜାନୁଆରି (ହି.ସ.) - ଜୟପୁର ସହରରେ ବେଆଇନ ପଲିଥିନ ବିକ୍ରି କରାଯାଉଥିବା ଅଭିଯୋଗ ନେଇ ଗତକାଲି ପୌର କାର୍ଯ୍ୟାଳୟ ପକ୍ଷରୁ ପକ୍ଷରୁ ଚଢଉ କରାଯାଇଛି । ଦୈନିକ ବଜାର ରେ ୨ଟି ଦୋକାନ ଏବଂ ଉପରେ ଚଢଉ କରାଯାଇ ବେଆଇନ ଭାବେ ବିକ୍ରି କରାଯାଉଥିବା ୧୫ କେଜି ପଲିଥିନ ଜବତ କରିବା ସହ ୧୫ଶହ ଟଙ୍କା ଜରିମାନା ଆଦାୟ କରାଯାଥିଲା । ମହାତ୍ମାଗାନ୍ଧୀ ( ଏମଜି) ରୋଡ ପଲିଥିନ ପାଇକାରୀ ଦୋକାନ ଜ୍ୟୋତି ଟ୍ରେଡର୍ସ ଉପରେ ଚଢଉ କରାଯାଇଥିଲା । କିନ୍ତୁ ଦୋକାନୀ ପୌର କର୍ମଚାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହିତ ଦୋକାନ ବନ୍ଦ କରି ଚାଲିଯାଇଥିଲେ । ଖବରପାଇ ଅତିରିକ୍ତ ପୌର ନିର୍ବାହୀ ଅଧିକାରୀ ପୂଜା ରାଉତ ଘଟଣାସ୍ଥଳରେ ପହଂଚି ଦୋକାନ ମାଲିକଙ୍କୁ ଫୋନ କରିଥିଲେ. କିନ୍ତୁ ଫୋନ ଉଠାଇନଥିଲେ । ଶେଷରେ ପୁଲିସ ଉପସ୍ଥିତିରେ ପୌରସଂସ୍ଥା ପକ୍ଷରୁ ଉକ୍ତ ଦୋକାନକୁ ସିଲ କରାଯାଇଛି । ଆଜି ଦୋକାନୀ ପୌରସଂସ୍ଥା ଅଧିକାରୀଙ୍କୁ ଆଚରଣ ପାଇଁ କ୍ଷମାପ୍ରାର୍ଥନା କରିବା ସହ ଅନୁରୋଧ କ୍ରମେ ପୌରସଂସ୍ଥା ପକ୍ଷରୁ ପୁଲିସ ଉପସ୍ଥିତିରେ ସିଲ ଖୋଲାଯାଇ ସମୁଦାୟ ୪୭.୮ କିଲୋ ବେଆଇନ ପଲିଥିନ ଜବତ କରିବା ସହ ୧୦ ହଜାର ଟଙ୍କା ଜରିମାନା ଜରୀ କରାଯାଇ ଆଦାୟ କର।।ଇଛି । ଏହି ଚଢଉରେ ନୀରିକ୍ଷକ ଭୁବନୀ ହାଲବା, ସତ୍ୟ ନାରାୟଣ ପାତ୍ର , କିରଣ ମଲ୍ଲିକଙ୍କ, ଜଗିଦଶ ରାଓ ଏବଂ ଟାଉନଥାନା ପୁଲିସ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି