
ସମ୍ବଲପୁର, ୦୭, ଜାନୁଆରୀ (ହି.ସ.) - ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ନିକଟ ରାବଣଡିହି ବୃଦ୍ଧାଶ୍ରମରେ କୁଚିଣ୍ଡା ବିଜୁ ପାଠାଗାର ଟ୍ରଷ୍ଟ ପକ୍ଷରୁ ଶୀତବସ୍ତ୍ର ବଂଟନ କରାଯାଇଥିବା ଜଣାପଡିଛି। ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୬ ଟା ସମୟରେ ବିଜୁ ପାଠାଗାର ଟ୍ରଷ୍ଟ ସଦସ୍ୟ ମାନେ ବୃଦ୍ଧାଶ୍ରମ କୁ ପହଂଚି ଅନ୍ତେବାସୀ ଙ୍କୁ ଜେକେଟ, ଟୋପି ଓ ମୁଜା ସମେତ ଅନ୍ୟାନ୍ୟ ଶୀତବସ୍ତ୍ର ବଂଟନ କରିଥିଲେ। ଏହି ସମୟର ମୁଖ୍ୟ ଅତିଥି ଭାବେ କୁଚିଣ୍ଡା ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ନାଏକ ଉପସ୍ଥିତ ରହି ଅନ୍ତେବାସୀଙ୍କ ଦୁଃଖସୁଖ ପଚାରି ବୁଝିବା ସହ ମାନବ ସେବା ହିଁ ମାଧବ ସେବା ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଟ୍ରଷ୍ଟ ସଭାପତି ସଞ୍ଜୟ କୁମାର ବେହେରା, ଜିଲ୍ଲା ପରିଷଦ ସଭ୍ୟ ଅଜିତ ମହାପାତ୍ର, ଓକିଲ ବର୍ଦାନନ୍ଦ ଶର୍ମା, କେନାଢ଼ିପା ପୁର୍ବତନ ସରପଂଚ ଶାନ୍ତନୁ ନାଏକ ଓ ବରିଷ୍ଠ ଚାଷୀ ସୁଶିଲ ନାଏକ ଉପସ୍ଥିତ ରହି ଅସହାୟ ବୃଦ୍ଧବୃଦ୍ଧା ଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ