



ବଲାଙ୍ଗୀର, ୦୭ ଜାନୁଆରୀ(ହି.ସ.) – ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ସଭାଗୃହ ରେ ବଲାଂଗିର ଟେକ୍ସବାର ଏସୋଷିଏସନ୍ ଆୟୋଜନ କ୍ରମେ ବଲାଙ୍ଗିର ଠାରେ ସମଗ୍ର ଦେଶରୁ ଆସୁଥିବାଆଡଭୋକେଟ ମାନଙ୍କ ଜାତୀୟ ଅଧିବେଶନ ସ୍ୱର୍ଣ୍ଣ ସମାଗମ’କୁ ସୁପ୍ରିମ କୋର୍ଟ ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ର ସକାଳ ୮ରୁ ୯ ଘଂଟା ଉଦ୍ଘାଟନ ସତ୍ର କୁ ଉଦଘାଟନ କାରିବେ ବୋଲି ଆୟୋଜନ କମିଟି ଅଧ୍ୟକ୍ଷ ଆଇନଜୀବୀ ନକୁଲ ଅଗ୍ରୱାଲ ଆଜି ଏଠାରେ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଉଦଘାଟନ ସମାରୋହ ରେ ସମ୍ମାନୀତ ଆଟିଥି ରୂପେ ପୁର୍ବତନ ରାଂଚି ହାଇକୋର୍ଟ ମୁଖ୍ୟ ବିଚାରପତି ବର୍ତମାନ ଜି ଏସ ଟି ଏ ଟି ର ଅଧ୍ୟକ୍ଷ ମନ୍ୟବର ଜଷ୍ଟିସ ସଂଜୟ କୁମାର ମିଶ୍ର, ଓଡ଼ିଶା ଉଚ୍ଚ ନ୍ୟାୟାଳୟ ର ବିଚାରପତି ଜଷ୍ଟିସ ସଞ୍ଜୀବ କୁମର ପାଣିଗ୍ରାହୀ ଓ ମାନ୍ୟବର ନ୍ୟାୟଧିସ ଗୌରୀ ଶଙ୍କର ଶତପଥୀ ଯୋଗଦାନ କରୁଥିବା କହିଛନ୍ତି। ପରେ ଅନ୍ୟ ତିନିଟି ଟେକ୍ନିକାଲ ସେଶନ ରେ ଚାଟାର୍ଡ ଆକାଉଂଟ ଅଂଚଳ କପୁର ଦିନ ୧୧ରୁ ୧୨ ୩୦ ଭିତରେ ଜିଏସଟି ଧାରା ୭୩ ବନାମ ୭୪ ଉପରେ ବକ୍ତବ୍ୟ ଦେବେ। ଦିନ ୧୨.୩୦ରୁ ୧.୩୦ ତୃତୀୟ ସେଶନ୍କୁ ଆଇନଜୀବୀ ପୁନିତ ଅଗ୍ରୱାଲ ବକ୍ତବ୍ୟ ରଖିବେ। ତୃତୀୟ ଟେକ୍ନିକାଲ ଆୟକର ସେସନ୍ ରେ ଅସୀମ ପ୍ରକାଶ ଚାଟାର୍ଡ ଆକାଉଂଟ ବକ୍ତା ଭାବରେ ରହିବେ। ଏହି ଦିନ ତମାମ ଅଧିବେଷଣ ସମସ୍ତଙ୍କ ପାଇଁ ଉପଯୋଗୀ ହେବ। ଅନ୍ୟମାନଙ୍କ ମଧ୍ୟରେ ଉପ ଅଧ୍ୟକ୍ଷ ସିଏ ନାରେନ୍ଦ୍ର ଜୈନ, ସଭାପତି ଶାନ୍ତନୁ କୁମର ଭୋଇ, ସମ୍ପାଦନ ପ୍ରଭଞ୍ଜନ ହୋତା ସାମ୍ୱାଦିକ ସମ୍ମିଳନୀରେ ମଂଚାସୀନ ଥିଲେ। ଆୟୋଜକ କମିଟି ସଭ୍ୟ ତଥା ବାରର ସଦସ୍ୟଗଣ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ