
ମୁଖୀଗୁଡା ୭ ଜାନୁଆରୀ(ହି ସ) ଆଜି ଜୟପାଟଣା ଷ୍ଟେଟ ବ୍ୟାଙ୍କ ସମ୍ଭୁଖରେ ଏକ ସିମେଣ୍ଟ ବୋଝେଇ ଟ୍ରକ ଧକ୍କା ଦେବାରୁ ୩ କଲେଜ ଆହତ ହୋଇଥିଲେ ।ସେମାନଙ୍କ ମଧ୍ୟରୁ ଜଣକ ଅବସ୍ଥା ଗୁରୁତର ହେବାରୁ ଭବାନୀପାଟଣା ଡାକ୍ତରଖାନାକୁ ନିଆଯାଇଛି ।ଆଜି ଇନ୍ଦ୍ରାବତି ମହାବିଦ୍ୟାଳୟ ର + ୩ ଦିତୀୟ ବର୍ଷର ଛାତ୍ର ରିତିକ ରାଉତ, ପରମାନନ୍ଦ ନାଏକ ଏବଂ ମହେନ୍ଦ୍ର ଝୋଡ଼ିଆ ଟ୍ରକ ଦ୍ରୁତ ଗତିରେ ଆସୁଥିବା ଦେଖି ସତର୍କ ହୋଇ ମୋଟର ସାଇକେଲରେ ରାସ୍ତା କଡରେ ଥିବା ବେଳେ ଟ୍ରକ ଧକ୍କା ଦେଇଥିଲା ।ଗୁରୁତର ଆହତ ପରମାନନ୍ଦ ଙ୍କୁ ଚିକିତ୍ସା ଭବାନୀ ପାଟଣା ନିଆଯାଇଛି ।ଟ୍ରକ କୁ ଜୟପାଟଣା ଥାନାରେ ଅଟକ ରଖାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ନିହାର