
କୋରେଇ, ୭ ଜାନୁଆରି(ହି.ସ.) - ପାଣିକୋଇଲି ଟ୍ରାଫିକ ଉପରେ ଆଜି ଏକ ଟ୍ରକ ଅଗ ଚକା ତଳେ ସ୍କୁଟି ପଶିଯାଇ ଦୁର୍ଘଟଣା ଘଟିଥିଲେ ବି ସ୍କୁଟି ଚାଳକ ମହିଳା ଅଳ୍ପକେ ବର୍ତିଯାଇଛନ୍ତି । ପ୍ରକାଶଯେ କଟକପଟୁ ଯାଜପୁରରୋଡ ଅଭିମୁଖେ ଆସୁଥିବା ଏକ ଟ୍ରକ ଆଗରେ ସ୍କୁଟି ନେଇ ଯାଉଥିବା ଜଣେ ମହିଳା ପଡିଯାଇଥିଲେ । ମାତ୍ର ଟ୍ରକ ଚାଳକ ଗାଡିକୁ ଅଟକାଇ ଦେବାରୁ ମହିଳା ଜଣଙ୍କ ବର୍ତିଯାଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ