ଉଠା ଜଳସେଚନ ର ପାଣି ପଂଚାୟତ ପକ୍ଷ
ଉଠା ଜଳସେଚନ ର ପାଣି ପଂଚାୟତ ପକ୍ଷ
ଉଠା ଜଳସେଚନ ର ପାଣି ପଂଚାୟତ ପକ୍ଷ


Bhubaneswar, 07 ଜାନୁଆରି (ହି.ସ.)ଉଠା ଜଳସେଚନ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ

ରାଉରକେଲା, 7/1/2025 - ରାଉରକେଲା ଉଠା ଜଳସେଚନ ବିଭାଜନ ପକ୍ଷରୁ ଉଦିତ ନଗର ସ୍ଥିତ ସମନ୍ୱିତ ଆଦବାସୀ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ପାଣି ପଂଚାୟତ ପକ୍ଷ ପାଳିତ ହୋଇଯାଇଛି। ବିଭାଜନର ନିର୍ବାହୀ ଯନ୍ତ୍ରୀ ଇଂ ଅମୃତ କୁମାର ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ରାଉରକେଲା ନିର୍ବାଚନ ମଣ୍ଡଳୀର ଜଣାଶୁଣା ତଥା ଏହି ଅଂଚଳର ଲୋକପ୍ରିୟ ବିଧାୟକ ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ ଯୋଗଦେଇ ସରକାରଙ୍କ ପକ୍ଷରୁ କୃଷକମାନଙ୍କ ପାଇଁ ଅନୁମୋଦିତ ହୋଇଥିବା ବିଭିନ୍ନ ଯୋଜନା ଗୁଡ଼ିକ ଦ୍ୱାରା କୃଷକମାନେ କିଭଳି ଭାବେ ଲାଭବାନ ହୋଇପାରିବେ ସେ ବିଷୟରେ ପରାମର୍ଶ ଦେଇଥିଳେ। ସମ୍ମାନିତ ଅତିଥିଭାବେ ସମନ୍ୱିତ ଆଦିାବାସୀ ଉନ୍ନୟନ ସଂସ୍ଥାର

ପ୍ରକଳ୍ପ ପ୍ରଶାସକ ଶ୍ରୀମତୀ ବିକରାଣୀ କିସପଟ୍ଟା, ଜିଲ୍ଲା କୃଷି ବିଭାଗ ଅଧିକାରୀ ଶ୍ରମତୀ ରୁପମ କୁମାରୀ ଓ ଶ୍ରୀମତୀ ଆଦ୍ୟାଶା ମିଶ୍ର, ଉଦ୍ୟାନ ବିଭାଗ ଅଧିକାରୀ ସୌମ୍ୟ ପାଠକ, ସହକାରୀ ଯନ୍ତ୍ରୀ ଜଳସେଚନ ବିଭାଗ ଶ୍ରୀମତୀ ବଧୁପମା ପ୍ରଧାନ ପ୍ରମୁଖ ଯୋଗଦେଇ କୃଷକଙ୍କୁ ତାଙ୍କ କୃଷି ପ୍ରଣାଳୀ ଓ ଉପକାରିତା ଉପରେ ପରାମର୍ଶ ଦେଇଥିଲେ। ଏହି ସଭାକୁ ସଫଳ କରିବା ପାଇଁ ବିଭାଗୀୟ ସହକାରୀ ଯନ୍ତ୍ରୀ ଇଂ ଶ୍ରୀ ତିରୁପତି ନନ୍ଦ,ସହକାରୀ ଯନ୍ତ୍ରୀ ଇଂ ସେଲେଷ୍ଟିନା ସୀମା ସୂରିନ, ଇଂ, ପଲ୍ଲବୀ ଆଚାର୍ଯ୍ୟ, ଇଂ. ଶୁଭମ ପାଲ, ଇଂ. ସୌମ୍ୟରଂଜନ ବେହେରା ଓ ଅନ୍ୟ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ। ବିଭାଗ ତରଫରୁ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିବା ସହିତ ମାନପତ୍ର ପ୍ରଦାନ କରାଯାଇଥିଲା।ଏଥିରେ ବିଭାଜନ ର ବିଭିନ୍ନ ବ୍ଲକ ରୁ ଶତାଧିକ ଚାଷୀ ଉପସ୍ଥିତ ଥିଲେ l

---------------

ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ


 rajesh pande