ଜିଲ୍ଲା ମହୋତ୍ସବ, ପଲ୍ଲିଶ୍ରୀ ମେଳା-୨୦୨୬ର ପ୍ରସ୍ତୁତି ସମୀକ୍ଷା କଲେ ଜିଲ୍ଲାପାଳ
କେନ୍ଦ୍ରାପଡ଼ା, ୦୭ ଜାନୁଆରୀ(ହି.ସ.) – ଆଜି ସନ୍ଧ୍ୟାରେ ଜିଲ୍ଲାପାଳ ରଘୁରାମ ଆର୍‌. ଆୟର ଜିଲ୍ଲା ମହୋତ୍ସବ, ପଲ୍ଲିଶ୍ରୀ ମେଳା ଏବଂ ଆତ୍ମନିର୍ଭର ସ୍ୱଦେଶୀ ମେଳା ଆୟୋଜନ ନେଇ ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷ
ଜିଲ୍ଲା ମହୋତ୍ସବ, ପଲ୍ଲିଶ୍ରୀ ମେଳା-୨୦୨୬ର ପ୍ରସ୍ତୁତି ସମୀକ୍ଷା କଲେ ଜିଲ୍ଲାପାଳ


କେନ୍ଦ୍ରାପଡ଼ା, ୦୭ ଜାନୁଆରୀ(ହି.ସ.) – ଆଜି ସନ୍ଧ୍ୟାରେ ଜିଲ୍ଲାପାଳ ରଘୁରାମ ଆର୍‌. ଆୟର ଜିଲ୍ଲା ମହୋତ୍ସବ, ପଲ୍ଲିଶ୍ରୀ ମେଳା ଏବଂ ଆତ୍ମନିର୍ଭର ସ୍ୱଦେଶୀ ମେଳା ଆୟୋଜନ ନେଇ ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଆରକ୍ଷୀ ଅଧିକାରୀ ସୁଧାକର ସାହୁ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ)ରବୀନ୍ଦ୍ର କୁମାର ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ନବକ୍ରିଷ୍ଣ ଜେନା, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଜ୍ୟୋତିରଞ୍ଜନ ଗୌଡ଼, ଡିଏସ୍‌ପି ଡିଆଇ୍ୱି ଲକ୍ଷ୍ମୀ ନାରାୟଣ ତିୱାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ ତ୍ରିଭୁବନ ଜୟସିଂ, ଅବକାରୀ ଅଧିକ୍ଷକ ବିପ୍ରଚରଣ ମଣ୍ଡଳ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାନ୍ତି, ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ, ନିର୍ବାହୀ ଅଧିକାରୀ କେନ୍ଦ୍ରାପଡ଼ା ମୁନିସିପାଲିଟି ଅଜିତ ନାରାୟଣ ପ୍ରସାଦ ଗିରି, ଡେପୁଟି ସିଇଓ ଓରମାସ ନିରୋଦ କୁମାର ଜେନା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବେଉରା, ଜିଲ୍ଲା ଯୋଗାଣ ଅଧିକାରୀ ବେଣୁଧର ପାଣିଗ୍ରାହୀ,ଏଲ୍‌ଡିଏମ୍ ରମାକାନ୍ତ ମାଝୀ ସମେତ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ଆଇନ ଶୃଙ୍ଖଳା, ଟ୍ରାଫିକ, ଅତିଥି ରହଣି, ଆଗମନ, ସାଂସ୍କୃତିକ ଦଳ, ଷ୍ଟେଜ, ବ୍ୟାରିକେଡ, ଷ୍ଟେଜ ପରିଚାଳନା, ପରିମଳ, ସମେତ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମ ପୂର୍ବରୁ ସମସ୍ତ କାର୍ଯ୍ୟ ସାରିବାକୁ ଜିଲ୍ଲାପାଳ ଅଧିକାରୀମାନେ ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ପ୍ରକାଶ ଥାଉ କି, ଜିଲ୍ଲା ମହୋତ୍ସବ, ପଲ୍ଲୀଶ୍ରୀ ମେଳା ଏବଂ ଆତ୍ମନିର୍ଭର ସ୍ୱଦେଶୀ ମେଳା କେନ୍ଦ୍ରାପଡ଼ା ସ୍ୱଂୟଶାସିତ ମହାବିଦ୍ୟାଳୟ ଠାରେ ଆସନ୍ତା ୧୨ ଜାନୁଆରୀ ଆରମ୍ଭ ହୋଇ ୧୭ ଜାନୁଆରୀରେ ସମାପ୍ତ ହେବ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande