
ଭୁବନେଶ୍ୱର, 07 ଜାନୁଆରି (ହି.ସ.)- ଏମ୍ସକୁ ଆମ୍ବୁଲାନ୍ସ ଗ୍ରୀନ କରିଡ଼ର ପାଇଁ ଜବର ଦଖଲ ଉଚ୍ଛେଦ। ଆଜି ଏମ୍ସ ରାସ୍ତାର
ଉଭୟ ପାର୍ଶ୍ଵରୁ ଜବର ଦଖଲ ଉଚ୍ଛେଦ ହୋଇଛି। ବିଏମସିଏବଂ ବିଡିଏର ମିଳିତ ସହଯୋଗରେ ଏହି ଉଚ୍ଛେଦ ହୋଇଛି। ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ଠାରୁ
ଆରମ୍ଭ କରି ୧୬ନମ୍ବର ଜାତୀୟ ରାଜପଥ ଫ୍ଲାଏ ଓଭର ବ୍ରିଜ ପର୍ଯ୍ୟନ୍ତ ଉଚ୍ଛେଦ କରା ଯାଇଛି। କବଡିଆ
ଦୋକାନ ଠାରୁ ଆରମ୍ଭ କରି ହୋଟେଲ୍, ଜଳଖିଆ ଦୋକାନ, ଚା ଦୋକାନ, ଓମଫେଡ୍ ଷ୍ଟଲ୍,ଗ୍ୟାରେଜ ଆଦି ଭାଙ୍ଗି
ଦିଆଯାଇଛି। ଉଚ୍ଛେଦ ପୂର୍ବରୁ ବିଜ୍ଞପ୍ତି ଜାରି କରାଯିବା ସହ ଗତକାଲି ସନ୍ଧ୍ୟାରେ ଡ଼ାକବାଜି
ଯନ୍ତ୍ର ସାହାଯ୍ୟରେ ସୂଚନା ମଧ୍ୟ ଦିଆଯାଇଥିଲା। ଆଜି ସକାଳୁ ସକାଳୁ ୪ଟି ବୁଲ୍ଡୋଜର ଲଗାଇ
ଉଚ୍ଛେଦ କରାଯାଇଥିଲା। ବୁଲ୍ଡୋଜାର ଆସିବା ପୂର୍ବରୁ କିଛି ବ୍ୟବସାୟୀ ନିଜର କ୍ୟାବିନ ଉଠାଇ
ନେଇଥିଲେ । ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ସ୍ଥାନୀୟ ଲୋକେ ସ୍ଵାଗତ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା