
ପୁରୀ, ୦୭ ଜାନୁଆରି (ହି.ସ.) - ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକର ଛବାଡ ବିଶ୍ୱକର୍ମା ନିଯୋଗ ସହିତ ସହବନ୍ଧିତ ହୋଇଥିବା ଚବିଶିକୁଦ ବାଡ଼ ବିଶ୍ୱକର୍ମା ସମିତିର ବୁଧବାର ଦିନ ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ନହରପଦା ବଜାର ସ୍ଥିତ ନିଜସ୍ୱ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅଧିବେଶନରେ ଶିକ୍ଷାବିତ୍ ସୁରେନ୍ଦ୍ର ନାଥ ମହାରଣା ଅଧ୍ୟକ୍ଷତା କରିଥିଲେ। ଏଥିରେ ଚବିଶିକୁଦ ବାଡ଼ରେ ଥିବା ୧୨ ଗୋଟି ପଡୋଶିର କର୍ମକର୍ତାମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। କେନ୍ଦ୍ର ସରକାରଙ୍କ ବିଶ୍ୱକର୍ମା ଯୋଜନାରେ ସମସ୍ତ ଯୋଗ୍ୟ ବିଶ୍ୱକର୍ମା ପରିବାରକୁ ଅଗ୍ରାଧିକାର ଦେଇ ଯୋଜନାରେ ସାମିଲ୍ କରାଇବା ପାଇଁ ସଭାରେ ସରକାରଙ୍କୁ ଅନୁରୋଧ କରାଯାଇଥିଲା। ବିଶ୍ୱକର୍ମା ଯୋଜନାରେ ବିଶ୍ୱକର୍ମା ପରିବାରକୁ ଗୁରୁତ୍ୱ ଦିଆଯାଉ ନଥିବାରୁ ସଭାରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଥିଲା। ଆଗାମୀ ଦିନରେ ବିଶ୍ୱକର୍ମା ଯୋଜନା ସହିତ କାଷ୍ଠଶିଳ୍ପୀ ଓ ଲୌହଶିଳ୍ପୀ ମାନଙ୍କୁ ଅନ୍ୟ ସରକାରୀ ଯୋଜନାରେ ଅଗ୍ରାଧିକାର ଭିତିରେ ସାମିଲ୍ କରିବା ପାଇଁ ସମିତି ଦାବି ଜଣାଇଛି । ସଂଗଠନକୁ ତୃଣମୂଳ ସ୍ତରରେ ସୁଦୃଢ କରିବା ପାଇଁ ସଭାରେ ଆଲୋଚନା କରାଯାଇଥିଲା । ତୃଣମୂଳ ସ୍ତରରେ ବ୍ୟାପକ ସଭ୍ୟ ସଂଗ୍ରହ, ଯୁବକଯୁବତୀ ଓ ମହିଳାଙ୍କୁ ଅଧିକ ସଂଖ୍ୟାରେ ସଂଗଠନରେ ସାମିଲ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।ଏହି ଅବସରରେ ସମିତିର କାର୍ଯ୍ୟକାଳ ସରି ଯାଇଥିବାରୁ ତାହାକୁ ଭଙ୍ଗ କରାଯାଇଥିଲା । ଆଗାମୀ ୩ ବର୍ଷ ନିମନ୍ତେ ନୂତନ କର୍ମକର୍ତା ସର୍ବସମ୍ମତିକ୍ରମେ ଚୟନ କରାଯାଇଥିଲା। ସଭାପତି ଭାବେ ଧର୍ମପଦ ମହାରଣା,ଉପସଭାପତି ନୀଳକଣ୍ଠ ମହାରଣା, ସମ୍ପାଦକ ଧନେଶ୍ୱର ମହାରଣା,ସହ ସମ୍ପାଦକ ସୁବାସ ଚନ୍ଦ୍ର ମହାରଣା ଓ କୋଷାଧ୍ୟକ୍ଷ ଭାବେ ପଦ୍ମଚରଣ ମହାରଣା ମନୋନୀତ ହୋଇଛନ୍ତି । ଏଥିସହିତ ୨୪ ଜଣିଆ କାର?୍ୟ୍ୟକାରିଣୀ କମିଟି ଗଠନ କରାଯାଇଛି। ଉପଦେଷ୍ଟା ମଣ୍ଡଳୀରେ ରାଜକିଶୋର ମହାରଣା(କ) ରାଜକିଶୋର ମହାରଣା (ଖ)ସୁରେନ୍ଦ୍ର କୁମାର ମହାରଣା ଏବଂ ସହଦ୍ୱେ ମହାରଣା ରହିଛନ୍ତି। ସଭା ପ୍ରାରମ୍ଭରେ ରାଜକିଶୋର ମହାରଣା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ରାମଚନ୍ଦ୍ର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ବିଜୟ