ପୁର୍ବାହ୍ନରେ ବିଜେଡି ଛାଡିଲେ ସନ୍ଧ୍ୟାରେ ବିଜେପିରେ ମିଶିଲେ
ଧର୍ମଶାଳା,୭ଜାନୁଆରି(ହି.ସ.) - ଯାଜପୁର ଜିଲା ଏବେ ଚର୍ଚ୍ଚାରେ । ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚୋରମୁହାଁ ପଂଚାୟତର ବିଜେଡି ସଭାପତି ମୁମତାଜ ଖାଁ ( ମୁନା ଖାଁ) ବିଜେଡିର ପ୍ରାଥମିକ ସଦସ୍ୟତା ଓ ପଂଚାୟତ ସଭାପତି ପଦରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି । ତେବେ ମୁମତାଜ ବିଜେଡିରୁ
ପୁର୍ବାହ୍ନରେ ବିଜେଡି  ଛାଡିଲେ ସନ୍ଧ୍ୟାରେ ବିଜେପିରେ ମିଶିଲେ


ଧର୍ମଶାଳା,୭ଜାନୁଆରି(ହି.ସ.) - ଯାଜପୁର ଜିଲା ଏବେ ଚର୍ଚ୍ଚାରେ । ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚୋରମୁହାଁ ପଂଚାୟତର ବିଜେଡି ସଭାପତି ମୁମତାଜ ଖାଁ ( ମୁନା ଖାଁ) ବିଜେଡିର ପ୍ରାଥମିକ ସଦସ୍ୟତା ଓ ପଂଚାୟତ ସଭାପତି ପଦରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି । ତେବେ ମୁମତାଜ ବିଜେଡିରୁ ଇସ୍ତଫା ଦେଇଥିବା ନେଇ ନିଜର ସୋସିଆଲ ମିଡିଆ ଏକାଉଁଟରେ ପୋଷ୍ଟ କରିଥିବା ପରେ ସେ ଦଳ ଛାଡି ଆଉ କେଉଁ ଦଳରେ ସାମିଲ ହେବେ ବୋଲି ଚର୍ଚ୍ଚା ଚାଲିଥିଲା । ସମସ୍ତ ସମ୍ଭାବନାକୁ ପଛରେ ପକାଇ ଧର୍ମଶାଳା ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ହୋଇ ଅସିଥିବା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଉପସ୍ଥିତିରେ ସେ ଦଳିୟ ଟୋପି ଓ ଉତରୀୟ ପିନ୍ଧି ବିଜେପିରେ ସାମିଲ ହୋଇଥିଲେ । ଆଗାମୀ ଦିନରେ ମୁନା ଖାଁ ଚୋରମୁହାଁ ପଂଚାୟତରେ ରହି ରାଜନିତୀ କରୁଛନ୍ତି କିମ୍ବା ଧର୍ମଶାଳା ବିଧାୟକ ଶ୍ରୀ ସାହୁଙ୍କ ପାଖରେ ରହି ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ରାଜନିତୀ କରିବେ ତାହା ଅଗାମୀ ଦିନରେ ଜଣାପଡିବ । ତେବେ ମୁନା ଖାଁ ଜଣେ ସରଳ , ପରୋପକାରୀ ଓ ଜଣେ ସୁଦୃଡ ୍‌ଯୁବ ସଙ୍ଗଠକ ବୋଲି ଧର୍ମଶାଳା ଅଂଚଳରେ ବେଶ ଜଣାଶୁଣା । ତେବେ ସେ ପୁର୍ବତନ ବିଧୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ପାଖରେ ରହି ମଧ୍ୟ ବିଶେଷ ସଫଳତା ପାଇନଥିଲେ । ଅନ୍ୟପଟେ ବିଜେଡିରୁ ଗୋଟିଏ ପରେ ଗୋଟିଏ ଆଗଧାଡିର ନେତା ଦଳଛାଡି ବିଜେପିରେ ସାମିଲ ହେଉଥିବା ବେଳେ ଆଗକୁ ଧର୍ମଶାଳାରେ ବିଜେଡିର ଭବିଷ୍ୟତ କିଭଳି ରହିବ ତାହା ଏବେଠାରୁ ସ୍ପଷ୍ଟ ଜଣାପଡୁଛି

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande