୨ୟ ବୁଦ୍ଧ ଗୁରୁ ପଦ୍ମ ସମ୍ଭବଙ୍କର ଦ୍ୱିତୀୟ ବାର୍ଷିକ ସମ୍ମିଳନୀ ପାଇଁ ଜୋରଦାର ପ୍ରସ୍ତୁତି
ଧର୍ମଶାଳା,୭ଜାନୁଆରୀ(ହି.ସ.) - ଲାଇଟ୍ ଅଫ୍ ବୌଦ୍ଧ ଧର୍ମ ଫାଉଁଣ୍ଡେସନ ଓ ରାଜ୍ୟ ପର୍ଯ୍ୟଟନ,ସଂସ୍କୃତି ଓ ଭାଷା ସାହିତ୍ୟ ମିଳିତ ଆନୁକୂଳ୍ୟରେ ଆଗାମୀ ୧୧ ତାରିଖଠାରୁ ୧୬ ତାରିଖ ପର୍ଯ୍ୟନ୍ତ ଯାଜପୁର ଜିଲାର ହୀରକ ଚତୃଭୂଜ ପରିଚିତ ଉୟଗିରିଠାରେ ୨ୟ ବୁଦ୍ଧ ଗୁରୁ ପଦ୍ମ ସମ୍ଭବଙ୍କ ୨ୟ ବାର୍ଷିକ ସମ୍ମିଳନୀ ଆୟ
୨ୟ ବୁଦ୍ଧ ଗୁରୁ ପଦ୍ମ ସମ୍ଭବଙ୍କର ଦ୍ୱିତୀୟ ବାର୍ଷିକ ସମ୍ମିଳନୀ ପାଇଁ ଜୋରଦାର ପ୍ରସ୍ତୁତି


ଧର୍ମଶାଳା,୭ଜାନୁଆରୀ(ହି.ସ.) - ଲାଇଟ୍ ଅଫ୍ ବୌଦ୍ଧ ଧର୍ମ ଫାଉଁଣ୍ଡେସନ ଓ ରାଜ୍ୟ ପର୍ଯ୍ୟଟନ,ସଂସ୍କୃତି ଓ ଭାଷା ସାହିତ୍ୟ ମିଳିତ ଆନୁକୂଳ୍ୟରେ ଆଗାମୀ ୧୧ ତାରିଖଠାରୁ ୧୬ ତାରିଖ ପର୍ଯ୍ୟନ୍ତ ଯାଜପୁର ଜିଲାର ହୀରକ ଚତୃଭୂଜ ପରିଚିତ ଉୟଗିରିଠାରେ ୨ୟ ବୁଦ୍ଧ ଗୁରୁ ପଦ୍ମ ସମ୍ଭବଙ୍କ ୨ୟ ବାର୍ଷିକ ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି । ଏଥିରେ ବିଭିନ୍ନ ରାଜ୍ୟ ସମେତ ୧୭ ଗୋଟି ବିଦେଶରୁ ୨୫ଶହରୁ ଉର୍ଦ୍ଧ ବୌଦ୍ଧଭିକ୍ଷୁମାନେ ଯୋଗ ଦେବା ନିମନ୍ତେ ସ୍ୱୀକୃତି ପ୍ରଦାନ କରିଛନ୍ତି । ସେମାନଙ୍କର ରହିବା,ଖାଦ୍ୟପେୟ ଓ ଶୌଚାଳୟ ପାଇଁ ମଝିପଡା ଓ ରତ୍ନଗିରିଠାରେ ବ୍ୟାପକ ଅସ୍ଥାୟୀ ବନ୍ଦୋବସ୍ତ କରାଯାଇଛି । ଏହି ସମ୍ମିଳନୀ ଜାନୁଆରୀ ମାସ ୧୧ ତାରିଖଠାରୁ ଆରମ୍ଭ ହୋଇ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ବିଭିନ୍ନ ଦିବସମାନଙ୍କରେ ଉପ-ମୁଖ୍ୟମନ୍ତ୍ରୀ,ରାଜ୍ୟ ସଂସ୍କୃତି ମନ୍ତ୍ରୀ , ଯାଜପୁର ସଂସଦ ଓ ସ୍ଥାନୀୟ ଲୋକପ୍ରତିନିଧି ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି ବୋଲି ଲାଇଟ୍ ଅଫ ବୁଦ୍ଧ ଫାଉଁଣ୍ଡେସନର ନିର୍ଦ୍ଦେଶକ ରଂଜନ କୁମାର କହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande