ଜାରକା ଲକ୍ଷ୍ମୀ ନାରାୟଣଙ୍କ ଭଷାଣ ଉତ୍ସବ
ଧର୍ମଶାଳା,୭ଜାନୁଆରି(ହି.ସ.) - ଧର୍ମଶାଳା ମହୋତ୍ସବ କମିଟି ପକ୍ଷରୁ ଧନୁସଂକ୍ରାନ୍ତି ଡିସେମ୍ବର ୧୬ରୁ ଜାରକା ଠାରେ ଆୟୋଜିତ ଲକ୍ଷ୍ମୀ ନାରାୟଣ ପୂଜାର ଆଜି ଭଷାଣ ଉ୍‌ତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଜି ସନ୍ଧ୍ୟାରେ କମିଟିର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଠାକୁରଙ୍କୁ ରିତିନିତି ଅନୁଯାୟୀ ପୂଜା କରାଯାଇ
ଜାରକା ଲକ୍ଷ୍ମୀ ନାରାୟଣଙ୍କ ଭଷାଣ ଉତ୍ସବ


ଧର୍ମଶାଳା,୭ଜାନୁଆରି(ହି.ସ.) - ଧର୍ମଶାଳା ମହୋତ୍ସବ କମିଟି ପକ୍ଷରୁ ଧନୁସଂକ୍ରାନ୍ତି ଡିସେମ୍ବର ୧୬ରୁ ଜାରକା ଠାରେ ଆୟୋଜିତ ଲକ୍ଷ୍ମୀ ନାରାୟଣ ପୂଜାର ଆଜି ଭଷାଣ ଉ୍‌ତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଜି ସନ୍ଧ୍ୟାରେ କମିଟିର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଠାକୁରଙ୍କୁ ରିତିନିତି ଅନୁଯାୟୀ ପୂଜା କରାଯାଇ ବାଜା ରୋଷଣି କରି ଏକ ଶୋଭାଯାତ୍ରାରେ ନିଆଯାଇ ଶାନ୍ତିବଜାର ଓ ଧର୍ମଶାଳା ବଜାର ଦେଇ ବ୍ରାହ୍ମଣୀ ନଦୀରେ ବିଷର୍ଜନ କରାଯାଇଛି । ଲକ୍ଷ୍ମୀ ନରାୟଣ ପୂଜା ଅବସରରେ ଡିସେମ୍ବର ୨୫ ତାରିଖରୁ ହେଉଥିବା ଧର୍ମଶାଳା ମହୋତ୍ସବ ଗତ କାଲି ସାନ୍ଧ୍ୟାରେ ଉଦଯାପିତ ହୋଇଯାଇଛି । କମିଟିର ସଭାପତି ରବିନ୍ଦ୍ରନାରୟଣ ସାହୁ, ସମ୍ପାଦକ ସତ୍ୟପ୍ରିୟ ମହାନ୍ତି ସମେତ ସଂଯୋଜକ ଦେବରାଜ ମିଶ୍ର, ରାଜେଶ କୁମାର ପାଳ, ଜିତେନ୍ଦ୍ର ରାଉତ,ଶ୍ରୀବତ୍ସ ଧିର, ହିମାଂଶୁ ଶେଖର ମହାନ୍ତି, ଅଲୋକ ପ୍ରଧାନ,କିଶୋର ଚନ୍ଦ୍ର ନାୟକ,ଅଜୟ କୁମାର ମହାପାତ୍ର, ନାରାୟଣ ମଲିକ, କାଶୀନାଥ ସାହୁ, ଶରତ କୁମାର ଓଝା,ବିଚିତ୍ରାନନ୍ଦ ସ୍ୱାଇଁ,ଅଜାମ୍ବର ସାହୁ, ରାମଚନ୍ଦ୍ର ମଲିକ,ରାଜ କୁମାର ଶତପଥୀ,ଜଳଧର ସାହୁ, ଅଶୋକ କୁମାର ବରାଳ, ଜଗନ୍ନାଥ ମହାଳିକ,ହାଡିବନ୍ଧୁ ନାୟକ,ଅର୍ଜୁନୀ ଚରଣ ନାୟକ, ସବ୍ୟସାଚୀ ସୁନ୍ଦରରାୟ, ମାନସ ମହାନ୍ତି ପ୍ରମୁଖ ସମସ୍ତ ସଦସ୍ୟ ଭଷାଣ ଉତ୍ସବରେ ସାମିଲ ହୋଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande