
ଭୁବନେଶ୍ୱର, 07 ଜାନୁଆରି (ହି.ସ.)- ଚାଷୀଙ୍କୁ ଠକୁଛନ୍ତି ରାଜ୍ୟ
ସରକାର ବୋଲି କହି ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା । ମଣ୍ଡିରେ 75 ପ୍ରତିଶତ ଧାନ ପଡିଛି । ମିଲର ଧାନ ଉଠାଉ ନାହାନ୍ତି । ଚାଷୀ ଶୀତ କାକରରେ ହନ୍ତ ସନ୍ତ ହେଉଛନ୍ତି । ଶୀଘ୍ର ମିଲରଙ୍କ ଦାବି ପୂରଣ କରନ୍ତୁ ସରକାର ବୋଲି
ଦାବି କରିଛନ୍ତି ସନ୍ତୋଷ ସିଂ ସାଲୁଜା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା