
ଧର୍ମଶାଳା,୭ଜାନୁଆରୀ(ହି.ସ.) – ଭାରସାମ୍ୟ ହରାଇ କାର୍ଯ୍ୟାଳୟ ଘରକୁ ଧକ୍କା ଦେଲା ଏକ ସ୍କର୍ପିଓ । ଫଳରେ ଘର ଭିତରେ ଶୋଇଥିବା ୬ଜଣ ଆହତ ହୋଇଥିବା ଜଣାପଡିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲା କୁଆଖିଆ ଥାନା ଅନ୍ତର୍ଗତ ମୁଗୁପାଳ-କୁଆଖିଆ ମୁଖ୍ୟ ରାସ୍ତା ମଧ୍ୟରେ ଥିବା ଜଗନ୍ନାଥ ସିମେଂଟ ୱାର୍କ କାର୍ଯ୍ୟାଳୟ କ୍ଷେତ୍ରରେ । ସମସ୍ତ ଆହତମାନଙ୍କୁ ସ୍ଥାନୀୟ ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିବା ବେଳେ ମିଥୁନ ବାଲରୁମ ଓ କୈଳାସ ବେହେରାଙ୍କ ଅବସ୍ଥା ଗୁରୁତର ହେବାରୁ ଯାଜପୁର ସଦର ମହକୂୁମା ଚିକିତ୍ସାଳୟକୁ ପଠାଇ ଦିଆଯାଇଥିବା ଜଣାପଡିଛି । କୁଅଖିଆ ପୁଲିସ ଘଟଣାସ୍ଥଳରେ ପଂହଚି ସ୍କର୍ପିଓକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି । ତେବେ ସ୍କର୍ପିଓ ଡ୍ରାଇଭର ଜଣକୁ ନିଶାସକ୍ତ ଅବସ୍ଥାରେ ଗାଡି ଚଲାଉଥିବାରୁ ଏଭଳି ଘଟଣା ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ