
ଭୁବନେଶ୍ୱର, 07 ଜାନୁଆରି (ହି.ସ.)- ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ୨୭ତମ ପ୍ରତିଷ୍ଠା ଦିବସ ଉଦ୍ଯାପନୀ
ସମାରୋହ ଆୟୋଜିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ପୂର୍ବତନ
ଉପରାଷ୍ଟ୍ରପତି ଶ୍ରୀ ଏମ୍ ଭେଙ୍କେୟା ନାଇଡୁ,
ରାଜ୍ୟପାଳ ଡ଼. ହରିବାବୁ କମ୍ଭମ୍ପାଟି, ସଂସ୍କୃତି ମନ୍ତ୍ରୀ ଶ୍ରୀ
ସୂର୍ଯ୍ୟବଂଶୀ ସୂରଜ, ପଦ୍ମ ଭୂଷଣ ଡ଼. ପ୍ରତିଭା
ରାୟ ପ୍ରମୁଖ ଯୋଗ ଦେଇଥିଲେ । ଓଡ଼ିଆରେ ଭାଷଣ ଆରମ୍ଭ କରିଥିଲେ ଏମ୍ ଭେଙ୍କେୟା ନାଇଡୁ । ଜୀବନରେ
ନିଜର ସଂସ୍କୃତି କଳାର ପ୍ରଚାର ପ୍ରସାର ଦିଗରେ ଅଗ୍ରସର କେମିତି ହେବେ ଛାତ୍ର ଛାତ୍ରୀ ଉପଦେଶ
ଦେଇଥିଲେ । ସାଂସ୍କୃତିକ ବୈଭବର ବିକାଶରେ ପିଲାଙ୍କ ଅବଦାନ କେମିତି ରହିବ ସେହି ସମ୍ପର୍କରେ
ଆଲୋଚନା କରିଥିଲେ। ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟରେ ନୂଆ ପ୍ରେକ୍ଷାଳୟ ସହ ସ୍ପୋର୍ଟସ
କମ୍ପ୍ଲେସ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଘୋଷଣା କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ
ଜଣାଇଛନ୍ତି ସଂସ୍କୃତି ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା