ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ୍’ ଗାନ ପାଇଁ ବିଏମ୍ ସିର ତାଲିମ କାର୍ଯ୍ୟକ୍ରମ ତାଲିମ ନେଲେ 250ରୁ ଅଧିକ ଶିକ୍ଷକ ଓ ଶିକ୍ଷୟିତ୍ରୀ
Bhubaneswar, 08 ଜାନୁଆରି (ହି.ସ.) ‘ବନ୍ଦେ ମାତରମ୍’ର 150 ତମ ବାର୍ଷିକୀ ଅବସରରେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ ସି) ପକ୍ଷରୁ ଆଜି ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଏମ୍ ସି ଏକାମ୍ର ହଲରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ କମିଶନର ଶ୍ରୀ ରତ୍ନାକର ସାହୁ, ଶ୍ରୀ କୈଳାସ
ୁରରକ


Bhubaneswar, 08 ଜାନୁଆରି (ହି.ସ.)

‘ବନ୍ଦେ ମାତରମ୍’ର 150 ତମ ବାର୍ଷିକୀ ଅବସରରେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ ସି) ପକ୍ଷରୁ ଆଜି ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଏମ୍ ସି ଏକାମ୍ର ହଲରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ କମିଶନର ଶ୍ରୀ ରତ୍ନାକର ସାହୁ, ଶ୍ରୀ କୈଳାସ ଚନ୍ଦ୍ର ଦାସ, ଡେପୁଟି କମିଶନର ଅଶୋକ କୁମାର ଦାସ, ସୁଶ୍ରୀ ରୁବି ବେହେରା, ଓଏସ୍ ଡି ସୂର୍ଯ୍ୟମଣି ପାଟ୍ଟଯୋଷୀ, ସହକାରୀ କମିଶନର ସତ୍ୟଜିତ୍ ଦାସ ଓ ସ୍ମୃତିରେଖା ସ୍ୱାଇଁଙ୍କ ସହ ମାଷ୍ଟର ଟ୍ରେନର ଭାବେ ଗଣ୍ଡମୁଣ୍ଡା ହାଇସ୍କୁଲର ଶିକ୍ଷୟିତ୍ରୀ ବିଜୟିନୀ ଷଢଙ୍ଗୀ, ବାଣିବିହାର ହାଇସ୍କୁଲର ମ୍ୟୁଜିକ୍ ଶିକ୍ଷୟିତ୍ରୀ ସକୁନ୍ତଳା ମାଣିକ ଓ ଦେବରାୟ କଲେଜର ମ୍ୟୁଜିକ୍ ଅଧ୍ୟାପକ ଶଶିକାନ୍ତ ସାହୁ ମଂଚାସୀନ ଥିଲେ ।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବିଏମ୍ ସି ଅନ୍ତର୍ଗତ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟର 250ରୁ ଅଧିକ ଶିକ୍ଷକ, ଶିକ୍ଷୟିତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଯୋଗଦେଇଥିଲେ । ଏଥିରେ ଯୋଗଦେଇଥିବା ଶିକ୍ଷକ ଶିକ୍ଷୟିତ୍ରୀମାନେ ଆମର ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ୍’ର ଶବ୍ଦ ଉଚ୍ଚାରଣ, ସ୍ୱର, ତାଳ, ଲୟ ଆଦି ସଂପର୍କରେ ତାଲିମ ନେଇଛନ୍ତି। ସେମାନେ ନିଜ ନିଜ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ତାଲିମ ଦେବେ । ଆସନ୍ତା 12 ତାରିଖ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ଅବସରେ ବ୍ଲକ, ମହାନଗର ନିଗମ, ପୌର ପରିଷଦ, ବିଜ୍ଞାପିତ ଅଂଚଳ ପରିଷଦର ସମସ୍ତ ଶିକ୍ଷାନୁଷ୍ଠାନରେ ବିଭିନ୍ନ ପ୍ରତଯୋଗିତା ସହ ଛାତ୍ରଛାତ୍ରୀମାନେ ସାମୂହିକ ବନ୍ଦେ ମାତରମ୍ ଗାନ କରିବେ । ପରିଶେଷରେ ଆତ୍ମ ନିର୍ଭର ଭାରତ ଉପରେ ସ୍ୱେଦେଶୀ ସଂକଳ୍ପ ପାଠ କରାଯିବ । ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଆତ୍ମନିର୍ଭର ଭାରତ ଆମ୍ବାସାଡର ଭାବେ ଜଣେ ବିଦ୍ୟାର୍ଥୀଙ୍କୁ ମନୋନୀତ କରାଯିବ । ସେହିପରି 15ରୁ 20 ତାରିଖ ମଧ୍ୟରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ସାମୂହିକ ବନ୍ଦେ ମାତରମ୍ ଗାନ ଓ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସରକାରଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମ ରାଜ୍ୟବ୍ୟାପି କରାଯାଉଛି । ବଙ୍ଗ କବି ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଦ୍ୱାରା ରଚିତ ଏହି କାଳଜୟୀ ଗୀତ 1950 ମସିହାରେ ଭାରତର ଜାତୀୟ ଗୀତ ଭାବେ ସ୍ୱୀକୃତି ଲାଭ କରିଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande