ଭାରତମାଳା କ୍ୟାମ୍ପରୁ ଲୁହା ଛଡ ଚୋରି ମାମଲାରେ ତିନି ଗିରଫ
ଜୟପୁର, ୦୮ ଜାନୁଆରି (ହି.ସ.) - ଭାରତମାଳା କ୍ୟାମ୍ପରୁ ଲୁହା ଛଡ ଏବଂ ଆଇରନ ଏଙ୍ଗଲର ଚୋରି ମାମଲାରେ ତିନି ଜଣ ଗିରଫ ହୋଇଛନ୍ତି । ସୂଚନା ଅନୁଯାୟୀ ଗତ ୫ ତାରିଖ ରାତିରେ ବୋରିଗୁମ୍ମା ସାନଦୁବୁଲି ଠାରେ ଏଚ ଜି ଇନ୍ଫ୍ରା ଭାରତମାଳା କ୍ୟାମ୍ପରୁ କିଛି ଦୁର୍ବୃତ ଏକ କୁଇଂଟାଲ ଲୁହା ଛଡ, ସେନଟିରିଙ୍ଗ ପ୍ଲେଟ
ଭାରତମାଳା କ୍ୟାମ୍ପ ରୁ ଲୁହା ଛୋଡ  ଚୋରି ମାମଲା ରେ ତିନି ଗିରଫ


ଜୟପୁର, ୦୮ ଜାନୁଆରି (ହି.ସ.) - ଭାରତମାଳା କ୍ୟାମ୍ପରୁ ଲୁହା ଛଡ ଏବଂ ଆଇରନ ଏଙ୍ଗଲର ଚୋରି ମାମଲାରେ ତିନି ଜଣ ଗିରଫ ହୋଇଛନ୍ତି । ସୂଚନା ଅନୁଯାୟୀ ଗତ ୫ ତାରିଖ ରାତିରେ ବୋରିଗୁମ୍ମା ସାନଦୁବୁଲି ଠାରେ ଏଚ ଜି ଇନ୍ଫ୍ରା ଭାରତମାଳା କ୍ୟାମ୍ପରୁ କିଛି ଦୁର୍ବୃତ ଏକ କୁଇଂଟାଲ ଲୁହା ଛଡ, ସେନଟିରିଙ୍ଗ ପ୍ଲେଟ, ଆଇରନ ଏଙ୍ଗଲର ଚୋରି କରି ନେଇଥିବା ନେଇ କ୍ୟାମ୍ପ ପକ୍ଷରୁ ବୋରିଗୁମ୍ମା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ବୋରିଗୁମ୍ମା ପୋଲିସ ତଦନ୍ତ ଆରମ୍ଭ କରି ବୋରିଗୁମ୍ମାରେ ଭେଙ୍କେଟ ରାଓ ନାମକ ବ୍ୟକ୍ତି ଚୋରି ଜିନିଷ କିଣିଥିବା ଜାଣିବାକୁ ପାଇ ଚୋରଙ୍କୁ ଧରିବାରେ ସକ୍ଷମ ହୋଇଥିଲେ । ସେମାନଙ୍କଠାରୁ ଚୋରି ହୋଇଥିବା ଲୁହା ଛଡ ସେଂଟେରିଙ୍ଗ ପ୍ଲେଟ ଏବଂ ଏଙ୍ଗଲେର ଜବତ କରି ତିନି ଜଣଙ୍କୁ କୋର୍ଟ ଚାଲାଣ କରିଥିବା ସାମ୍ବାଦିକ ସମ୍ମିଳନୀରେ ବୋରିଗୁମ୍ମା ଏସ୍ଡ଼ିପିଓ ସତ୍ୟବ୍ରତ ଲେଙ୍କା ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande