ଦୁର୍ଘଟଣାରେ ମୃତକଙ୍କ ପରିବାର ପାଇଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୦୮ ଜାନୁୟାରୀ (ହି.ସ)- କେନ୍ଦୁଝର ଜିଲ୍ଲା ଆନନ୍ଦପୁର ତହସିଲ ଅନ୍ତର୍ଗତ ସିଆପଡ଼ା ଗ୍ରାମର ଅର୍ଣ୍ଣପୂର୍ଣ୍ଣା ପାତ୍ର (ପିତା- ମଦନ ପାତ୍ର) ଏବଂ ବେଲବାହାଳି ଗ୍ରାମର ଦୀପାଞ୍ଜଳି ସାହୁ (ପିତା- ସୁଦର୍ଶନ ସାହୁ)ଙ୍କର ଦୁଃଖଦ ଦୁର୍ଘଟଣାରେ ପ୍ରାଣହାନି ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ
ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, ୦୮ ଜାନୁୟାରୀ (ହି.ସ)- କେନ୍ଦୁଝର ଜିଲ୍ଲା ଆନନ୍ଦପୁର ତହସିଲ ଅନ୍ତର୍ଗତ ସିଆପଡ଼ା ଗ୍ରାମର ଅର୍ଣ୍ଣପୂର୍ଣ୍ଣା ପାତ୍ର (ପିତା- ମଦନ ପାତ୍ର) ଏବଂ ବେଲବାହାଳି ଗ୍ରାମର ଦୀପାଞ୍ଜଳି ସାହୁ (ପିତା- ସୁଦର୍ଶନ ସାହୁ)ଙ୍କର ଦୁଃଖଦ ଦୁର୍ଘଟଣାରେ ପ୍ରାଣହାନି ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଏଥିସହ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।

ସେହିପରି ପୁରୀ ଜିଲ୍ଲା ନିମାପଡ଼ା ତହସିଲର ଆଲୋକ ଦାସ (ପିତା-ଧନେଶ୍ୱର ଦାସ)ଙ୍କର ଦୁଃଖଦ ଦୁର୍ଘଟଣାରେ ପ୍ରାଣହାନି ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଏଥିସହ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande