କୁଷ୍ଠ ରୋଗ ସଚେତନତା ଅଭିଯାନ କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରୀ ପାଇଁ ଜିଲ୍ଲା ସମନ୍ବୟ କମିଟି ବୈଠକ
ସୁବର୍ଣ୍ଣପୁର, ୮ ଜାନୁଆରୀ (ହି.ସ.)- ଆଜି ପୂର୍ବାହ୍ନରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡଃ. ନୃପରାଜ ସାହୁଙ୍କ ସଭାପତିତ୍ବରେ ସ୍ପର୍ଶ ଲେପ୍ରସି ବା କୁଷ୍ଠ ରୋଗ ସଚେତନତା ଅଭିଯାନ କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରୀ କରିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲା
ସ୍ପର୍ଶ ଲେପ୍ରସି ବା କୁଷ୍ଠ ରୋଗ ସଚେତନତା ଅଭିଯାନ କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରୀ କରିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲା ସମ୍ୱନୟ କମିଟି ବୈଠକ ଅନୁଷ୍ଠିତ।

ସୁବର୍ଣ୍ଣପୁର, ୮ ଜାନୁଆରୀ (ହି.ସ.)- ଆଜି ପୂର୍ବାହ୍ନରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡଃ. ନୃପରାଜ ସାହୁଙ୍କ ସଭାପତିତ୍ବରେ ସ୍ପର୍ଶ ଲେପ୍ରସି ବା କୁଷ୍ଠ ରୋଗ ସଚେତନତା ଅଭିଯାନ କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରୀ କରିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲା ସମ୍ୱନୟ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି କମିଟି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ, ସୁବର୍ଣ୍ଣପୁର, ଡ଼ ଉଷାରାଣୀ ଦାଶ ସ୍ପର୍ଶ ଲେପ୍ରୋସି ବା କୁଷ୍ଠ ରୋଗ ସଚେତନତା ଉପରେ କମିଟି ବୈଠକରେ ସମସ୍ତ ସଦସ୍ୟ, ସଦସ୍ୟାଙ୍କୁ ଅବଗତ କରାଇଥିଲେ ଯେ, କୁଷ୍ଠ ରୋଗ ଚିକିତ୍ସା ଦ୍ଵାରା ଆରୋଗ୍ୟ ଅଟେ । କୁଷ୍ଠ ରୋଗୀ ମାନଙ୍କୁ ଘୃଣା ଓ ହତାଦର କରିବା ଅନୁଚିତ। କୌଣସି କୁଷ୍ଠ ରୋଗୀଙ୍କୁ ପାତର ଅନ୍ତର, ବିଭେଦ ସହିତ ଅସ୍ପୃଶ୍ୟ ରଖିବା ନାହିଁ, କୁଷ୍ଠ ରୋଗରୁ ଆରୋଗ୍ୟ ହେଲା ପରେ ସେମାନଙ୍କର ଥଇଥାନ ସହିତ ସରକାରୀ ଯୋଜନାର ଅନ୍ତର୍ଭୁକ୍ତ କରି ସରକାରୀ ସୁବିଧା ଯୋଗାଇଦେବା ବିଷୟରେ ସମସ୍ତଙ୍କୁ ଅବଗତ କରିଥିଲେ। ଏହାର ବହୁଳ ପ୍ରଚାର ଓ ପ୍ରସାର କରାଯିବ ବୋଲି ପ୍ରକାଶ କରିଥିଲେ। ଏହା ପରେ ଡ଼ ତ୍ରିବିକ୍ରମ ପାଣ୍ଡିଆ, ଅତିରିକ୍ତ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ, ସୁବର୍ଣ୍ଣପୁର ପି.ପି.ଟି ମାଧ୍ୟମରେ ଲେପ୍ରିସି ବା କୁଷ୍ଠ ରୋଗ ବିଷୟରେ ବିଶଦ ଭାବରେ ସମସ୍ତ ସଦସ୍ୟ, ସଦସ୍ୟା ମାନଙ୍କୁ ଅବଗତ କରାଇବା ସଙ୍ଗେ ସଙ୍ଗେ ଏହି କୁଷ୍ଠ ରୋଗ ସଚେତନତା ଅଭିଯାନ ୧୫ ଦିନ ବ୍ୟାପୀ ସମଗ୍ର ଜିଲ୍ଲାର ବିଭିନ୍ନ ଗ୍ରାମ ପଞ୍ଚାୟତ ଅଞ୍ଚଳରୁ ସହରାଞ୍ଚଳ ମାନଙ୍କରେ ପ୍ରଚାର ଓ ପ୍ରସାର କରାଯିବ ବୋଲି ପ୍ରକାଶ କରିଥିଲେ । ଏ ସଂକ୍ରାନ୍ତରେ ଜିଲ୍ଲାପାଳ, ସୁବର୍ଣ୍ଣପୁର ଉପସ୍ଥିତ ସମସ୍ତଙ୍କୁ ଏକ ଶପଥ ପାଠ କରାଇଥିଲେ।

ଏହି ଜିଲ୍ଲା ସମ୍ୱନୟ କମିଟି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ, ସୁବର୍ଣ୍ଣପୁର, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ, ଜିଲ୍ଲା ମୁଖ୍ୟ।ଳୟ ଡାକ୍ତରଖାନାର କର୍ମଚାରୀ ଓ ଅଧିକାରୀ ବୃନ୍ଦ, ଜିଲ୍ଲା ମଙ୍ଗଳ ଅଧିକାରୀ, ସୁବର୍ଣ୍ଣପୁର, ଅଚ୍ୟୁତାନନ୍ଦ ସିଂହ, ନିର୍ବାହୀ ଅଧିକାରୀ, ପୌର ପରିଷଦ, ସୁବର୍ଣ୍ଣପୁର ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ସୁବର୍ଣ୍ଣପୁର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ସୁବର୍ଣ୍ଣପୁର, ଶ୍ରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ସୁବର୍ଣ୍ଣପୁର, ଶ୍ରୀ ଅର୍ଜୁନ ମାଝୀଙ୍କ ସମେତ ଏହି କମିଟିର ସଦସ୍ୟ/ସଦସ୍ୟା ମାନେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

 rajesh pande