ଇପିଏଫ୍ ପେନସନ୍ ଆସୋସିଏସନ୍ ତରଫରୁ ପ୍ରଧାନ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର
କେନ୍ଦ୍ରାପଡ଼ା, ୦୮ ଜାନୁଆରୀ(ହି.ସ.) – ରାଜ୍ୟ ଇପିଏଫ୍ ପେନସନ୍ ଆସୋସିଏସନ୍ ତରଫରୁ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର କେନ୍ଦ୍ରାପଡା ଶାଖା ଇପିଏଫ୍ ସଂଘ ତରଫରୁ ସଂଘ ସଭାପତି ବସନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଏକ ସଭାରେ ଆଲୋଚନା କରାଯାଇ ଜିଲ୍ଲା ପ୍ରଶାସନକୁ
ଇପିଏଫ୍ ପେନସନ୍ ଆସୋସିଏସନ୍‌ତରଫରୁ ପ୍ରଧାନମନ୍ତ୍ରୀଙ୍କଉଦ୍ଦେଶ୍ୟରେ ଦାବିପତ୍ର ।


କେନ୍ଦ୍ରାପଡ଼ା, ୦୮ ଜାନୁଆରୀ(ହି.ସ.) – ରାଜ୍ୟ ଇପିଏଫ୍ ପେନସନ୍ ଆସୋସିଏସନ୍ ତରଫରୁ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର କେନ୍ଦ୍ରାପଡା ଶାଖା ଇପିଏଫ୍ ସଂଘ ତରଫରୁ ସଂଘ ସଭାପତି ବସନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଏକ ସଭାରେ ଆଲୋଚନା କରାଯାଇ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଛି। ଏହି ଦାବିପତ୍ରରେ କେନ୍ଦ୍ର ସରକାରଙ୍କ ଇପିଏଫ୍ ପେନସନ୍‌ଭୋଗୀମାନଙ୍କ ପ୍ରତିଚରମ ଅବହେଳା ପ୍ରଦର୍ଶନ କରୁଥିବାରୁ କ୍ଷୋଭ ପ୍ରକାଶ କରାଯାଇଥିଲା। ସର୍ବନିମ୍ନ ପେନସନ୍ ୯ହଜାର ଟଙ୍କାକୁ ବର୍ଦ୍ଧିତ କରିବା ସହିତ ମହଙ୍ଗାଭତା ଲାଗୁକରିବାଏବଂ ଆୟୁଷ୍ମାନ ଯୋଜନାରେ ଅନ୍ତର୍ଭୁକ୍ତକରିବାକୁ ଦୃଢ ଦାବିହୋଇଥିଲା। ସଭାସ୍ଥଳରୁ ଏକ ପ୍ରତିନିଧି ମଣ୍ଡଳଜିଲ୍ଲା ପ୍ରଶାସନକୁଭେଟି ପ୍ରଧାନମନ୍ତ୍ରୀଙ୍କଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଦାବିପତ୍ର ପ୍ରଦାନ ସମୟରେସଂଘର ଯୁଗ୍ମସମ୍ପାଦକ ପିତାମ୍ବରମହାନ୍ତି, ବିପିନ୍ ବିହାରୀ ମହାନ୍ତି, ଭାଗବତଖୁଣ୍ଠିଆ, ପୁରୋସ୍ତମମହାନ୍ତି, ତ୍ରିଲୋଚନ ପଣ୍ଡା, ଅମୁଲ୍ୟବେହେରା, ଶୁକଦେବ ସାମଲ, ପ୍ରଫୁଲ୍ଲମହାନ୍ତି, ପୁରସ୍ତମତରାଇ, ଗୋଲକସିଂ, ରମାକାନ୍ତ ଜେନା, ଈଶ୍ୱର ଥାଟୋଇ ପ୍ରମୁଖଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande