ଗଣ୍ଡାବାହାଲି ଗ୍ରାମରେ ୨୪ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ
ନୂଆପଡ଼ା, ୮ ଜାନୁଆରୀ (ହି.ସ.)- ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗଣ୍ଡାବାହାଲି ଗ୍ରାମ ଠାରେ ରାଷ୍ଟ୍ରୀୟ ଶୌର୍ଯ୍ୟ ସମୃଦ୍ଧି ୨୪ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଆଜି ଅନୁଷ୍ଠିତ ହେଉଅଛି। ସମାଜ ସଂସ୍କାର,ନାରୀ ସଶକ୍ତିକରଣ, ମାତୃଶକ୍ତିର ବିକାଶ, ନିଶା ନିବାରଣ, ଶିକ୍ଷିତ ସମାଜ ଗଠନ ଉଦ୍ଦେଶ୍ୟରେ
Gayatri mahajagya


ନୂଆପଡ଼ା, ୮ ଜାନୁଆରୀ (ହି.ସ.)- ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗଣ୍ଡାବାହାଲି ଗ୍ରାମ ଠାରେ ରାଷ୍ଟ୍ରୀୟ ଶୌର୍ଯ୍ୟ ସମୃଦ୍ଧି ୨୪ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଆଜି ଅନୁଷ୍ଠିତ ହେଉଅଛି। ସମାଜ ସଂସ୍କାର,ନାରୀ ସଶକ୍ତିକରଣ, ମାତୃଶକ୍ତିର ବିକାଶ, ନିଶା ନିବାରଣ, ଶିକ୍ଷିତ ସମାଜ ଗଠନ ଉଦ୍ଦେଶ୍ୟରେ ଚାରି ଦିନ ଧରି ଯଜ୍ଞର ଆୟୋଜନ ହୋଇଅଛି। ଏଥିରେ ଶାନ୍ତି କୁଞ୍ଜ ହରିଦ୍ୱାରରୁ ଟୋଳି ନାୟକ, ଋଷି ପୁତ୍ର ସଂଦିପ ପାଣ୍ଡେ ଓ ବନୱାରୀ ଲାଲ ଜୀ ଯୋଗ ଦେଇଛନ୍ତି। ସର୍ବପ୍ରଥମେ ଦେବ ଶକ୍ତିଙ୍କ ଆବାହନ ହେବା ପରେ ଆଳତୀ କାର୍ଯ୍ୟ ହୋଇଥିଲା ଏବଂ ପ୍ରତ୍ୟେକ ଦିନ ୨୪ ଟି କୁଣ୍‌ତରେ ଯଜମାନ ଉପସ୍ଥିତ ରହି ସାର୍ବଜନୀନ କଲ୍ୟାଣ ପାଇଁ ଆହୁତି ଦେବା ସହ ଗୁରୁଦେବଙ୍କ ପୂଜନ କରୁଛନ୍ତି। ଏହି ପରି ତିନି ଦିନ ଧରି ପ୍ରତ୍ୟେକ କୁଣ୍ଡରେ ନୂତନ ଯଜମାନ ଯୋଇଦେଇ ପୂଜନ କରିବାର ବ୍ୟବସ୍ଥା ରହିଛି। ସଂଧ୍ୟା ସମୟରେ ଦୀପ ଯଜ୍ଞ ଓ ବରିଷ୍ଠ ପ୍ରବଚକ ମାନଙ୍କ ଦ୍ୱାରା ପ୍ରବଚନ ଓ ଭଜନ ପରିବେଷଣ ହେଉଅଛି। ଯଜ୍ଞ କମିଟି ପକ୍ଷରୁ ପ୍ରତ୍ୟେକ ଦିନ ୩୦୦ରୁ ଅଧିକ ବିଭିନ୍ନ ନିଃଶୁଳ୍କ ସଂସ୍କାର ବିବାହ, ଦିକ୍ଷା, ମୁଣ୍ଡନ, ପୁସଂବନ, ବ୍ରତପୋନୟନ, କୁମାରୀ ବ୍ରତ, ଗର୍ଭ ସଂସ୍କାର ଭଳି କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ବିଭିନ୍ନ ଷ୍ଟଲ୍‌ମାନଙ୍କରେ ସଚେତନତା ବାର୍ତା, ଆସ ଗଢ଼ିବା ସଂସ୍କାରବାନ ପିଢି ମାଧ୍ୟମରେ ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟଙ୍କ ଦ୍ୱାରା ପୁନର୍ଜୀବିତ କରିଥିବା ସଂସ୍କାର ପରମ୍ପରାରେ ନିୟମିତ ମାତୃଗର୍ଭର ଯତ୍ନନେବା ରହସ୍ୟ ତତ୍ୱ ସୂଚନା ଦେବା ସହ ଆଗାମୀ ପିଢ଼ି କିପରି ସୁନ୍ଦର ଭାବରେ ସଂସ୍କାରିତ ହେଇପାରିବେ ତାହା ପ୍ରଦର୍ଶିତ ହେଉଛି। ବିଭିନ୍ନ ପୁସ୍ତକ ତଥା ଉପାଦେୟ ଦ୍ରବ୍ୟ ପଡ଼ିଆରେ ପ୍ରଦର୍ଶନ ହୋଇଛି। ଉଦଘାଟନୀ ଦିବସରେ ସିନାପାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ କର୍ମି ଓରାମ ଉପସ୍ଥିତ ରହି ଧ୍ୱଜା ଆରୋହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ଦିନ ୨୫ ହଜାରରୁ ଅଧିକ ଜନସମାଗମ ହୋଉଅଛି। ମହାଯଜ୍ଞରେ ନୂଆପଡା ଜିଲ୍ଲା ଗାୟତ୍ରୀ ପରିବାରର ସମସ୍ତ କର୍ମକର୍ତା, ମହିଳା ମଣ୍ଡଳ ସିନାପାଲି, ହାତୀବନ୍ଧା ପ୍ରଜ୍ଞା ପୀଠ, ସିନାପାଲି ଶକ୍ତିପୀଠ,ତୁକୁଲା ଶକ୍ତିପୀଠ ତଥା ଗଣ୍ଡାବାହାଲି ଗ୍ରାମର ସମସ୍ତ ଗ୍ରାମବାସୀ ସହଯୋଗ ପ୍ରଦାନ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande