ଜିଲ୍ଲା କୋର୍ଟରେ ବୋମା ଆତଙ୍କ କୋର୍ଟ ପରିସରରେ ବୋମସ୍କାର୍ଡ ଟିମର ତନାଘନା
ଜୟପୁର, ୦୮ ଜାନୁଆରି (ହି.ସ.) - ଓଡିଶାର ତିନି କୋର୍ଟ ସମ୍ବଲପୁର,କଟକ ଓ ଦେବଗଡ ଜିଲ୍ଲା କୋର୍ଟକୁ ବୋମାରେ ଉଡାଇଦେବା ଧମକ ଇମେଲରେ ଆସିବାପରେ ଆଜି ଜୟପୁର ଜିଲ୍ଲା କୋର୍ଟରେ ମଧ୍ୟ ଛନକା ପସିଯାଇଛି। ଦିନ ସାଢେ ଗୋଟାଏ ସମୟରେ ମାଜିଷ୍ଟ୍ରେଟ କୋର୍ଟ ପରିସରରେ ଥିବା ସମସ୍ତ ଓକିଲ, ମହକିଲ ମାନଙ୍କୁ କୋର୍ଟ ପ
ଜିଲ୍ଲା କୋର୍ଟରେ ବୋମା ଆତଙ୍କ କୋର୍ଟ ପରିସରରେ ବୋମସ୍କାର୍ଡ ଟିମର ତନାଘନା


ଜୟପୁର, ୦୮ ଜାନୁଆରି (ହି.ସ.) - ଓଡିଶାର ତିନି କୋର୍ଟ ସମ୍ବଲପୁର,କଟକ ଓ ଦେବଗଡ ଜିଲ୍ଲା କୋର୍ଟକୁ ବୋମାରେ ଉଡାଇଦେବା ଧମକ ଇମେଲରେ ଆସିବାପରେ ଆଜି ଜୟପୁର ଜିଲ୍ଲା କୋର୍ଟରେ ମଧ୍ୟ ଛନକା ପସିଯାଇଛି। ଦିନ ସାଢେ ଗୋଟାଏ ସମୟରେ ମାଜିଷ୍ଟ୍ରେଟ କୋର୍ଟ ପରିସରରେ ଥିବା ସମସ୍ତ ଓକିଲ, ମହକିଲ ମାନଙ୍କୁ କୋର୍ଟ ପରିସର ଖାଲି କରି ଏକ ଘଂଟା ବାହାରେ ରହିବାକୁ କହି ବୋମାସ୍କ୍ୱାର୍ଡ ଓ ସନ୍ଧାନୀ କୁକୁର ସହ ପୁଲିସ ଯାଂଚ କରିବାକୁ ନିର୍ଦ୍ଧେଶ ଦେଇଥିଲେ। ଏହିପରି ଘଟଣା ପୂର୍ବରୁ କେବେ ଘଟି ନଥିବା ବେଳେ ଏହା ଶୁଣିବା ପରେ ସହରରେ ଚାଂଚଲ୍ୟ ସୃଷ୍ଟି କରିଦେଇଛି । ଅପରାହ୍ନରେ ପୁଲିସ ଓ ଅନୁସନ୍ଧାନୀକାରି ଦଳ, ବମ ସ୍କ୍ୱାଡ ଟିମ କୋର୍ଟରେ ତଦନ୍ତ କରିବା ସମୟରେ କିଛି ସନ୍ଦେହଜନକ ମିଳିଲା ନାହିଁ।

ବାର ଆସୋସିଏସନର ଓକିଲ ନାନାଜୀ ଆଚାରୀ, ରମେଶ ପାତ୍ରଙ୍କ କହିବାନୁଯାୟୀ ଆଜି ଏହି ଗୁଜବକୁ ନେଇ ବିଚାରପତି ପୁଲିସ ଓ ବୋମ ସ୍କ୍ୱାର୍ଡକୁ ଡାକ୍ତି ଯାଂଚ କଲେ ତାହା ସ୍ୱାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ଏତେ ବଡ କୋର୍ଟ ପରିସରରେ ଅନେକ ଓକିଲ ଓ ମହକିଲ, ଚୋର, ଡକାୟତ ମାନେ ଯାତାୟତ କରୁଛନ୍ତି କିନ୍ତୁ କାହାରିକୁ କିଛି ଯାଂଚ କରାଯାଉନାହିଁ ଯାହା ଫଳରେ କିଏଭି କେଉଁ ସମୟରେ ବୋମ ରଖି କୋର୍ଟକୁ ଉଡାଇଦେଇପାରେ। କେବଳ ଜୟପୁର ନୁହଁ ସମସ୍ତ ଜିଲ୍ଲା କୋର୍ଟ ପରିସରରେ ବୋମା ଡିକ୍ଟେଟର ଲାଗାଯାଉ ଏବଂ ସୁରକ୍ଷା କର୍ମୀ ମାନଙ୍କୁ ନିୟୋଜିତ କରାଯାଉ ବୋଲି ଦାବି କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande