ଏଲଆଇସି ଏଜେଂଟଙ୍କ ଠାରୁ ଲୁଟିନେଲେ ୩ ଲକ୍ଷ
ଭଦ୍ରକ, ୮ ଜାନୁଆରୀ (ହି.ସ.) - ଚାନ୍ଦବାଲି ଅଂଚଳରେ ଦିନକୁ ଦିନ ଅପରାଧିଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।ଖୁଲମ ଖୋଲା ପୋଲିସକୁ ଚ୍ୟାଲେଞ୍ଜ ଦେଉଛନ୍ତି ଦିନ ଦ୍ୱୀପହରେ କରୁଛନ୍ତି ଲୁଟ । ଆଜି ବାଂଶଡା ଥାନା ଅଧିନ ଜଣେ ଏଲ ଆଇ ସି ଏଜେଂଟଙ୍କ ଠାରୁ ଲୁଟି ନେଲେ ୩ଲକ୍ଷ ଟଙ୍କା ।ସୂଚନା ମୁତାବକ ଚନ୍ଦବା
LIC AGENT LUT 3 LAKHS


ଭଦ୍ରକ, ୮ ଜାନୁଆରୀ (ହି.ସ.) - ଚାନ୍ଦବାଲି ଅଂଚଳରେ ଦିନକୁ ଦିନ ଅପରାଧିଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।ଖୁଲମ ଖୋଲା ପୋଲିସକୁ ଚ୍ୟାଲେଞ୍ଜ ଦେଉଛନ୍ତି ଦିନ ଦ୍ୱୀପହରେ କରୁଛନ୍ତି ଲୁଟ । ଆଜି ବାଂଶଡା ଥାନା ଅଧିନ ଜଣେ ଏଲ ଆଇ ସି ଏଜେଂଟଙ୍କ ଠାରୁ ଲୁଟି ନେଲେ ୩ଲକ୍ଷ ଟଙ୍କା ।ସୂଚନା ମୁତାବକ ଚନ୍ଦବାଲି ବ୍ଳକ ଘେଂଟଶ୍ୱରର ଏଲ ଆଇ ସି ଏଜେଂଟ ସୁଶାନ୍ତ ପଣ୍ଡା ୩ଲକ୍ଷ ଟଙ୍କା ନେଇ ଚାନ୍ଦବାଲି ଏଲ ଆଇ ସି ଅଫିସକୁ ଡିପୋଜିଟ କରିବା ପାଇଁ ଯାଉଥିଲେ । ଘେଂଟଶ୍ୱର-ବୈଦପୋଖରୀ ରାସ୍ତାର ପଲେଇସାହି ଛକ ନିକଟରେ ପଛପଟୁ ଦୁଇ ଜଣ ଡକାୟତ ଆସି ତାଙ୍କୁ ମାଡ଼ ମାରି ରାସ୍ତା କଡ଼କୁ ଫିଙ୍ଗି ଦେଇଥିଲେ । ତା ସହିତ ଟଙ୍କା ଥିବା ବ୍ୟାଗକୁ ତାଙ୍କ ଠାରୁ ଲୁଟି ଚମ୍ପଟ ମାରିଥିଲେ । ଖବର ପାଇ ବାଂଶଡା ଥାନାଧିକାରୀ ଘଟଣାସ୍ଥଳରେ ପହଂଚି ଛାନଭିନ ଜାରି ରଖିଛନ୍ତି ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande