ଚାଷୀଙ୍କ ଦୁଃଖ ଗଲା, ଆଜିଠୁ ସ୍ୱାଭାବିକ ହେଲା ଧାନକିଣା
ଜୟପୁର, ୦୮ ଜାନୁଆରି (ହି.ସ.) - ଗତକାଲି ମିଲର୍ସ ମାନେ ଆନ୍ଦୋଳନରୁ ଓହରିବା ପରେ ଆଜିଠାରୁ ଧାନକିଣା ସ୍ୱାଭାବିକ ହୋଇଛି। ଆଜି କୋରାପୁଟ ଜିଲ୍ଲାର ସମସ୍ତ ମିଲର ମାନେ ଧାନ ଉଠାଇଥିବା ଦେଖିବାକୁ ମିଳିଛି। ଅଧିକାଂଶ ଚାଷୀ ମିଲର୍ସଙ୍କ ଆନ୍ଦୋଳନ ସ୍ୱଭାବିକ ହୋଇଥିବା ଜାଣିନଥିବା ଏବଂ ଗୁରୁବାର ଥିବା ଯୋଗୁଁ
ଚାଷୀଙ୍କ ଦୁଃଖ ଗଲା, ଆଜିଠୁ ସ୍ବାଭାବିକ ହେଲା ଧାନକିଣା


ଜୟପୁର, ୦୮ ଜାନୁଆରି (ହି.ସ.) - ଗତକାଲି ମିଲର୍ସ ମାନେ ଆନ୍ଦୋଳନରୁ ଓହରିବା ପରେ ଆଜିଠାରୁ ଧାନକିଣା ସ୍ୱାଭାବିକ ହୋଇଛି। ଆଜି କୋରାପୁଟ ଜିଲ୍ଲାର ସମସ୍ତ ମିଲର ମାନେ ଧାନ ଉଠାଇଥିବା ଦେଖିବାକୁ ମିଳିଛି। ଅଧିକାଂଶ ଚାଷୀ ମିଲର୍ସଙ୍କ ଆନ୍ଦୋଳନ ସ୍ୱଭାବିକ ହୋଇଥିବା ଜାଣିନଥିବା ଏବଂ ଗୁରୁବାର ଥିବା ଯୋଗୁଁ ଆଜି ମଣ୍ଡିକୁ ଧାନ ଆଣିବା ସଂଖ୍ୟା କମ ଥିଲା। ମିଲର୍ସ କହିଛନ୍ତି, ବିଭିନ୍ନ ଦାବି ନେଇ ଆନ୍ଦୋଳନ କରାଯାଇଥିଲା। ମିଲରେ ଧାନ ରକ୍ଷଣା ବେକ୍ଷଣ ବାବଦ ଅର୍ଥ ଦେବାକୁ ସରକାର ରାଜି ହୋଇଛନ୍ତି। ବଳକା ଦାବି ୧୫ ଦିନ ମଧ୍ୟରେ ପୁରଣ କରାଯିବ ବୋଲି ପ୍ରତିଶୃତି ମିଳିଛି। ତେଣୁ ଆଜିଠାରୁ ସବୁ ମଣ୍ଡିରୁ ଧାନ ଉଠାଯାଇଛି। ଆଜି ଗୁରୁବାର ଥିବା ଯୋଗୁଁ ଚାଷୀ ମାନେ ମଣ୍ଡିକୁ ଧାନ ଆଣିନଥିଲେ। ସୂଚନା ଥାଉକି ବିଭିନ୍ନ ଦାବି ନେଇ ରାଜ୍ୟ ମିଲର୍ସ ଆସୋସିଏସନର ନିଷ୍ପତିକୁ ସମର୍ଥନ କରି ଆନ୍ଦୋଳନକୁ ଓହ୍ଲାଇଥିଲା ସ୍ଥାନୀୟ ଆସୋସିଏସନ। ଫଳରେ ଦୁଇଦିନ ହେବ ଜିଲ୍ଲାରେ ଧାନକିଣା ସଂପୂର୍ଣ୍ଣ ଠପ ହୋଇଯାଇଥିଲା। ମଣ୍ଡିକୁ ଧାନ ଆଣି ଚାଷୀ ହଇରାଣ ହୋଇଥିଲେ। ଗତ ଡିସେମ୍ବର ୧୧ରୁ ଧାନ ବିକ୍ରି କରିବାକୁ ଟୋକେନ ପାଇଥିବା ଚାଷୀ ଚିନ୍ତାରେ ପଡିଯାଇଥିଲେ। ଚଳିତମାସ ୯ତାରିଖ ପୂର୍ବରୁ ଧାନ ବିକ୍ରି ନ କଲେ ଟୋକେନ ରଦ୍ଦ ହୋଇଯାଇଥାନ୍ତା। ମିଲର୍ସଙ୍କ ଆନ୍ଦୋଳନ ପ୍ରତ୍ୟାହାର ପରେ ସେମାନେ ଆଶ୍ୱସ୍ତ ହୋଇଛନ୍ତି। ଏଯାଏଁ ଜିଲ୍ଲାର ୧୦ ହଜାର ୩୧୮ ଜଣ ଚାଷୀଙ୍କଠାରୁ ୫ ଲକ୍ଷ ୧୨ ହଜାର ୬୧୯ କୁଇଂଟାଲ ଧାନ କିଣାଯାଇଛି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande