ଏନ୍‌.ଏସ୍‌. ପୋଲିସ ହାଇସ୍କୁଲର ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ
କେନ୍ଦୁଝର, ୦୮ ଜାନୁଆରୀ(ହି.ସ.) – ସ୍ଥାନୀୟ ଏନ୍‌.ଏସ୍‌. ପୋଲିସ ହାଇସ୍କୁଲର ବାର୍ଷିକ କ୍ରୀଡ଼ା ଉତ୍ସବ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିବାବେଳେ ଗୁରୁବାର ଅପରାହ୍ନରେ ମହାସମାରୋହରେ ଉଦଯାପିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବେଳା ରାଉତଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା
Ns police high school annual sports


କେନ୍ଦୁଝର, ୦୮ ଜାନୁଆରୀ(ହି.ସ.) – ସ୍ଥାନୀୟ ଏନ୍‌.ଏସ୍‌. ପୋଲିସ ହାଇସ୍କୁଲର ବାର୍ଷିକ କ୍ରୀଡ଼ା ଉତ୍ସବ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିବାବେଳେ ଗୁରୁବାର ଅପରାହ୍ନରେ ମହାସମାରୋହରେ ଉଦଯାପିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବେଳା ରାଉତଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ରୁଦ୍ରନାରାୟଣ ସାମଲ ଯୋଗ ଦେଇ ସମୟର ସଦୁପଯୋଗ, ପାଠ ସହିତ ଖେଳକୁ ଅଗ୍ରାଧିକାର ଦେଇ ଲକ୍ଷ୍ୟ ହାସଲ ପର୍ଯ୍ୟନ୍ତ ସାଧନା ଜାରି ରଖିବା ପାଇଁ ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଶିଶିର କୁମାର ରାୟ ଯୋଗଦେଇ କ୍ରୀଡ଼ା ଆମ ଜୀବନରେ କିପରି ମହତ୍ୱପୂର୍ଣ୍ଣ ସେ ସମ୍ବନ୍ଧରେ ଆଲୋକପାତ କରିଥିଲେ। ବରିଷ୍ଠ ବିଜ୍ଞାନ ଶିକ୍ଷୟିତ୍ରୀ ମଧୁସ୍ମିତା ଚକ୍ର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏନ୍‌.ସି.ସି. ଶିକ୍ଷକ ବିଜୟ କୁମାର ବେହେରା ପୁରସ୍କାର ବିତରଣ ଉତ୍ସବର ମଂଚ ପରିଚାଳନା କରିଥିଲେ। ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାର କୃତୀ ଛାତ୍ର ଛାତ୍ରୀଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରି ଉତ୍ସାହିତ ଥିଲେ। ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ଦେବାଶିଷ ମାଝୀ ଏବଂ ନବମ ଶ୍ରେଣୀର ଛାତ୍ରୀ ସୁପ୍ରିୟା ସେଠୀ ଚଳିତ ବର୍ଷର ବିଦ୍ୟାଳୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଶ୍ରେଷ୍ଠ କ୍ରୀଡ଼ାବିତ୍ ବିବେଚିତ ହୋଇଥିଲେ। ଏହି କ୍ରୀଡ଼ା ପ୍ରତିଯୋଗିତାକୁ ପରିଚାଳନା କରିବାରେ ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ଅର୍ଜ୍ଜୁନ ଚରଣ ପାଗଳ ଏବଂ ମନୋଜ ମଞ୍ଜରୀ ଶିଶୁ ଭବନ ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷୟିତ୍ରୀ ସଂଯୁକ୍ତା ନାଥ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ବିଦ୍ୟାଳୟର ଶିକ୍ଷକ ଗୁରୁଦେବ ମହାନ୍ତ, କମଳ ଲୋଚନ ପ୍ରଧାନ, ବିଜୟ କୁମାର ବେହେରା, ବିବେକାନନ୍ଦ ରାଉତ, ପ୍ରଦୀପ୍ତ ଦେହୁରୀ, ତନ୍ମୟ ରାଉତ, ଶିକ୍ଷୟିତ୍ରୀ ମମତାରାଣୀ ମହାନ୍ତ, ସାଗରିକା ସାହୁ, କଳାବତୀ ଦେହୁରୀ, ଜୁନିଅର ଆସିଷ୍ଟାଂଟ ସତ୍ୟନାରାୟଣ ମଲ୍ଲିକ, ଶିକ୍ଷା କର୍ମଚାରୀ ଯୋଗେଶ୍ୱର କବାଟ, ଗଣେଶ୍ୱର ମୁଦୁଲି, ସୁଜାତା ନାଏକ ବାର୍ଷିକ କ୍ରୀଡ଼ା ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। ଶେଷରେ ଶିକ୍ଷକ କମଳ ଲୋଚନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande