ପାଟପୁର ରେଞ୍ଜର ଆମ୍ବଗାଁରେ ହାତୀପଲ
ଗଞାମ, ୮ ଜାନୁଆରୀ (ହି.ସ.)- ଗଞ୍ଜାମ ଜିଲ୍ଲା ଆମ୍ବଗାଁରେ ଦୀର୍ଘ ଏକ ମାସ ହେଲା ଚାରିଟିକିଆ ହାତୀ ପଲ ଜନବସତି ମୁହାଁ ହୋଇ ଏ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରୁଥିଵା ଜଣାପଡିଛି। ଗତକାଲି ରାତିରେ ଏହି ହାତୀ ପଲ ନିକଟରେ ଥିବା ଫସଲ କ୍ଷେତରେ ପସି ଫସଲ ଖାଇବା ସହ ବ୍ୟାପକ ଫସଲ ଦଳିଚକଟି ନଷ୍ଟ କରିଛନ୍ତି।
ପାଟପୁର ରେଞ୍ଜର ଆମ୍ବଗାଁରେ ହାତୀପଲ


ଗଞାମ, ୮ ଜାନୁଆରୀ (ହି.ସ.)- ଗଞ୍ଜାମ ଜିଲ୍ଲା ଆମ୍ବଗାଁରେ ଦୀର୍ଘ ଏକ ମାସ ହେଲା ଚାରିଟିକିଆ ହାତୀ ପଲ ଜନବସତି ମୁହାଁ ହୋଇ ଏ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରୁଥିଵା ଜଣାପଡିଛି। ଗତକାଲି ରାତିରେ ଏହି ହାତୀ ପଲ ନିକଟରେ ଥିବା ଫସଲ କ୍ଷେତରେ ପସି ଫସଲ ଖାଇବା ସହ ବ୍ୟାପକ ଫସଲ ଦଳିଚକଟି ନଷ୍ଟ କରିଛନ୍ତି। ଏହାସ଼ହ ଅମଳ ହୋଇ ରହିଥିବା ପ୍ରାୟ ୨୦ ଵସ୍ତା ଧାନ ଖାଇ ଯାଇଛନ୍ତି। ତୁରନ୍ତ ଜଙ୍ଗଲ ବିଭାଗ ପକ୍ଷରୁ ଘଟଣାର ଅନୁଧ୍ୟାନ କରି କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ କ୍ଷତିପୂରଣ ଦେବାକୁ ସାଧାରଣରେ ଦାବି ହେଉଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande