କାର୍ଯ୍ୟରେ ଅବହେଳା କାରଣରୁ ରାଜ୍ୟ ସଡକ ପରିବହନ ବିଭାଗର ୩ କର୍ମଚାରୀଙ୍କୁ କାର୍ଯ୍ୟରୁ ଅନ୍ତର ସହ ଦରମା ବନ୍ଦ ନିର୍ଦ୍ଦେଶ
ଜୟପୁର, ୮ ଜାନୁଆରୀ (ହି.ସ.)- ତିନି ଅଧିକାରୀଙ୍କ ଉପରେ ବହୁ ବିଳମ୍ବରେ ରାଜ୍ୟ ପରିବହନ ନିଗମର କାର୍ଯ୍ୟନୁଷ୍ଠାନ l କାର୍ଯ୍ୟରୁ ଅନ୍ତର ସହ ପୁନଃ କାର୍ଯ୍ୟରେ ଯୋଗ ଦେବା ଯାଏ ଦରମା ବନ୍ଦ ନେଇ ନିର୍ଦ୍ଦେଶ ଦେଲେ ରାଜ୍ୟ ପରିବହନ ନିଗମ ଏମଡି l ଜୟପୁର ବାସୀ କଲେ ସ୍ୱାଗତ l ସୂଚନା ପାଇବା ପରେ କର୍ମଚା
କାର୍ଯ୍ୟରେ ଅବହେଳା କାରଣରୁ ରାଜ୍ୟ ସଡକ ପରିବହନ ବିଭାଗର ୩ କର୍ମଚାରୀଙ୍କୁ କାର୍ଯ୍ୟରୁ ଅନ୍ତର ସହ ଦରମା ବନ୍ଦ ନିର୍ଦ୍ଧେଶ


ଜୟପୁର, ୮ ଜାନୁଆରୀ (ହି.ସ.)- ତିନି ଅଧିକାରୀଙ୍କ ଉପରେ ବହୁ ବିଳମ୍ବରେ ରାଜ୍ୟ ପରିବହନ ନିଗମର କାର୍ଯ୍ୟନୁଷ୍ଠାନ l କାର୍ଯ୍ୟରୁ ଅନ୍ତର ସହ ପୁନଃ କାର୍ଯ୍ୟରେ ଯୋଗ ଦେବା ଯାଏ ଦରମା ବନ୍ଦ ନେଇ ନିର୍ଦ୍ଦେଶ ଦେଲେ ରାଜ୍ୟ ପରିବହନ ନିଗମ ଏମଡି l ଜୟପୁର ବାସୀ କଲେ ସ୍ୱାଗତ l ସୂଚନା ପାଇବା ପରେ କର୍ମଚାରୀ ମାନେ ଖୁସି ପ୍ରକଟ କରିଛନ୍ତି l

ତିନି ଅଧିକାରୀ ନିଜ କାର୍ଯ୍ୟରେ ଅବହେଳାର ଅଭିଯୋଗ ପାଇବା ପରେ ବିଭାଗୀୟ ତଦନ୍ତ ପରେ ଏପରି ନିଷ୍ପତି ନେଇଛନ୍ତି ରାଜ୍ୟ ପରିବହନ ନିଗମ ଏମଡି l ଜିଲ୍ଲା ପରିଚାଳକ ଈଶ୍ୱର ମହାପାତ୍ର, ଅତିରିକ୍ତ ପରିଚାଳକ ଜ୍ୟୋତି ପ୍ରକାଶ ବେହେରା, ସୁନ୍ଦରଗଡ଼ର ଅତିରିକ୍ତ ପରିଚାଳକ

ପ୍ରିତିଶ କୁମାର ନାୟକ l କାର୍ଯ୍ୟରେ ଅବହେଳା କରୁଥିବା କାରଣରୁ ଆଜି ରାଜ୍ୟ ସଡକ ପରିବହନ ନିଗମ ବିଭାଗ ଏମ.ଡି.ଙ୍କ ପକ୍ଷରୁ ୩ ଜଣ କର୍ମଚାରୀଙ୍କ ଉପରେ ଦରମାବନ୍ଦ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏଥିରେ ଅଛନ୍ତି ଜୟପୁର ଡିପୋର ୨ ଜଣ ଓ ସୁନ୍ଦରଗଡ ଡିପୋର ଜଣେ କର୍ମଚାରୀ। ଜୟପୁର ଡିପୋର ଜିଲ୍ଲା ପରିଚାଳକ ଇଶ୍ବର ମହାପାତ୍ର ଓ ସହାୟକ ପରିଚାଳକ ଜ୍ୟୋତି ରଞ୍ଜନ ବେହେରାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଇଶ୍ବର ପାଣିଗ୍ରାହୀଙ୍କ ସ୍ଥାନରେ ଆରୋଶ୍ରୀ ସାହୁଙ୍କୁ ଦାୟୀତ୍ବ ଦିଆଯାଇଛି। ଶ୍ରୀ ମହାପାତ୍ର ଡ୍ୟୁଟିରେ ଥିବା ସମୟରେ ମଦ୍ୟପାନ କରିବା ସହ ଯାତ୍ରୀ ଓ କର୍ମଚାରୀଙ୍କ ସହ ଦୁର୍ବ୍ୟବହାର କରୁଥିଲେ। ବସର କଣ୍ତକ୍ଟର କିମ୍ବା ଡ୍ରାଇଭର ମାନେ ଅଭିଯୋଗ କଲେ ମଧ୍ୟ ସେମାନଙ୍କ କଥାକୁ ଗୁରୁତ୍ବ ଦେଉନଥିଲେ। କେବଳ ଜିଲ୍ଲା ପରିଚାଳକ ନୁହେଁ ସହାୟକ ପରିଚାଳକ ମଧ୍ୟ ଏହିପରି ବ୍ୟବହାର କରୁଥିଲେ। ଏନେଇ ଅନେକ ଅଭିଯୋଗ ଯିବାପରେ ପରିବହନ ବିଭାଗ ପକ୍ଷରୁ ତଦନ୍ତ କରିବା ପରେ ଆଜି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରୁ ଅନ୍ତର କରାଯିବା ସହ ସେମାନଙ୍କ ଦରମା ବନ୍ଦ କରାଯାଇଛି। ସରକାର ବସ ଟର୍ମିନାଲ ଓ ବସଷ୍ଟାଣ୍ତର ଉନ୍ନତିକରଣ କରିଥିଲେ ମଧ୍ୟ ଏହି ଅଧିକାରୀ ମାନେ ନିଜ ମନମାନିରେ ଚଲାଉଥିଲେ । ଏହି ଅଧିକାରୀ ମାନଙ୍କ ପାଇଁ ରାଜ୍ୟ ସରକାରଙ୍କୁ ଅନେକ ସମୟରେ କ୍ଷତି ସହିବାକୁ ପଡୁଥିଲା। ଏହି ଡିପୋରୁ ସମସ୍ତ ରୁଟରେ ଶତାଧିକ ବସ ଯାତାୟତ କରୁଥିବା ବେଳେ ବର୍ତ୍ତମାନ ୪୦ରୁ ୫୦ଟି ବସ ଯାତାୟତ କରୁଛି। ଏବ˚ ଅନେକ ବସ ଖତ ଖାଇ ପଡିଛି। ଦୁଇ ଅଧିକାରୀ ଘରୋଇ ବସ ସ˚ସ୍ଥା ସହ ଜଡିତ ରହିଥିବା ମଧ୍ୟ ଜଣାପଡିଥିଲା। ଜୟପୁର ଡିପୋ ହେଲା ଏକ ପୁରୁଣା ଡିପୋ। ଏଠାରେ ପୁରୁଣା ଗାଡି ବଦଳରେ ଅନେକ ନୂଆ ଗାଡି ଆସିଥିଲା, କିନ୍ତୁ ଦୁଇ ଜଣ ଅଧିକାରୀଙ୍କ ମନମାନି ଲାଗି ସବୁ ବନ୍ଦ ହୋଇପଡିଛି।

ଗତ ୨୨ ତାରିଖରେ ଓଡିଶା ରାଜ୍ୟ ପରିବହନ ନିଗମର ବିଜୟନଗର ଡିପୋର ଅସ୍ଥାୟୀ ଠିକା ବସ କଣ୍ତକ୍ଟରଙ୍କୁ ଜୟପୁର ଡିପୋର ସହକାରୀ ମ୍ୟାନେଜର ମାଡ ମାରିବା ସହିତ ୫ ହଜାର ଟଙ୍କା ଲାଞ୍ଚ ମାଗିବା ଓ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମିଥ୍ୟା ଅଭିଯୋଗ କରି ଚାକିରିରୁ ବହିଷ୍କାର କରିବା ନେଇ ଧମକ ଦେଇଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଥିଲା। କଣ୍ତକ୍ଟର ଧିରସ୍ତିତ ବିଷୋୟୀ ନିଗମର ବସର ଡ୍ୟୁଟିରେ ରହି ଜୟପୁର ବସଷ୍ଟାଣ୍ତ ଠାରେ ରାତି ୧୧ଟାରେ ପହଞ୍ଚିଥିଲେ ଏବ˚ ଟିକଟ କାଉଣ୍ଟରକୁ ଯାଇଥିଲେ। ସେହି ସମୟରେ ଡିପୋ ମ୍ୟାନେଜର ଜ୍ୟୋତିପ୍ରକାଶ ବେହେରା ବସି ମଦ ପିଉଥିଲେ। ଏହାପରେ କୌଣସି କାରଣ ନଥାଇ ହଠାତ ଜ୍ୟୋତି ବେହେରା ରାଗି ଯାଇ ଅଭିଯୋଗକାରୀ କଣ୍ତକ୍ଟରକୁ ଅସଭ୍ୟ ଭାଷାରେ ଗାଳି କରିବା ସହ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଟିକେଟ ନକାଟି ଯାତ୍ରୀ ମାନଙ୍କୁ ଯାତ୍ରା କରୁଥିବା ଅଭିଯୋଗ କରିବାସହ ଚାକିରିରୁ କାଢିଦେବାକୁ ଧମକ ଦେଇଥିଲେ। ସ୍ଥାନୀୟ କର୍ମଚାରୀ ମାନେ ବୁଝାଇବା ପରେ ସମସ୍ୟାର ସମାଧାନ ହୋଇଥିଲା। ପୁଣି ଶ୍ରୀ ବେହେରା ବିଜୟନଗର ଡିପୋରେ ପହଁଚି କଣ୍ତକ୍ଟରକୁ ୫ ହଜାର ଟଙ୍କା ମାଗିଥିଲେ। କଣ୍ତକ୍ଟର ମନା କରିଦେବାରୁ ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହ ଗୋଇଠା ମାରିଥିବା ନେଇ ଜୟପୁର ଟାଉନଥାନାରେ ଅଭିଯୋଗ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande