ପିଏମ୍ ଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟରେ କାମଳ ରୋଗ ବ୍ୟାପିବା ଘଟଣା,ପାଣି ଟାଙ୍କିରୁ କାମଳ ରୋଗ ବ୍ୟାପିଛି, ଡାକ୍ତର ମିତ୍ର
Odisha, 08 ଜାନୁଆରି (ହି.ସ.)ଖୋର୍ଦ୍ଧା,କାରଣ ଖୋଜୁ ଖୋଜୁ ଶେଷରେ ଖୋର୍ଦ୍ଧା ପିଏମ୍ ଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟରେ ଆତଙ୍କ ସୃଷ୍ଟି କରିଥିବା ଜଣ୍ଡିସ୍‌ର କାରଣ ଏବେ ପଦାକୁ ଆସିଛି। ବିଦ୍ୟାଳୟର ବିଭିନ୍ନ ସ୍ଥାନକୁ ଯେଉଁଠୁ ଜଳଯୋଗାଣ ହେଉଥିଲା, ସେହି ଓଭରହେଡ୍ ଟାଙ୍କିରୁ ଜଣ୍ଡିସ୍ ଭୂତାଣୁ ଚିହ
ପିଏମ୍ ଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟରେ କାମଳ ରୋଗ ବ୍ୟାପିବା ଘଟଣା,ପାଣି ଟାଙ୍କିରୁ କାମଳ ରୋଗ ବ୍ୟାପିଛି, ଡାକ୍ତର ମିତ୍ର


Odisha, 08 ଜାନୁଆରି (ହି.ସ.)ଖୋର୍ଦ୍ଧା,କାରଣ ଖୋଜୁ ଖୋଜୁ ଶେଷରେ ଖୋର୍ଦ୍ଧା ପିଏମ୍ ଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟରେ ଆତଙ୍କ ସୃଷ୍ଟି କରିଥିବା ଜଣ୍ଡିସ୍‌ର କାରଣ ଏବେ ପଦାକୁ ଆସିଛି। ବିଦ୍ୟାଳୟର ବିଭିନ୍ନ ସ୍ଥାନକୁ ଯେଉଁଠୁ ଜଳଯୋଗାଣ ହେଉଥିଲା, ସେହି ଓଭରହେଡ୍ ଟାଙ୍କିରୁ ଜଣ୍ଡିସ୍ ଭୂତାଣୁ ଚିହ୍ନଟ କରାଯାଇଛି। ଏପରିକି ରୋଷେଇଶାଳାରୁ ମଧ୍ୟ ଏହି ଭୂତାଣୁ ଚିହ୍ନଟ ହୋଇଥିବା ନେଇ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ରଞ୍ଜନ କୁମାର ମିତ୍ର ସୂଚନା ଦେଇଛନ୍ତି। ଓଭରହେଡ୍ ଟାଙ୍କିରୁ ଆରମ୍ଭ କରି ଭୂତାଣୁ ରୋଷେଇଶାଳା ଯାଏ ପହଞ୍ଚି ୮୧ରୁ ଅଧିକ ପିଲାଙ୍କୁ ଜଣ୍ଡିସ୍ ମାଡ଼ି ଚାଲିଥିଲା।ହେଲେ ବିଦ୍ୟାଳୟ କର୍ତୃପକ୍ଷ ଏହାକୁ ଜାଣି କିପରି ଜାଣିପାରୁନଥିଲେ ? ତେବେ ପୂର୍ବରୁ ବିଦ୍ୟାଳୟ କର୍ତୃପକ୍ଷ କିଭଳି ଭାବେ ଜଳର ନମୁନା ପରୀକ୍ଷଣ କରୁଥିଲେ? ସେନେଇ ବୋଲି ଅଭିଭାବକ ମହଲ ପ୍ରଶ୍ନ କରିଛନ୍ତି। ସୂଚନା ଅନୁଯାୟୀ ଗତ ନଭେମ୍ବର ମାସରୁ କ୍ୟାମ୍ପସ୍‌ରେ କାମଳ ରୋଗ ମାଡିବା ଆରମ୍ଭ ହେଲା ।ପରେ ଧିରେ ଧିରେ ହୋଇ ଆରମ୍ଭ କରି ୧୦ରୁ ଉର୍ଦ୍ଧ ପିଲାଙ୍କୁ ଧୀରେଧୀରେ କାମଳ ରୋଗ ଆକ୍ରମଣ କରି ଚାଲିଥିଲା। କିନ୍ତୁ, ବିଦ୍ୟାଳୟ କର୍ତୃପକ୍ଷ ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କଲେ ନାହିଁ। କ୍ୟାମ୍ପସ୍ ଭିତରେ ପ୍ରାୟ ୧୦ରୁ ଅଧିକ ପାଣି ଟାଙ୍କି, ଓଭରହେଡ଼୍ ଟାଙ୍କି ଓ ସମ୍ପ୍ ରହିଛି। ନିୟମ ଥିଲା, କିଛି ମାସର ବ୍ୟବଧାନରେ ବିଦ୍ୟାଳୟର ସବୁ ଟାଙ୍କି ସଫେଇ ହେବ। ସେଥିରେ ବ୍ଲିଚିଂ ପାଉଡ଼ର ପଡ଼ିବ। ଜଳ ନମୁନା ବି ପରୀକ୍ଷଣ ହେବ। ବିଦ୍ୟାଳୟ କର୍ତ୍ତୃପକ୍ଷ ବି ନିୟମ ଅନୁସାରେ ଟାଙ୍କି ସଫେଇ କରୁଥିଲେ ବୋଲି କାମଳ ରୋଗ ଚିହ୍ନଟ ହେଲା ପରେ ସଫେଇ ଦେଇ ଚାଲିଥିଲେ। ହେଲେ ସତ ପଦାକୁ ଆସୁନଥିଲା। ନିୟମିତ ବ୍ୟବଧାନରେ ବିଦ୍ୟାଳୟ କର୍ତୃପକ୍ଷ ସଫେଇ କରୁଥିଲେ କି’ ନାହିଁ, ସେନେଇ ମଧ୍ୟ ଅଭିଭାବକ ମହଲରେ ସନ୍ଦେହ ଉପୁଜିଛି।କିନ୍ତୁ, ଘଟଣା ନେଡ଼ି ଗୁଡ଼ କହୁଣୀକୁ ବହିଗଲା ପରେ ଜିଲ୍ଲା ସ୍ବାସ୍ଥ୍ୟ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଗୁରୁତର ଭାବେ ଘଟଣାକୁ ନେଇ କ୍ୟାମ୍ପସ୍‌ର ପାଞ୍ଚରୁ ଉର୍ଦ୍ଧ ସ୍ଥାନରୁ ଜଳ ନମୁନା ସଂଗ୍ରହ କରି ଲାବୋଟାରିକୁ ପଠାଇଥିଲା। ତେବେ ପାଞ୍ଚ ନମୁନା ମଧ୍ୟରୁ ଦୁଇଟି ନମୁନା ପଜିଟିଭ୍ ଆସିଛି ବୋଲି ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମିତ୍ର ସୂଚନା ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande