
କେନ୍ଦ୍ରାପଡ଼ା, ୦୮ ଜାନୁଆରୀ(ହି.ସ.) – ରାଜନଗର ବିଡ଼ିଓଙ୍କୁ ଦୁର୍ବ୍ୟବହାର ଘଟଣାରେ ଗତକାଲି ବିଜେଡି ଜିଲ୍ଲାପାଳ ଓ ଏସ୍ପିଙ୍କୁ ଭେଟିବା ପରେ ଆଜି କାଉଂଟର କରିଛି କେନ୍ଦ୍ରାପଡ଼ା ବିଜେପି ଜନ ସାଧାରଣଙ୍କ ସମସ୍ୟା ନେଇ ବିଡ଼ିଓ ଚିରାଚରିତ ଢଙ୍ଗରେ କାର୍ଯ୍ୟ କରୁଥିଲେ। ରାଜନଗରରେ ରାଜନୈତିକ ରଙ୍ଗ ବୋଳିଛି ବିଜେଡି, ପାଂଚଦିନ ଧରି ରାଜନଗର ବ୍ଲକ କାର୍ଯ୍ୟାଳୟରେ ଅଚଳା ଅବସ୍ଥା ଏବଂ ଅରାଜକତା ସୃଷ୍ଟି କରୁଛି। ଯାହାପାଇଁ ସାଧାରଣ ଲୋକେ ସେବା ପାଇଁ ଆସି ହିନସ୍ତା ହେଉଛନ୍ତି। ପିସି କାରବାରରୁ ବିରୋଧ କରିବାରୁ ବିଜେପି ବିରୁଦ୍ଧରେ ହେଉଛି ଷଡ଼ଯନ୍ତ୍ର। ବ୍ଲକ୍ କାର୍ଯ୍ୟକୁ ଠପ୍ କରୁଥିବା ବ୍ୟକ୍ତିଙ୍କୁ ବିରୁଦ୍ଧରେ କାର୍ଯାନୁଷ୍ଠାନ ପାଇଁ ଦାବୀ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ସଭାପତି ଶଶାଙ୍କ ଶେଖର ସେଠୀ। ଗତକାଲି ଏହି ଘଟଣାରେ ବିଜେଡିର ଉଚ୍ଚସ୍ତରୀୟ ଟିମ୍ ଜିଲ୍ଲାପାଳ ଓ ଏସ୍ପିଙ୍କୁ ଭେଟି କର୍ଯ୍ୟନୁଷ୍ଠାନ ଦାବି କରିଥିଲେ। ବିଜେପି ବିଧାୟକ ପାର୍ôଥ ଲଳିତ ବେହେରା ଏ ଘଟଣାକୁ ନେଇ ସମ୍ବାଦିକ ସମ୍ମିଳନୀ କରି ଦୁଃଖ ପ୍ରକାଶ କରିଛନ୍ତି। ଗରାପୁର୍ ସ୍ୱୟଂ ସିଦ୍ଧାମଣ୍ଡପରେ ସାମ୍ୱାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି, ପୂର୍ବତନ ଜିଲ୍ଲା ସଭାପତି କିଶୋର ପଣ୍ଡା, ରାଜନଗର ବିଜେପି ବିଧାୟକ ପାର୍ଥୀ ଲଳିତ ବେହେରା, ସୁନାକର ବେହେରା, ଅମିତାଭ ସୁଆର ଓ ବରିଷ୍ଟ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି