ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି ବୈଠକ
ମାଲକାନଗିରି, ୦୮ ଜାନୁଆରି (ହି.ସ.) - ଆଗାମୀ ୭୭ତମ ସାଧାରଣତନ୍ତ୍ର ଦିବସ-୨୦୨୬କୁ ମାଲକାନଗିରି ଜିଲ୍ଲାସ୍ତରରେ ପାଳନ କରାଯିବା ଉପଲକ୍ଷେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପରିଷଦ ସମ୍ମିଳନ
ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି ବୈଠକ


ମାଲକାନଗିରି, ୦୮ ଜାନୁଆରି (ହି.ସ.) - ଆଗାମୀ ୭୭ତମ ସାଧାରଣତନ୍ତ୍ର ଦିବସ-୨୦୨୬କୁ ମାଲକାନଗିରି ଜିଲ୍ଲାସ୍ତରରେ ପାଳନ କରାଯିବା ଉପଲକ୍ଷେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର ଉପସ୍ଥିତ ଥିଲେ।

ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀଙ୍କ ଦ୍ୱାରା ଗତବର୍ଷ ପ୍ରସ୍ତୁତି ବୈଠକର ବିବରଣୀ ଉପସ୍ଥାପନ ଆଧାରରେ ଆଲୋଚନା କରାଯାଇ ବୈଠକର ସର୍ବସମ୍ମତି କ୍ରମେ ନିଷ୍ପତି ଗ୍ରହଣ କରାଯାଇଥିଲା। ଉତ୍ସବ ପାଳନ ଉପଲକ୍ଷେ ୨୬ ଜାନୁଆରୀ ପ୍ରଭାତରେ ଡ଼ାକବାଜି ଯନ୍ତ୍ର ଦ୍ୱାରା ମାଲକାନଗିରି ପୌରପାଳିକା ଅଞ୍ଚଳରେ ରାମଧୂନ ପରିକ୍ରମା କରାଯିବ । ସକାଳ ୭ ଟା ୩୦ରେ ବିଭିନ୍ନ ଅନୁଷ୍ଠାନରେ ପତାକା ଉତୋଳନ କରାଯାଇ ସ୍ପୋର୍ଟସ କମ୍ପେ୍ଲକ୍ସ ଠାରେ ଜିଲ୍ଲାସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଜାତୀୟ ପତାକା ଉତୋଳନ କରାଯିବ । ଏହି ଦିବସ ପାଳନ ଉପଲକ୍ଷେ ପୂର୍ବରୁ ବକ୍ତୃତା, ଚିତ୍ରାଙ୍କନ, ପ୍ରବନ୍ଧ ଆଦି ପ୍ରତିଯୋଗିତାମାନ ଆୟୋଜନ କରାଯିବା ପାଇଁ ଦିନ ଓ ସମୟ ଧାର୍ଯ୍ୟ କରାଗଲା । ପ୍ରଭାତଫେରୀ, ପ୍ରତିମୂର୍ତିରେ ମାଲ୍ୟାର୍ପଣ, ମୁଖ୍ୟ ଅତିଥିଙ୍କ ଦ୍ୱାରା ଜାତୀୟ ପତାକା ଉତୋଳନ ଓ ସମ୍ମିଳିତ ପ୍ୟାରେଡ଼, ପ୍ୟାରେଡ଼୍ ପ୍ରତିଯୋଗିତା, ପ୍ୟାରେଡ଼ ପୂର୍ବାଭ୍ୟାସ ଓ ପ୍ୟାରେଡ଼ ପଡ଼ିଆରେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ ସମ୍ବନ୍ଧରେ ଆଲୋଚନା କରାଯାଇ ନିଷ୍ପତି ଗ୍ରହଣ କରାଯାଇଥିଲା । ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନା ଓ ଶିଶୁ ଗୃହ ରେ ରୋଗୀମାନଙ୍କୁ ଫଳ ବଂଟନ ଆଦି କାର୍ଯ୍ୟକ୍ରମ ସମ୍ବନ୍ଧରେ ମଧ୍ୟ ଆଲୋଚନା କରାଯାଇ ପ୍ରାୟୋଜକ ଓ ପୃଷ୍ଠପୋଷକଭାବେ ବିଭିନ୍ନ ଅନୁଷ୍ଠାନର କର୍ମକର୍ତାମାନଙ୍କ ମତାମତ ଗ୍ରହଣ କରାଯାଇଥିଲା । ବିଭିନ୍ନ ଅନୁଷ୍ଠାନର କର୍ମକର୍ତା, ଶିକ୍ଷକ ଶିକ୍ଷୟିତ୍ରୀ, ଅଧ୍ୟାପକ ଅଧ୍ୟାପିକା, ଗଣମାଧ୍ୟମ ପ୍ରତିନିଧି, ମାନ୍ୟଗଣ୍ୟ ବିଶିଷ୍ଟ ବ୍ୟକ୍ତି ଏହି ବୈଠକରେ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande