
Bhubaneswar, 08 ଜାନୁଆରି (ହି.ସ.)
ଜୟପୁର
ନବରଙ୍ଗପୁର ଅଞ୍ଚଳର ଜଣେ ମହିଳାକୁ ବଳତ୍କାର କରି ଲୁଚାଇଥିବା ଅଭିଯୋଗରେ ଫେରାର ଥିବା ୩ଜଣ ଅଭିଯୁକ୍ତଙ୍କୁ ଜୟପୁର ସଦର ପୁଲିସ ଗିରଫ କରି ନବରଙ୍ଗପୁର ମହିଳା କୋର୍ଟକୁ ଚାଲାଣ କରିଛି। ପୁଲିସ ସୂଚନା ଅନୁଯାୟୀ ଗତ ୨୦୦୭ ମସିହାରେ ନବରଙ୍ଗପୁର ଅଞ୍ଚଳର ଜଣେ ମହିଳାଙ୍କୁ ଅପହରଣ କରିଥିବା ସହ ଲୁଚେଇ ନେଇ ନବରଙ୍ଗପୁର ଥାନାରେ ଅଭିଯୋଗ ହୋଇ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ୩ଜଣ ଅଭିଯୁକ୍ତ ଜୟପୁର ସଦରଥାନା ଅନ୍ତର୍ଗତ ପାଞ୍ଜିଆଗୁଡା ଅଞ୍ଚଳର ଭି. ରାମ କ୍ରୀଷ୍ଣା (୬୫), ଏମ.ବ୍ରହ୍ମାଜି(୫୬) ଓ କେ.ଚିନ୍ନାରାଓ(୪୩) ଙ୍କୁ ଗିରଫ କରି ନବରଙ୍ଗପୁର ମହିଳାକୋର୍ଟକୁ ଚାଲାଣ କରାଯାଇଥିବା ସଦରଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି