ଆର୍ôଥକ ଅଭିବୃଦ୍ଧି ସହ ଲୋକଙ୍କ ଜୀବନଶୈଳୀରେ ପରିବର୍ତନ ଆଣିବା ଆମର ସଂକଳ୍ପ - ଧର୍ମେନ୍ଦ୍ର ପ୍ରଧାନ
ସମ୍ବଲପୁର ଲୋକ ମହୋତ୍ସବ - ୨୦୨୬’ ଅବସରରେ କେନ୍ଦ୍ରମନ୍ତ୍ରୀଙ୍କ ଭିଡ଼ିଓ ବାର୍ତା ସମ୍ବଲପୁର/ଭୁବନେଶ୍ୱର, ୦୮ ଜାନୁୟାରୀ (ହି.ସ)- ସମ୍ବଲପୁରର ଆର୍ôଥକ ଅଭିବୃଦ୍ଧି ସହ ଲୋକଙ୍କ ଜୀବନଶୈଳୀରେ ବ୍ୟାପକ ପରିବର୍ତନ ଆଣିବା ଆମର ସଂକଳ୍ପ ବୋଲି ‘ସମ୍ବଲପୁର ଲୋକ ମହୋତ୍ସବ - ୨୦୨୬’ ଅବସରରେ ଏକ ଭିଡ଼ିଓ ବାର୍ତା ମ
ପରକ


ସମ୍ବଲପୁର ଲୋକ ମହୋତ୍ସବ - ୨୦୨୬’ ଅବସରରେ କେନ୍ଦ୍ରମନ୍ତ୍ରୀଙ୍କ ଭିଡ଼ିଓ ବାର୍ତା

ସମ୍ବଲପୁର/ଭୁବନେଶ୍ୱର, ୦୮ ଜାନୁୟାରୀ (ହି.ସ)- ସମ୍ବଲପୁରର ଆର୍ôଥକ ଅଭିବୃଦ୍ଧି ସହ ଲୋକଙ୍କ ଜୀବନଶୈଳୀରେ ବ୍ୟାପକ ପରିବର୍ତନ ଆଣିବା ଆମର ସଂକଳ୍ପ ବୋଲି ‘ସମ୍ବଲପୁର ଲୋକ ମହୋତ୍ସବ - ୨୦୨୬’ ଅବସରରେ ଏକ ଭିଡ଼ିଓ ବାର୍ତା ମାଧ୍ୟମରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସମ୍ବଲପୁରର ସମୃଦ୍ଧ ସାହିତ୍ୟ, ସ୍ୱତନ୍ତ୍ର ସଂସ୍କୃତି ଏବଂ ଲୋକକଳାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ସମ୍ବଲପୁରର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟର 'ଡବଲ ଇଞ୍ଜିନ' ସରକାରଙ୍କ ପକ୍ଷରୁ ଚାଲିଥିବା ବିଭିନ୍ନ ବୃହତ ପ୍ରକଳ୍ପ ସମ୍ପର୍କରେ ସୂଚନା ଦେବା ସହ ଏହାକୁ ଏକ ଆଧୁନିକ ଓ ବିକଶିତ ସହରରେ ପରିଣତ କରିବା ପାଇଁ ସଂକଳ୍ପ ଦୋହରାଇଛନ୍ତି। ସମ୍ବଲପୁରର ସଂସ୍କୃତିକୁ 'ମାଟିର ସଂସ୍କୃତି' ଭାବେ ଅଭିହିତ କରି ସେ କହିଛନ୍ତି ଯେ, ସମୃଦ୍ଧ ସାହିତ୍ୟ ଓ ସ୍ୱତନ୍ତ୍ର ସଂସ୍କୃତିର ସଫଳ ସମାହାର ହେଉଛି ସ୍ୱର୍ଣ୍ଣଗର୍ଭା ସମ୍ବଲପୁର। ଏଠାକାର ତିହାର,ପରବ ଏବଂ ଲୋକକଳା କେବଳ ମନୋରଞ୍ଜନ ନୁହେଁ, ବରଂ ଆମର ପରିଚୟ । ଏହି ପରିଚୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ‘ସମ୍ବଲପୁର ଲୋକ ମହୋତ୍ସବ’ ଏକ ସୁନ୍ଦର ପ୍ରୟାସ । ଏହି ମହୋତ୍ସବ ସାମାଜିକ ସଂହତିର ପ୍ରତୀକ । ଜାତି, ଧର୍ମ, ବର୍ଣ୍ଣ - ନିର୍ବିଶେଷରେ ସମସ୍ତେ ମିଳିମିଶି ଆନନ୍ଦ ଉଲ୍ଲାସର ସହ ପର୍ବକୁ ପାଳନ କରିବାର ଅବସର । ବିଶେଷ କରି ମହୋତ୍ସବ ସମୟରେ ‘ୟୁଥ୍ ଫେଷ୍ଟିଭାଲ୍‌’ର ଆୟୋଜନ ଯୁବପିଢ଼ିଙ୍କୁ ନିଜର ଭାଷା ଓ ମୂଲ୍ୟବୋଧ ସହ ଯୋଡ଼ିବାରେ ସହାୟକ ହେବ, ଯାହା ଜାତୀୟ ଶିକ୍ଷା ନୀତି-୨୦୨୦ର ମୂଳ ଲକ୍ଷ୍ୟ । ଯେତେବେଳେ ସମ୍ବଲପୁରର ଯୁବ ପ୍ରତିଭାମାନେ ‘ରଙ୍ଗବତୀ’ ଓ ‘ଡାଲଖାଇ’ ଭଳି କଳା ପ୍ରଦର୍ଶନ କରନ୍ତି, ସେତେବେଳେ ଆମର ସଂସ୍କୃତି ସୁରକ୍ଷିତ ହାତରେ ଅଛି ବୋଲି ଅନୁଭବ ହୁଏ ।

ସମ୍ବଲପୁରକୁ ଏକ ଆଧୁନିକ ଓ ବିକଶିତ ସହରରେ ପରିଣତ କରିବା ପାଇଁ ଡବଲ ଇଞ୍ଜିନ ସରକାର ଅନେକ ବୃହତ ପ୍ରକଳ୍ପ ଉପରେ କାର୍ଯ୍ୟ କରୁଥିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି । ବୁର୍ଲା ଭିମସାରର ନବକଳେବର ପାଇଁ ୨୪୫୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ସେହିପରି ସହରର ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ୧୪୩୭ କୋଟି ଟଙ୍କାର ରିଙ୍ଗ ରୋଡ୍ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ । ଏହା ସହିତ ଅଯୋଧ୍ୟା ସାଗର ପୁନରୁଦ୍ଧାର ପାଇଁ ୬୦୦ କୋଟି, ମହାନଦୀ ରିଭର ଫ୍ରଂଟ ବିକାଶ ପାଇଁ ୧୬୦ କୋଟି ଏବଂ ୨୪ ଘଣ୍ଟିଆ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ୪୫୦ କୋଟି ଟଙ୍କା ବ୍ୟୟରେ ଦୈନିକ ୧୧୦ ମିଲିୟନ ଲିଟର କ୍ଷମତା ବିଶିଷ୍ଟ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି । ହୀରାକୁଦ ପର୍ଯ୍ୟଟନର ବିକାଶ ପାଇଁ ପ୍ରଥମ ପର୍ଯ୍ୟାୟରେ ୧୦୦ କୋଟି ଏବଂ ଦ୍ରେବିଗଡ଼ର ବିକାଶ ପାଇଁ ପାଖାପାଖି ୮୫ କୋଟି ଟଙ୍କାର କାର୍ଯ୍ୟ ଆରମ୍ଭ ହୋଇଛି । ବସନ୍ତପୁର ଠାରେ ୧୦୦ କୋଟି ଟଙ୍କା ବ୍ୟୟରେ ଆକ୍ୱା ପାର୍କ ନିର୍ମାଣ କାମ ଚାଲୁ ରହିଛି । ସମ୍ବଲପୁର ଠାରୁ ଝାରସୁଗୁଡ଼ା ପର୍ଯ୍ୟନ୍ତ ଏକ ବୈକଳ୍ପିକ ଜାତୀୟ ରାଜପଥ ନିର୍ମାଣର ପରିକଳ୍ପନା ହୋଇଛି ।

ସମ୍ବଲପୁରରେ ନୂତନ ପ୍ରାଣୀ ଚିକିତ୍ସା ଓ ପଶୁପାଳନ ମହାବିଦ୍ୟାଳୟ, ମା’ ଘେଂଟଶ୍ୱରୀ ମନ୍ଦିର ଠାରୁ ଚିପିଲିମା ପର୍ଯ୍ୟନ୍ତ ବ୍ରିଜ୍‌, ବୁର୍ଲା ରିଙ୍ଗ୍ ରୋଡ୍‌, ରେମେଡ୍‌- ହୀରାକୁଦ ୪ ଲେନ୍ ରୋଡ୍‌, ସଫ୍ଟଓୟାର ଟେକ୍ନୋଲୋଜି ପାର୍କ ଏବଂ ସିବିଜି ପ୍ଲାଂଟ ନିର୍ମାଣ ସହରକୁ ନୂଆ ପରିଚୟ ଦେବ। ଏହା ସହିତ ଅତ୍ୟାଧୁନିକ ବସ ଷ୍ଟାଣ୍ଡ, ୧୦୦ଟି ଇଲେକ୍ଟ୍ରିକ୍ ବସ, ମଲଟିଲେଭଲ କାର ପାର୍କିଂ, ସାଂସ୍କୃତିକ କେନ୍ଦ୍ର, ଡ୍ରେନେଜ୍ ଓ ସ୍ୱରେଜର ଉନ୍ନତିକରଣ ତଥା ସମ୍ବଲପୁର ରେଳ ଷ୍ଟେସନର ଆଧୁନିକୀକରଣର ସ୍ୱପ୍ନ ଖୁବ ଶୀଘ୍ର ବାସ୍ତବ ରୂପ ନେବାକୁ ଯାଉଛି । ଏହି ସମସ୍ତ ପ୍ରକଳ୍ପ ସମ୍ବଲପୁରର ଅର୍ଥନୀତିକୁ ସୁଦୃଢ଼ କରିବା ସହ ଏଠାକାର ଲୋକମାନଙ୍କ ଜୀବନଶୈଳୀରେ ବ୍ୟାପକ ପରିବର୍ତନ ଆଣିବ ।

ଶିକ୍ଷା କ୍ଷେତ୍ରରେ ସମ୍ବଲପୁରକୁ ଏକ ପ୍ରମୁଖ କେନ୍ଦ୍ର ଭାବେ ଗଢ଼ିବା ପାଇଁ ପିଏମ-ଉଷା ଯୋଜନାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ୧୦୦ କୋଟି ଏବଂ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଓ ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟକୁ ୨୦ କୋଟି ଲେଖାଏଁ ଅନୁଦାନ ଦିଆଯାଇଛି । କୁଚିଣ୍ଡାରେ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇଥିବା ବେଳେ ରେଢାଖୋଲବାସୀଙ୍କ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠାର ବହୁ ପ୍ରତିକ୍ଷୀତ ସ୍ୱପ୍ନ ମଧ୍ୟ ପୂରଣ ହୋଇଛି । ଜିଲ୍ଲାର ୨୨ଟି ସ୍କୁଲକୁ ପିଏମ ଶ୍ରୀ ଯୋଜନା ଏବଂ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ରେ ୨ଟି ବିଦ୍ୟାଳୟକୁ ସାମିଲ କରାଯାଇଛି । ଏହି ସମସ୍ତ ପଦକ୍ଷେପ ଆମର ଛାତ୍ରଛାତ୍ରୀମାନଙ୍କୁ ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବାରେ ସହାୟକ ହେବ ।

ଏହା ସହ ଲୋକ ମହୋତ୍ସବ ସହ ପଲ୍ଲିଶ୍ରୀ ମେଳାର ଆୟୋଜନ ପ୍ରଧାନମନ୍ତ୍ରୀଙ୍କ ‘ଭୋକାଲ୍ ଫର୍ ଲୋକାଲ୍‌’ ଏବଂ ଆତ୍ମନିର୍ଭର ଭାରତ ଅଭିଯାନକୁ ସଫଳ କରୁଛି । ସମ୍ବଲପୁରର ପ୍ରଗତି ହିଁ ବିକଶିତ ଓଡ଼ିଶାର ପଥ ପ୍ରଶସ୍ତ କରିବ ବୋଲି ମନ୍ତ୍ରୀ କହିବା ସହ ସହରକୁ ସ୍ୱଚ୍ଛ ଓ ସୁନ୍ଦର କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ‘ସମ୍ବଲପୁର ଲୋକ ମହୋତ୍ସବ’ ମାଧ୍ୟମରେ କଳା, ସଂସ୍କୃତି ଓ ପରମ୍ପରାକୁ ଉଜାଗର କରୁଥିବାରୁ ଓଡ଼ିଶା ସରକାରଙ୍କ ସଂସ୍କୃତି, ପର୍ଯ୍ୟଟନ ବିଭାଗ ଏବଂ ଜିଲ୍ଲା ସଂସ୍କୃତି ପରିଷଦ, ସମ୍ବଲପୁରର ସମସ୍ତ ସଦସ୍ୟମାନଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande