ଛାତ୍ରୀଙ୍କ ଆତ୍ମ ସୁରକ୍ଷା ତାଲିମ୍ ଶିବିର ଉଦଯାପିତ
ନୂଆପଡ଼ା, ୮ ଡ଼ିସେମ୍ବର (ହି.ସ.)- ନୂଆପଡ଼ା ସ୍ଥିତ ନେସନାଲ କଲେଜରେ ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀ ମାନଙ୍କ ଆତ୍ମସୁରକ୍ଷା ତାଲିମ୍ ଶିବିର ଆଜି ଉଦଯାପିତ ହୋଇଯାଇଛି । ଡିସେମ୍ବର ୨୬ରେ ଶିବିର ଉଦଘାଟନ ହୋଇ ଦୀର୍ଘ ୧୫ ଦିନ ବ୍ୟାପୀ ତାଲିମ ଗ୍ରହଣ ପରେ ଆଜି ଉଦଯାପନୀ ହୋଇଯାଇଅଛି । କଳା, ବିଜ୍ଞାନ ଓ ବା
Self defence


ନୂଆପଡ଼ା, ୮ ଡ଼ିସେମ୍ବର (ହି.ସ.)- ନୂଆପଡ଼ା ସ୍ଥିତ ନେସନାଲ କଲେଜରେ ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀ ମାନଙ୍କ ଆତ୍ମସୁରକ୍ଷା ତାଲିମ୍ ଶିବିର ଆଜି ଉଦଯାପିତ ହୋଇଯାଇଛି । ଡିସେମ୍ବର ୨୬ରେ ଶିବିର ଉଦଘାଟନ ହୋଇ ଦୀର୍ଘ ୧୫ ଦିନ ବ୍ୟାପୀ ତାଲିମ ଗ୍ରହଣ ପରେ ଆଜି ଉଦଯାପନୀ ହୋଇଯାଇଅଛି । କଳା, ବିଜ୍ଞାନ ଓ ବାଣିଜ୍ୟର ସମସ୍ତ ବର୍ଗରୁ ୨୦୪ ଜଣ ଛାତ୍ରୀ ଏଥିରେ ଭାଗ ନେଇଥିଲେ। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସଂଯୋଜିକା ଡ଼ ପ୍ରଣତୀ ପଣ୍ଡା ଯୋଗ ଦେଇ ଛାତ୍ରୀ ମାନଙ୍କୁ ସମ୍ବୋଧନ କରିଥିଲେ। ଉଦଯାପନୀ ଉତ୍ସବରେ କଲେଜ୍ ଅଧ୍ୟକ୍ଷ ହିତେଶ କୁମାର ସାହୁ, ବିଧାନ ଚନ୍ଦ୍ର ମିଶ୍ର, ମମତା ପଟ୍ଟାନାୟକ, ବୈଦ୍ୟନାଥ ଗର୍ତିଆ, ନମ୍ରତା ତ୍ରିପାଠୀ, ଅତିଥି ରୂପେ ଯୋଗଦେଇ ଥିଲେ ଓ ତାଙ୍କର ଅଭିଭାଷଣରେ ଛାତ୍ରୀ ମାନଙ୍କୁ ଆତ୍ମବିଶ୍ୱାସ ତଥା ସବୁଦିନ ଅଭ୍ୟାସ ପାଇଁ ଆହ୍ୱାନ କରିଥିଲେ।ଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରଯାଇଥିଲା। ମାଷ୍ଟର ଟ୍ରେନର ସୁରେଖା ବାଗ ଛାତ୍ରୀ ମାନଙ୍କୁ ତାଲିମ୍ ପ୍ରଦାନ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande