
ବଲାଙ୍ଗୀର, ୦୮ ଜାନୁଆରୀ(ହି.ସ.) – ପୃଥ୍ୱୀରାଜ ହାଇସ୍କୁଲ ଖେଳ ପଡିଆ ଠାରେ ବଲାଙ୍ଗୀର ଫ୍ରେଣ୍ଡ୍ସକ୍ଳବ ପକ୍ଷରୁ ରାଜ୍ୟ ସ୍ତରୀୟ ଫୁଟବଲ ପ୍ରତିଯୋଗୀତା ଚତୁର୍ଥ ଦିନରେ ପହଁଚିଛି। ଆଜିର ଏହି ପ୍ରତିଯୋଗିତାରେ କ୍ଳବର ସଭାପତି ଲୋଟସ ଷଢଙ୍ଗୀଙ୍କ ସଭାପତିତ୍ୱରେ ମୂଖ୍ୟ-ଅତିଥି ଭାବରେ ଅତିରିକ୍ତ ଜିଲ୍ଲପାଳ ବିଜୟନନ୍ଦ ସେଠି, ସମ୍ମାନିତ ଅତିଥି ଭାବରେ ଜିଲ୍ଳା ପ୍ରକଳ୍ପ ଅଧିକାରୀ ତରଣୀ ସୁନା, ଜିଲ୍ଳା ମୁଖ୍ୟ ଚିକିତ୍ସାଅଧିକାରୀ ଡ଼ଃ ପୁଷ୍ପାଞ୍ଜଳି ମିଶ୍ର, ତହସିଲଦାର ଲଗ୍ନଜୀତ ବେହରା,ଡ଼ଃ ତୁଷାର ଠାକୁର, ସେନ୍ତୁରୀୟାନ ୟୁନିଭେର୍ସିଟି ର ଡାଇରେକ୍ଟର ଡ଼ଃ ପ୍ରଦୀପ ଷଡ଼ଙ୍ଗୀ, ଡ଼ଃ ଜୟଶଙ୍କର ମିଶ୍ର, କ୍ଲକର ସଧାରଣ ସମ୍ପାଦକ ଜଗନ୍ନାଥ ମିଶ୍ର, ସଂଯୋଜକ ମନୋଜ ମିଶ୍ର ଏବଂ ମଧୁ ବନଛୋର ମଂଚାସିନ ଥିଲେ। ଦେବାଶିଷ ବାଗ, ସୁଦର୍ଶନ ସେଠ, ସଞ୍ଜନ କୁଡ଼େଇ, ଜ୍ୟୋତି ମହାନନ୍ଦ, ଜିତୁ ଦଳାଇ ଖେଳ ପରିଚାଳନା କରିଥବା ବେଳେ ମ୍ୟାଚ କମିସନର ଭାବରେ ଶୁନିଲ ଚନ୍ଦ୍ର ବିଶ୍ୱାଲ ରହିଥିଲେ। ଆଜି ଚତୁର୍ଥୀଦିନ ରେ ସ୍ପୋର୍ଟ ହଷ୍ଟେଲ ବଲାଙ୍ଗୀର ଏବଂ ଝାରସୁଗୁଡା ଫୁବବଳ କ୍ଳବ ମଧ୍ୟରେ ହୋଇଥିଲା, ନିର୍ଦ୍ଧାରିତ ସମୟ ମଧ୍ୟରେ ଉଭୟ ଦଳ ପରସ୍ପର ଗୋଲ ଦେଇନଥିଲେ... ପରିଶେଷରେ ଝାରସୁଗୁଡା ଦଳ ପେନଲଟି ସୁଟ ଆଉଟ ଜରିଆରେ ୫-୩ ଗୋଲରେ ବଲାଙ୍ଗୀର ଦଳ କୁ ପରାସ୍ତ କରି ସେମି ଫାଇନାଲକୁ ଉତିନ୍ନ ହୋଇଥିଲା। ବିଶିଷ୍ଠ କ୍ରିଡାବିତ ଲୋକନାଥ ନେପାକ ଏବଂ ଜୟ ନାରାୟଣ ମେହେରଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ମର୍ଦ୍ଧନା କରାଯାଇଥିଲା। ପବିତ୍ର ଖୁଂଟିଆ, ମଧୁ ବନଛୋର, ଲକ୍ଷ୍ମୀ ସ୍ୱାଇଁ, କିଶୋର ଦଣ୍ଡସେନା, ସୋମନାଥ ମିଶ୍ର , ଗୋବିନ୍ଦ ଶତପଥୀ, ସଞ୍ଜୀବ ସାହୁ, ମନୋଜ କୁମାର ମିଶ୍ର,ଆକାଶ ମିଶ୍ର, ମନୋଜ ଦୀପ, ପୃଥୀରାଜ ବରାଡ, ରାମ ନାଏକ, ସୋନୁ ପଟ୍ଟନାୟକ, ପୂର୍ଣ୍ଣ ତ୍ରୀପାଠୀ, ଦେବେନ ପାତ୍ର, ଟିକିି ମହାପାତ୍ର, ଟିକୁ ପରିଚ୍ଚା, ନିତ୍ୟା ପଧାନ, ସରୋଜ ସାହୁ ସନତ ତ୍ରିପାଠୀ, ପୃଥ୍ୱୀରାଜ ବରାଡ଼,ବିକାଶ ସା, ଆରୋ ରଞ୍ଜନ ମହାପାତ୍ର, ବିଦ୍ୟା ସାହୁ, ପ୍ରଦୀପ ସାହୁ, ଅରୁଣ ପଧାନ, ଯତୀନ୍ଦ୍ର ମିଶ୍ର, ସୁଶାନ୍ତ ନେଗୀ ପ୍ରମୁଖ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ। ଆସନ୍ତା କାଲି ର ଖେଳ ମୟୁରଭଞ୍ଜ ଓ ଢେଙ୍କାନାଳ ମଧ୍ୟରେ ଖେଳ ଅନୁଷ୍ଠିତ ହେବ ବୋଲି କମିଟୀ ପକ୍ଷରୁ ସୁଚନା ଦେଇଛନ୍ତି। ସଭାକୁ ଶରତ ନନ୍ଦ ପରିଚାଳନା କରିଥିବା ବେଳେ କ୍ଲବର ସଧାରଣସମ୍ପାଦକ ଶ୍ରୀ ମିଶ୍ର ଧନ୍ୟବାଦ ଦେଇଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ