ଅର୍ଥନୀତି ଓ ପରିସଂଖ୍ୟାନ ବିଭାଗ ଅତିରିକ୍ତ ନିର୍ଦେଶକଙ୍କ କେନ୍ଦୁଝର ଗସ୍ତ
କେନ୍ଦୁଝର, ୦୮ ଜାନୁଆରୀ(ହି.ସ.) – ଓଡ଼ିଶା ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସବ୍ୟସାଚୀ ଦତ, ବିଷୟ ବିଶେଷଜ୍ଞ ଡ. କୈଳାସ ଚନ୍ଦ୍ର ପାଣି ଏବଂ ପରିସଂଖ୍ୟାନ ଅଧିକାରୀ ରାମଚନ୍ଦ୍ର ମିଶ୍ର ଗତ. ୦୬/୦୧/୨୦୨୬ ରେ ଘସିପୁରା ବ୍ଲକର ଅଳତି ଗ୍ରା.ପ. ଅନ୍ତର୍ଭୁକ୍ତ ପଦନପୁର
Sataistic dept


କେନ୍ଦୁଝର, ୦୮ ଜାନୁଆରୀ(ହି.ସ.) – ଓଡ଼ିଶା ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସବ୍ୟସାଚୀ ଦତ, ବିଷୟ ବିଶେଷଜ୍ଞ ଡ. କୈଳାସ ଚନ୍ଦ୍ର ପାଣି ଏବଂ ପରିସଂଖ୍ୟାନ ଅଧିକାରୀ ରାମଚନ୍ଦ୍ର ମିଶ୍ର ଗତ. ୦୬/୦୧/୨୦୨୬ ରେ ଘସିପୁରା ବ୍ଲକର ଅଳତି ଗ୍ରା.ପ. ଅନ୍ତର୍ଭୁକ୍ତ ପଦନପୁର ଗ୍ରାମ ଓ ଆନନ୍ଦପୁର ବ୍ଲକ ବେଲବାହାଳି ଗ୍ରା.ପ. ର ସିଆପଦା ଗ୍ରାମକୁ ୭ମ କ୍ଷୁଦ୍ର ଜଳସେଚନ ଗଣନା ଓ ୨ୟ ଜଳାଶୟ ଗଣନା ର କ୍ଷେତ୍ର ତଦାରଖ କରିଛନ୍ତି। ଏହି ସର୍ଭେ କାର୍ଯ୍ୟ ପଦନପୁରରେ ଗଣନାକାରୀ ତଥା ଲୋକାଲୟୁଥ ଶ୍ରଦ୍ଧାଞ୍ଜଳୀ ନାୟକ ଓ ସିଆପଦା ଗ୍ରାମରେ ନୀଳିମାମୟୀ ରାଉତଙ୍କ ଦ୍ୱାରା କରାଯାଇଥିଲା। ତଦାରଖ ସମୟରେ କେନ୍ଦୁଝର ଜିଲ୍ଲା ଯୋଜନା ଓ ପରିସଂଖ୍ୟାନ ଉପନିର୍ଦ୍ଦେଶକ ଗଜେନ୍ଦ୍ର କୁମାର ବେହେରା ଓ ପରିସଂଖ୍ୟାନ ଅଧିକାରୀ ଅନୁପମା ପାତ୍ର ଉପସ୍ଥିତ ଥିଲେ। ଶ୍ରୀ ଦତ ଓ ଡ଼.ପାଣି ରାଷ୍ଟ୍ର ଗଠନରେ ଜଳସେଚନ ଗଣନାର ଗୁରୁତ୍ୱ, ଯୋଜନା ତିଆରିରେ ଏହାର ଭୂମିକା ଓ ତଥ୍ୟ ସଂଗ୍ରହର ଆବଶ୍ୟକତା ବିଷୟରେ ଗ୍ରାମବାସୀ, ଲୋକାଲୟୁଥ୍ ଓ ପରିସଂଖ୍ୟାନ କ୍ଷେତ୍ର କର୍ମଚାରୀଙ୍କୁ ତଥ୍ୟ ସଂଗ୍ରହ କରିବାର ପ୍ରଣାଳୀ ଓ ପଦ୍ଧତି ପୁଂଖାନୁପୁଂଖ ଭାବେ ବର୍ଣ୍ଣନା କରିଥିଲେ। ପରେ ଘଟଗାଁ ଅବସ୍ଥିତ ବଜାରରେ ମୂଲ୍ୟ ନିର୍ଧାରଣ ଯୋଜନା ସମ୍ବନ୍ଧୀୟ ତଥ୍ୟ ତର୍ଜମା କରିଥିଲେ। ସନ୍ଧ୍ୟାରେ ଶ୍ରୀ ଦତ ଓ ଡ଼.ପାଣି ଜିଲ୍ଲାପାଳ ବିଶାଲ ସିଂଙ୍କ ସହ ଆଲୋଚନା କରି ଗଣନା କାର୍ଯ୍ୟର ସୁଚାରୁରୂପେ ସଂମ୍ପାଦନ ସହ ସମସ୍ତ ଗଣନା କାର୍ଯ୍ୟର ଅଗ୍ରଗତି ବିଷୟରେ ଅବଗତ କରାଇବା ସହ ଜାନୁଆରୀ ୨୦୨୬ ସୁଦ୍ଧା ଗଣନା କାର୍ଯ୍ୟ ସାରିବା ବାବଦରେ ଜଣାଇଥିଲେ ଏବଂ ସମସ୍ତ ଲାଇନ ଡିପାର୍ଟମେଂଟର ପୁର୍ଣ୍ଣ ସହଯୋଗ ସହ କ୍ଷେତ୍ର ପରିଦର୍ଶନ କରିବାକୁ ଅବଗତ କରାଇଥିଲେ।

ପରଦିନ ଜାନୁଆରୀ ୭ରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଶ୍ରୀ ସବ୍ୟସାଚୀ ଦତଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ସବକମିଟିର ସଦସ୍ୟ ଏବଂ ସଂପୃକ୍ତ ଲାଇନ ଡିପାର୍ଟମେଂଟ ଅଧିକାରୀଙ୍କ ସହ ଆଲୋଚନା କରି କିପରି ସୁଚାରୁରୂପେ ଏହି ଗଣନା କାର୍ଯ୍ୟ ସରିବ, ସେ ବାବଦରେ ଅବଗତ କରାଇଥିଲେ। ପରେପରେ ୧୩ଟି ବ୍ଲକ ଓ ୫ଟି ମୁନିସିପାଲିଟି ଏବଂ ଏନଏସି ଅନ୍ତର୍ଗତ ସମସ୍ତ ଗଣନକାରୀ ତଥା ପରିସଂଖ୍ୟାନ କ୍ଷେତ୍ର କର୍ମଚାରୀ ଓ ଲୋକାଲୟୁଥ୍‌ଙ୍କ ସହ ଏକ କର୍ମଶାଳା ତଥା ରିଭୁମିଟିଙ୍ଗ କରାଯାଇ ଉପରୋକ୍ତ ସମୟ ସାରଣୀ ରେ ଗଣନା କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଗଣନା କାର୍ଯ୍ୟର ଗୁଣବତାକୁ ସର୍ବାଗ୍ରେ ଦୃଷ୍ଟି ଦେବାକୁ କହିଥିଲେ। ଏହି ରିଭୁ କାର୍ଯ୍ୟ ସୁଚାରୁରୂପେ ସମ୍ପାଦନା ପାଇଁ ପରିସଂଖ୍ୟାନ ଅଧିକାରୀ ଅନୁପମା ପାତ୍ର, ଅନୁସନ୍ଧାନକାରୀ ବିନ୍ଦିଆ ମୁଣ୍ଡା, ବରିଷ୍ଠ ସହାୟକ ଦୋଲମନି ହଂସ୍ ଓ କନିଷ୍ଠ ସହାୟକ ବିଷ୍ଣୁପ୍ରିୟା ଓଝା ସହଯୋଗ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande