ପାଟଣେଶ୍ୱରୀ ମନ୍ଦିର ୧୫୦ ବର୍ଷ ପୁର୍ତ୍ତିରେ ଶୁଭସ୍ତମ୍ଭ ସ୍ଥାପନ : ଫେବୃୟାରୀ ୨ ରୁ ୪ ପର୍ଯ୍ୟନ୍ତ ଝଲସିବ ପାଟଣେଶ୍ୱରୀ ମନ୍ଦିର
ବଲାଙ୍ଗିର, ୮ ଜାନୁଆରୀ (ହି.ସ.)- ବଲାଙ୍ଗିରର ଇଷ୍ଟଦେବୀ ମା'' ପାଟଣେଶ୍ୱରୀ ମନ୍ଦିରର ୧୫୦ ବର୍ଷ ପୁର୍ତ୍ତି ଅବସରରେ ଦେବାଳୟ ଐତିହ୍ୟ ଟ୍ରଷ୍ଟ ପକ୍ଷରୁ ମହୋତ୍ସବ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଜୋରସୋରରେ ଚାଲିଥିବା ବେଳେ ଆସନ୍ତା ଫେବୃୟାରୀ ୨ ରୁ ୪ ତାରିଖ ପର୍ଯ୍ୟନ୍ତ ପାଟଣେଶ୍ୱରୀ ମହୋତ୍ସବ ଆୟୋଜିତ
ପାଟଣେଶ୍ୱରୀ ୧୫୦ ବର୍ଷ ପୁର୍ତ୍ତିରେ ଶୁଭସ୍ତମ୍ଭ ସ୍ଥାପନ ଫେବୃୟାରୀ ୧ ରୁ ୪ ପର୍ଯ୍ୟନ୍ତ ଝଳସିବ ପାଟଣେଶ୍ୱରୀ ମନ୍ଦିର


ବଲାଙ୍ଗିର, ୮ ଜାନୁଆରୀ (ହି.ସ.)-

ବଲାଙ୍ଗିରର ଇଷ୍ଟଦେବୀ ମା' ପାଟଣେଶ୍ୱରୀ ମନ୍ଦିରର ୧୫୦ ବର୍ଷ ପୁର୍ତ୍ତି ଅବସରରେ ଦେବାଳୟ ଐତିହ୍ୟ ଟ୍ରଷ୍ଟ ପକ୍ଷରୁ ମହୋତ୍ସବ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଜୋରସୋରରେ ଚାଲିଥିବା ବେଳେ ଆସନ୍ତା ଫେବୃୟାରୀ ୨ ରୁ ୪ ତାରିଖ ପର୍ଯ୍ୟନ୍ତ ପାଟଣେଶ୍ୱରୀ ମହୋତ୍ସବ ଆୟୋଜିତ ହେବ । ଏହି ଉଦ୍ଦେଶ୍ୟରେ ରାଜପୁରୋହିତ ସନ୍ତୋଷ କୁମାର ଦାଶ ମା ପାଟଣେଶ୍ୱରୀ ରାଶି ନକ୍ଷତ୍ର ଓ ମହାରାଜଙ୍କ ରାଶିନକ୍ଷତ୍ରରେ ଦିନ ଧାର୍ଯ୍ୟ ହୋଇଥିଲା । ମା ପାଟଣେଶ୍ୱରୀ ମନ୍ଦିର ପରିସରରେ ଶୁଭସ୍ତମ୍ଭ ସ୍ଥାପନ ହୋଇଥିଲା । ପ୍ରଥମେ ମା ପାଟଣେଶ୍ୱରୀ ଦେବୀଙ୍କ ଗୁପ୍ତପୂଜା କରି ଆଜ୍ଞାମାଳ ଅଣାଯାଇଥିଲା । ବେଦମନ୍ତ୍ର ଓ ତନ୍ତ୍ରରେ ପୂଜା ଆୟୋଜିତ ହୋଇଥିଲା । ପୂଜାରେ କର୍ତ୍ତାରୂପେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ପୌରାଧ୍ୟକ୍ଷା ଲିକା ସାହୁ, ଡ. ରୁଦ୍ର ନାରାୟଣ ପଟେଲ, ଦେବାଳୟ ଐତିହ୍ୟ ଟ୍ରଷ୍ଟ ସଭାପତି ଜୟକୃଷ୍ଣ ମିଶ୍ର ଓ ତାଙ୍କ ଧର୍ମପତ୍ନୀ ଅନିତା ମିଶ୍ର ସଂକଳ୍ପ ନେଇଥିଲେ । ପଣ୍ଡିତ ସନ୍ତୋଷ କୁମାର ମିଶ୍ର, ପଣ୍ଡିତ ରଘୁନାଥ ଶତପଥି, ଅମୀତ ତ୍ରିପାଠି, ମନ୍ଦିର ପୂଜକ ମହେନ୍ଦ୍ର ଦିସ୍ରୀ ବେଦମନ୍ତ୍ର ଉଚ୍ଚାରଣ କରି ପୂଜା ଦାୟିତ୍ୱ ସହଯୋଗ କରିଥିଲେ । ଲଗ୍ନ ଅନୁସାରେ ଦିନ ୧୧ଟା ୩୦ ମି. ରେ ଶୁଭସ୍ତମ୍ଭକୁ ରାଜପୁରୋହିତ ସ୍ଥାପନ କରିଥିଲେ । ଆଗାମୀ ଦିନରେ ୬୦୦ ରୁ ଉର୍ଦ୍ଧ୍ୱ ମନ୍ଦିରକୁ ମା ଙ୍କ ନିୟତା ଯିବ ବୋଲି କମିିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା ।

ସୁରେନ୍ଦ୍ର କୁମାର ନେଗୀ, ଅଶ୍ୱିନୀ କୁମାର ପଟ୍ଟନାୟକ, ଦିନେଶ କୁମାର ଶର୍ମା, ରିଣ୍ଟୁ ସାହୁ, ଶମ୍ଭୁ ଶତପଥି, ମୁନା ପଟ୍ଟନାୟକ, ଲଳିତ ପୁଝାରୀ, ଅରୁଣ କୁମାର ମିଶ୍ର, ରସରାଜ ପୁରୋହିତ, ପ୍ରକାଶ ବରେଇ, ଆଶିଷ ମେହେର, ବିଶ୍ୱଜିତ ନାଥ, ବାବୁଲି ନାଏକ, ସଂଗୀତା ଦାଶ, ପ୍ରଶନ୍ନ ମିଶ୍ରଙ୍କ ସମେତ ସହରର ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଯୋଗ ଦେଇଥିଲେ । ଶେଷରେ ପ୍ରଶାନ୍ତ ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande