
ସୁବର୍ଣ୍ଣପୁର, ୦୮ ଜାନୁଆରୀ(ହି.ସ.) – ଆଜି ମହିମା ସୁବର୍ଣ୍ଣପୁର ଲୋକ ମହୋତ୍ସବ ୨୦୨୬ ଅବସର ରେ ମହୋତ୍ସବ ପଡ଼ିଆରେ ଏକ ସ୍ୱଚ୍ଛତା ଓ ପଲିଥିନ୍ ମୁକ୍ତ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା। ଜିଲ୍ଲା ପ୍ରଶାସନ ଓ ସ୍ୱଚ୍ଛ ଭାରତ ସଙ୍ଗଠନ ସଂଯୋଜନାରେ ଜିଲ୍ଲାପାଳ ଡ଼ ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି କାର୍ଯ୍ଯ କ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପଧାନ ଓ ବିଭିନ୍ନ ଅଧିକାରୀ ଯୋଗ ଦେଇଥିଲେ। ମହୋତ୍ସବ ପଡ଼ିଆରେ ପଲ୍ଲୀଶ୍ରୀ ମେଳାର ଚାରିପାଖେ ବୁଲି ସମସ୍ତ ଷ୍ଟଲ୍ ଆଗରେ ଥିବା ପଲିଥିନ୍ ଓ ଅଳିଆ ଆବର୍ଜ୍ଜନାକୁ ଗୋଟାଇ ସ୍ୱେଛାସେବୀଙ୍କ ସହ ନିଜେ ଜିଲ୍ଲାପାଳ ଓ ଏଡିଏମ ସଫା କରି ଷ୍ଟଲ୍ ମାଲିକଙ୍କୁ ସଚେତନ କରିଥିଲେ ଓ ଷ୍ଟଲ ସମ୍ମୁଖ ଓ ପଡ଼ିଆକୁ ସର୍ବଦା ସଫା ରଖିବାକୁ ତାଗିଦ୍ କରିଥିଲେ। ଜିଲ୍ଲା ପ୍ରଶାସନ, ସ୍ୱଚ୍ଛ ଭାରତ ସଙ୍ଗଠନ ସହିତ ସୋନପୁର କଳେଜ୍ ଏନ୍ସିସି କ୍ୟାଡେଟ ଏବଂ ଭାରତ ବିକାଶ ପରିଷଦ ଅନୁଷ୍ଠାନ, ଯୋଗ ସମିତି କର୍ମକର୍ତା ସହଯୋଗ କରିଥିଲେ। ସ୍ୱଚ୍ଛ ଭାରତ ସଙ୍ଗଠନ କୋଡିନେଟର ମନୋରଞ୍ଜନ ତ୍ରୀପାଠୀ , ବିକାଶ ପରିଷଦ ସଭାପତି ଦୁର୍ଯ୍ୟଧନ ସାହୁ, ସୋନପୁର କଲେଜ୍ ଏନ୍ ସି ସି ଲ୍ୟାଫ୍ଟନେଂଟ ଆଶିଷ କୁମାର ଅଗ୍ରୱାଲଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଅୟୋଜନ କରାଯାଇଥିଲା। ସମାଜ ସେବୀ ବୈକୁଣ୍ଠ ଶତପଥୀ, ପ୍ରମୋଦ ସାହୁ, ଲଡ଼ୁ କିଶୋର ମଲ୍ଲିକ, ରବୀନ୍ଦ୍ର ଜେନା, ସଞ୍ଜୟ ଷଡ଼ଙ୍ଗୀ, କ୍ଷୀରୋଦ ମେହେର, ରମାକାନ୍ତ କର, ଜ୍ୟୋତିର୍ମୟ ମିଶ୍ର, ଶୁଶାନ୍ତ ସାହୁ, ନରସିଂହ ବର୍ଗି, ଅମର ଭୁତ, ପ୍ରତାପ ଦାଶ, ନାରାୟଣ ଦାଶ, ଜୟନ୍ତ ବେହେରା, ତ୍ରିଲୋଚନ ତରିଆ, ଜୟ ନାରାୟଣ ସାହୁ, ବୀରବର ମେହେର, ନାରାୟଣ ମେହେର,ଦିବ୍ୟ ଊର୍ଯ୍ୟକ୍ଷ ଯୋଗ ସମିତିର ଅନନ୍ତ ଦାଶ, ଅନେକ କର୍ମକର୍ତା, ଓ ସୋନପୁର କଲେଜ୍ ଏନ୍ସିସି କ୍ୟାଡେଟ ଯୋଗ ଦେଇ ସ୍ୱଚ୍ଛ ଭାରତ ସୁସ୍ଥ ଭାରତ ପଲିଥିନ୍ ହଟାଅ ପରିବେଶ ବଂଚାଅ ଦେଶ ବଂଚାଅ ସ୍ଲୋଗାନ ଦେଇ ଦୋକାନୀ ଓ ସଧାରଣ ଲୋକଙ୍କୁ ସଚେତନ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ