
କେନ୍ଦ୍ରାପଡ଼ା, ୦୮ ଜାନୁଆରୀ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲାରେ ଭିନ୍ନକ୍ଷମମାନଙ୍କ ଥେରାପି ସେବା, ଅଧିକାର ସଚେତନତା ଓ ସଶକ୍ତିକରଣ ନିମନ୍ତେ କାର?୍ୟ୍ୟରତ ଅନୁଷ୍ଠାନ ପୁନର୍ବାସ ପକ୍ଷରୁ ଏକ ନିଆରା ସାଂସ୍କୃତିକ ଉତ୍ସବ “ଅଭିନ୍ନ”ସ୍ଥାନୀୟ ମାଧପୁରସ୍ଥିତ ଅମର ଉଦ୍ୟାନଠାରେ ଅନୁଷ୍ଠିତ ହୋଇଯାଇଛି। ଦିବ୍ୟାଙ୍ଗ ଶିଶୁ ଓ ସେମାନଙ୍କ ଅଭିଭାବକଙ୍କୁ ନେଇ ଏଇ ଭିନ୍ନ ଉତ୍ସବରେ ଚିତ୍ର,ସଙ୍ଗୀତ ଓ ନୃତ୍ୟ ପୁଣି ଶିଶୁଙ୍କ ମା’ମାନଙ୍କ ମଧ୍ୟରେ ଦୌଡ଼, ଢଗଢମାଳି ଓ ଚକ୍ଷୁପଟ୍ଟଳି ପରି ଏକାଧିକ ବିଭାଗରେ ଏକ ବନ୍ଧୁତ୍ୱପୂର୍ଣ୍ଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ଦୈନିକ ଜୀବନଚର?୍ୟ୍ୟାରେ ସାମାନ୍ୟ ଆନନ୍ଦଭରା ବିବିଧତା ଓ ଜୀବନ ପ୍ରତି ଉତ୍ସାହ ସୃଷ୍ଟି ନିମନ୍ତେ “ଅଭିନ୍ନ”ପରି ଏକ ସମ୍ବଳିତ ସାଂସ୍କୃତିକ ଉତ୍ସବର ପରିକଳ୍ପନା ବୋଲି ପୁନର୍ବାସର ପ୍ରତିଷ୍ଠାତା ବିରଜା ରାଉତରାୟ ପ୍ରକାଶ କରନ୍ତି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ଭିନ୍ନ ଭିନ୍ନ ବର୍ଗର ପ୍ରାୟ ୩୦ରୁ ଉର୍ଦ୍ଧ୍ୱ ଭିନ୍ନକ୍ଷମ ଶିଶୁ ହିତାଧିକାରୀ ଓ ସେମାନଙ୍କର ଅବିଭାବକମାନେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଅତିଥି ରୂପେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବେହୁରା, ଜିଲ୍ଲା ସଂସ୍କୃତି ଅଧିକାରୀ ତ୍ରିଭୁବନ ଜୟସିଂହ ଓ ବିଶିଷ୍ଟ ଲେଖକ ତଥା ଗବେଷକ ଗୋଲକ ବିହାରୀ ସିଂହ ପ୍ରମୁଖ ଯୋଗଦେଇ ଉଭୟ କୃତିତ୍ୱ ଅର୍ଜନ କରିଥିବା ଦିବ୍ୟାଙ୍ଗ ପ୍ରତିଯୋଗୀ ଶିଶୁ ଏବଂ ସେମାନଙ୍କ ମାତାମାନଙ୍କୁ ପୁରସ୍କୃତ କରିଥିଲେ। ଅନୁଷ୍ଠିତ ହୋଇଥିବା ସମସ୍ତ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପୁନର୍ବାସର ଷ୍ଟାପ୍ ଥେରାପିଷ୍ଟ୍ ଗୁଞ୍ଜନସ୍ମିତା ବେହେରା, କୀର୍ତୀ ଦାଶ, ସାଇଶ୍ରୀତା ମେକାପ, ସୌମ୍ୟରଞ୍ଜନ ଦାସ,ସଂଜୀବ କୁମାର ଜେନା, ରାଜେନ୍ଦ୍ର ମହାପାତ୍ର, କେଦାରନାଥ ବାରିକ, ଧରଣୀଧର ସେଠୀ,ଶିବାନୀ ପ୍ରିୟଦର୍ଶିନୀ ଭୋଳ, ମିହିର ରଞ୍ଜନ ବାରିକ,ରଞ୍ଜନ ସ୍ୱାଇଁ, ପ୍ରଭାତ ସାମଲ ପ୍ରମୁଖ ପରିଚାଳନା କରିଥିଲେ। ଏହି ଅବସରରେ ସଭ୍ୟ ମହମ୍ମଦ୍ ଜାହିଦ୍ ଖାନ୍, ଜ୍ୟୋତିରଞ୍ଜନ ନାୟକ, ଶେଷଦେବ ପ୍ରସାଦ ଦାସ, ସଞ୍ଜୟ କୁମାର ଜେନା, କ୍ଷୀରୋଦ କର ପ୍ରମୁଖ ଉପସ୍ଥିତ ଥାଇ ଦିବ୍ୟାଙ୍ଗ ଶିଶୁଙ୍କୁ ଉତ୍ସାହିତ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି