
ଭୁବନେଶ୍ୱର, 08 ଜାନୁଆରି (ହି.ସ.) -ନୂଆ ମୋବାଇଲ ଟାୱାର
ନିର୍ମାଣରେ ବାଧକ ସାଜିଛନ୍ତି ସରକାରୀ ବାବୁ । ପୌରାଞ୍ଚଳ ଗୁଡିକରେ ମୋବାଇଲ କମ୍ପାନୀ ଗୁଡିକୁ
ସହଯୋଗ କରୁନାହାନ୍ତି ସରକାରୀ ଅଧିକାରୀ । ଏ ନେଇ ସମସ୍ତ ପୌରାଞ୍ଚଳ ଅଧିକାରୀଙ୍କୁ ଚିଠି ଲେଖିଲା
ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ । ଚିଠିରେ ଉଲ୍ଲେଖ ରହିଛି ଯେ ଟେଲିକମ ସେବା ଯୋଗାଉଥିବା ଓ
ଇଣ୍ଟରନେଟ ସେବା ଯୋଗାଉ ଥିବା କମ୍ପାନୀ ଗୁଡିକୁ ସହଯୋଗ କରିବା ପରିବର୍ତ୍ତେ ତାଙ୍କର ବିଭିନ୍ନ
ସାମଗ୍ରୀକୁ ସିଜ କରୁଛନ୍ତି ଅଧିକାରୀ । ଏନଓସିନଥିବା ଅଭିଯୋଗରେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉଛି । ଏ ନେଇ ଟିଆଇଏଫଏମଏସପୋର୍ଟାଲ ଜରିଆରେ ଟାଇମ ଲାଇନ ଭିତରେ ଏନଓସି ଦେବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ
ଦିଆଯାଇଛି । ଏନଓସିଆବେଦନ ପାଇଁ ଅନଲାଇନରେ
ବ୍ୟବସ୍ଥା ଥିବା ବେଳେ ଅଫଲାଇନ ଏନଓସିଆବେଦନ
ପାଇଁ କମ୍ପାନୀ ମାନଙ୍କୁ ବାଧ୍ୟ କରୁଛନ୍ତି ଅଧିକାରୀ । ଏହାକୁ ଗୁରୁତର ସହ ନେବା ପାଇଁ ସମସ୍ତ ଜିଲାପାଳ
ମାନଙ୍କୁ ଚିଠି କରିଛନ୍ତି ରାଜ୍ୟ ସରକାର । ଗ୍ରାଉଣ୍ଡରେ ଥିବା ଅଧିକାରୀ ମାନଙ୍କୁ ଏ ନେଇ
ତୁରନ୍ତ ନିର୍ଦ୍ଦେଶ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା