
ଧର୍ମଶାଳା,୮ଜାନୁଆରି(ହି.ସ.) - ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଜାରକା ଗଳି ପୋଲ ନିକଟରେ ଯୁବକର ହାଇ ଡ୍ରାମା । ଜେନାପୁର ଥାନା ବୋଲେରୋ ଗାଡି(ଓଡି୦୫ଏପି୨୭୧୪)କୁ ଅଟକାଇ ଯୁବକର ଡାଇଡ୍ରମା । ଫଳରେ କିଛି ସମୟ ପାଇଁ ଜାରକା ବଜାରରେ ଭିଡ ଜମିଥିଲା । ଗଳି ପୋଲରେ ଗାଡିରେ କେହି ପୁଲିସ କର୍ମଚାର ନ ଥିଲେ । ଗାଡି ଚାଳକ ଜଣକ ଦୃତ ଗତିରେ ଯିବା ଫଳରେ ଉକ୍ତ ଯୁବକ ଭୟ ଭିତ ହୋଇ ଗାଡି ଅଟକାଇ ଗାଡିରେ କାଗଜ ପତ୍ର ନଥିବା ସହ ପଛରେ ନମ୍ବର ପ୍ଲେଟ ନ ଥବା ନେଇ ହୋ ହାଲ୍ଲା କରିଥିଲା । ଫଳରେ ଧର୍ମଶାଳା ପୁଲିସ ଉକ୍ତ ଯୁବକକୁ ଥାନା ନେଇ ପଚରା ଉଚୁରା କରୁଥିବା ଜଣାପଡିଛି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ