ବ୍ରହ୍ମବରଦା ଡିଗ୍ରୀ ମହାବିଦ୍ୟାଳୟରେ ଜାତୀୟ ସଡକ ସୁରକ୍ଷା ମାସ ଅଭିଯାନ
ଧର୍ମଶାଳା,୮ଜାନୁଆରି(ହି.ସ.) - ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଡିଗ୍ରୀ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଓ ୟୁଥ୍ ରେଡ୍ କ୍ରସ୍ ଆନୁକୂଲ୍ୟରେ ସଡକ ସୁରକ୍ଷା ମାସ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସଡକ ସୁରକ୍ଷା ପ୍ଲାକାର୍ଡ ଧରି
ବ୍ରହ୍ମବରଦା ଡିଗ୍ରୀ ମହାବିଦ୍ୟାଳୟରେ ଜାତୀୟ ସଡକ ସୁରକ୍ଷା ମାସ ଅଭିଯାନ


ଧର୍ମଶାଳା,୮ଜାନୁଆରି(ହି.ସ.) - ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଡିଗ୍ରୀ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଓ ୟୁଥ୍ ରେଡ୍ କ୍ରସ୍ ଆନୁକୂଲ୍ୟରେ ସଡକ ସୁରକ୍ଷା ମାସ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସଡକ ସୁରକ୍ଷା ପ୍ଲାକାର୍ଡ ଧରି ବ୍ରହ୍ମବରଦା ଅଂଚଳକୁ ଶୋଭାଯାତ୍ରାରେ ଯାଇ ଜନସାଧାରଣ ଓ ବାଇକ୍ ଚାଳକମାନଙ୍କୁ ସଚେତନ କରାଇ ଥିଲେ । ମହାବିଦ୍ୟାଳୟ ସଭାଗୃହ ପରିସରରେ ଅଧ୍ୟକ୍ଷ ମହେଶ୍ୱର ପାଢୀଙ୍କ ସଭାପତିତ୍ୱରେ ଅତିଥିଭାବେ ଚଣ୍ଡିଖୋଲ ଆଂଚଳିକ ପରିବହନ ଅତିରିକ୍ତ ଅଧିକାରୀ ଖଗେଶ୍ୱର ମୁର୍ମୁ,ଚଣ୍ଡିଖୋଲ ଟ୍ରାଫିକ୍ ଇନିସପେକ୍ଟର ଯୁଗଳ କିଶୋର ତିରିଆ,ଓଡିଶା ସରକାରଙ୍କ ଛତିଆ ଟ୍ରେନିଂ ସେଂଟର ମୁଖ୍ୟ ପ୍ରଦୀପ କୁମାର ଘଡାଇ, ରୋଡ ସେଫ୍ଟି ଫିଜିକାଲିଷ୍ଟ ସନ୍ତୋଷ କୁମାର ମିଶ୍ର,ବ୍ରହ୍ମବରଦା ଥାନା ଅଧିକାରିଣୀ ଜୟନ୍ତୀ ମଲ୍ଲିକ,ଜାତୀୟ ସେବା ଯୋଜନା ତଥା ୟୁଥ୍ ରେଡ୍ କ୍ରସ୍ ସଂଯୋଜକ ବାବୁଲା ରଣା ଓ ବ୍ରହ୍ମବରଦା ଥାନା ଏଏସ୍‌ଆଇ ଅଚ୍ୟୁତାନନ୍ଦ ଦାସ ପ୍ରମୁଖ ଯୋଗ ଦେଇ ସତର୍କ ମୂଳକଭାବେ ଗାଡି ଚାଳନା କରିବା ଆମର ପ୍ରଥମ ଦାୟିତ୍ୱ ଓ ଶୃଙ୍ଖଳିତଭାବେ ଗାଡି ଚାଳନା କଲେ କୌଣସି ସଚେତନତା କରିବା ଆବଶ୍ୟକ ନାହିଁ ବୋଲି ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ଅଧ୍ୟାପକ ସୌଭାଗ୍ୟ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଅମୂଲ୍ୟ କୁମାର ପତି ସ୍ୱାଗତ ଭାଷଣ ଓ ଅଧ୍ୟାପକ ସଂଜୟ କୁମାର ପ୍ରଧାନ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଶେଷରେ ଅଧ୍ୟାପକ ଡ. ରଶ୍ମିକାନ୍ତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଅଧାପକ ଶିବପ୍ରସାଦ ସାହୁ,ଅଧ୍ୟାପିକା ଜୟନ୍ତୀ ନାୟକ,ରଶ୍ମିତା ସାମଲ,ସାଗରିକା ଦାସ,ସଂଜିତା ପରୱିନ୍‌,ଧର୍ମେନ୍ଦ୍ର ମହାନ୍ତି,ବିନୟ କୁମାର ରାଉତ,ବିବେକାନନ୍ଦ ଜେନା ଓ ସୁନିଲ କୁମାର ଓଝା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande