
ଧର୍ମଶାଳା,୯ଜାନୁଆରୀ(ହି.ସ.) - ନାବାଳିକାକୁ କମେଂଟ୍ ମରାକୁ ନେଇ ଭଭୟ ପକ୍ଷରୁ ଗଣ୍ଡଗୋଳ ଘଟିଛି । ଏହି ଘଟଣାରେ ଉଭୟ ପକ୍ଷରୁ ୪ଜଣ ଆହତ ହୋଇଥିବା ବେଳେ ଆଜି ପୁଲିସ ଉଭୟ ପକ୍ଷରୁ ମୋଟ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ଗିରଫ ଯୁବକମାନେ ହେଲେ ଝାଲପଡା ଗ୍ରାମର ମହେନ୍ଦ୍ର ମଲ୍ଲିକଙ୍କ ପୁଅ ସାଗର ଓ ଅନ୍ୟ ଏକ ଗୋଷ୍ଠୀର ସାଗର ମଲ୍ଲିକ,ପ୍ରଶାନ୍ତ ମଲ୍ଲିକ ଓ ସୁଶାନ୍ତ ମଲ୍ଲିକ ବୋଲି ଜଣା ପଡିଛି । ଏଭଳି ଘଟଣା ଘଟିଛି ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଥାନା ଅଧିନସ୍ଥ ଝାଲପଡା ଗ୍ରାମରେ ।
ଅଭିଯୋଗ ମୁତାବକ,ଗୁରୁବାର ଦିନ ସନ୍ଧ୍ୟାରେ ବ୍ରହ୍ମବରଦା ଥାନା ଅନ୍ତର୍ଗତ ଝାଲପଡା ଗ୍ରାମର ମହେନ୍ଦ୍ର ମଲ୍ଲିକଙ୍କ ନାବାଳିକା ନାତୁଣୀ ନଦୀ ବନ୍ଧ ରାସ୍ତା ଦେଇ ଯାଉଥିବା ବେଳେ ଏହି ଗ୍ରାମର ସାଗର ମଲ୍ଲିକ କମେଟ୍ ମରିଥିଲେ । ଏନେଇ ମହେନ୍ଦ୍ରଙ୍କ ପରିବାର ପକ୍ଷରୁ ଏହି ଘଟଣା ପଚରାଉଚୁରା କରିବା ସମୟରେ ଉଭୟଙ୍କ ମଧ୍ୟରେ ବଚସା ହୋଇ ଗଣ୍ଡଗୋଳ ହୋଇଥିଲା । ଏହି ଘଟଣାରେ ଉଭୟ ପକ୍ଷରୁ ୪ଜଣ ଆହତ ହୋଇଥିଲେ । ଏହି ଘଟଣାକୁ ନେଇ ଉଭୟ ପରିବାର ପକ୍ଷରୁ ବ୍ରହ୍ମବରଦା ଥାନାରେ ଅଭିଯୋଗ ହୋଇଥିଲା । ପୁଲିସ ଏହି ଘଟଣାରେ ୨ଟି ମାମଲା ରୁଜୁ କରି ଉଭୟ ପକ୍ଷରୁ ମୋଟ ୪ଜଣଙ୍କୁ ଗିରଫ କରି ଥିଲା । ଆଜି ୩ଜଣଙ୍କୁ କୋର୍ଟ ଚାଲାଣ କରାଯାଇ ଥିବା ବେଳେ ଜଣେ ନାବାଳକକୁ ଜେଜେବି ଯାଜପୁରକୁ ପଠାଇ ଦିଆ ଯାଇଥିବା ଥାନା ଅଧିକାରିଣୀ ଜୟନ୍ତୀ ମଲ୍ଲିକ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ