ପ୍ରେମିକା ଧୋକା ଦେବାରୁ ଟାୱାର ଉପରକୁ ଚଢ଼ି ପ୍ରେମିକର ଆତ୍ମହତ୍ୟା ଧମକ
ସୁବର୍ଣ୍ଣପୁର, ୯ ଜାନୁଆରୀ (ହି.ସ.)- ସୁବର୍ଣ୍ଣପୁର ଜିଲ୍ଲା ତରଭା ସହରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପ୍ରେମିକା କଥାବାର୍ତ୍ତା ନ ହେବାରୁ ମୋବାଇଲ ଧରି ୧୪୦ ଫୁଟ ଟାୱାର ଉପରକୁ ଚଢ଼ି ଯାଇ ପ୍ରେମିକର ଆତ୍ମହତ୍ୟା ଧମକ । ଗତକାଲି ସନ୍ଧ୍ୟାରେ ତରଭା ମାରୱାଡ଼ି ଧର୍ମଶାଳା ପଛପଟେ ଥିବା ଟାୱା
ପ୍ରେମିକା ଧୋକା ଦେବାରୁ ଟାୱାର ଉପରକୁ ଚଢ଼ି ପ୍ରେମିକର ଆତ୍ମହତ୍ୟା ଧମକ


ସୁବର୍ଣ୍ଣପୁର, ୯ ଜାନୁଆରୀ (ହି.ସ.)- ସୁବର୍ଣ୍ଣପୁର ଜିଲ୍ଲା ତରଭା ସହରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପ୍ରେମିକା କଥାବାର୍ତ୍ତା ନ ହେବାରୁ ମୋବାଇଲ ଧରି ୧୪୦ ଫୁଟ ଟାୱାର ଉପରକୁ ଚଢ଼ି ଯାଇ ପ୍ରେମିକର ଆତ୍ମହତ୍ୟା ଧମକ । ଗତକାଲି ସନ୍ଧ୍ୟାରେ ତରଭା ମାରୱାଡ଼ି ଧର୍ମଶାଳା ପଛପଟେ ଥିବା ଟାୱାରେ ଜଣେ ମାନସିକ ଅସ୍ଥିର ଥିବା ଯୁବକ ଚଢି ଯାଇଥିବା ଖବର ପ୍ରଚାରିତ ହେବା ମାତ୍ରେ ଘଟଣାସ୍ଥଳରେ ଲୋକାରଣ୍ୟ ହୋଇଯାଇଥିଲା । ତୁରନ୍ତ ପୋଲିସ ଓ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଯେତେ ଓହ୍ଲାଇବା ପାଇଁ ଚେଷ୍ଟା କଲେ ମଧ୍ୟ ପ୍ରଥମେ ବିଫଳ ହେଲେ । ଯେତେ ନୟାନ୍ତ ହୋଇ ଡ଼ାକିଲେ ମଧ୍ୟ ଜିଦ୍‌ରେ ଥିବା ଯୁବକଙ୍କ ପାଇଁ ନାକେଦମ୍ ହେଲେ ପୋଲିସ କର୍ମଚାରୀ । ପ୍ରେମିକା ଆସିଲେ ଯାଇ ଟାୱାରରୁ ଓହ୍ଲାଇବି ବୋଲି ଜିଦ୍ ଧରିଥିଲା ଯୁବକ । ଯୁବକ ଜଣକ ହେଲେ ତରଭା ସୁନାରି ପଡ଼ାର ସୁମିତ ସାହୁ (୨୬) । ଟାୱାର ଉପରୁ ପ୍ରେମିକାକୁ ଫୋନ କରି ତୁ ନ ଆସିଲେ ମୁଁ ମରିଯିବି ବୋଲି କହିଥିଲା। ଶେଷରେ ବାଧ୍ୟ ହୋଇ ତାଙ୍କ ପ୍ରେମିକା ସହ ଯୁବକଙ୍କୁ କଥାବାର୍ତ୍ତା କରାଇବା ପରେ ଯୁବକ ଜଣଙ୍କୁ ଅଗ୍ନିଶମ କର୍ମଚାରୀ ସୁରକ୍ଷିତ ଉଦ୍ଧାର କରିଥିଲେ ।

ଫାୟାର ଅଫିସର ଅନିଲ ମିଶ୍ରଙ୍କ ତତ୍ତ୍ଵାବଧାନରେ ମୁଖ୍ୟ ଆଗ୍ନିକ ସାହେବ ଭୋଇ, ସୁଶାନ୍ତ ବାରିକ ଟାୱାର ଉପରକୁ ଚଢ଼ି ସୁମିତକୁ ସୁରକ୍ଷିତ ଉଦ୍ଧାର କରିଥିଲେ । ବିଭାଗର ଆଗ୍ନିକ ହାବିଲଦାର ରତ୍ନାକର ପରିଡ଼ା, ସଚିଦା ସାଇ, ଖଗେଶ୍ୱର ଦୀପ, ମନବୋଧ ସେଠ୍, ଲକ୍ଷ୍ମୀକାନ୍ତ ବାଗ ଏବଂ ପୋଲିସ ବିଭାଗର ଏସଆଇ ରବୀନ୍ଦ୍ର ସାହୁ, ଏଏସଆଇ ସୁଧୀର ଜେନା, କନଷ୍ଟେବଳ ସାନନ୍ଦ ମଲ୍ଲିକ ଓ କୈଳାସ ଭୋଇ ପ୍ରମୁଖ ଉଦ୍ଧାର କାର୍ଯ୍ୟରେ ସାମିଲ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande