ଭଣ୍ଡାରିପୋଖରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉଦ୍‌ଯାପିତ
ଭଦ୍ରକ, ୯ ଜାନୁଆରୀ (ହି.ସ.) - ଏହି ଜିଲାର ଭଣ୍ଡାରିପୋଖରୀ ସରକାରୀ ଉଚ୍ଚବିଦ୍ୟାଳୟରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରତିକାନ୍ତ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନ ଉତ୍ସବରେ ଆନ୍ତର୍ଜାତିକସ୍ତରୀୟ ଟାଇକୋଣ୍ଡ ଖେଳାଳି ତଥା ଓଡ଼ିଶା ଟାଇକୋଣ୍ଡ
BHANDARIPOKHARI SCHOOL ANNUAL SPORTS


ଭଦ୍ରକ, ୯ ଜାନୁଆରୀ (ହି.ସ.) - ଏହି ଜିଲାର ଭଣ୍ଡାରିପୋଖରୀ ସରକାରୀ ଉଚ୍ଚବିଦ୍ୟାଳୟରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରତିକାନ୍ତ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନ ଉତ୍ସବରେ ଆନ୍ତର୍ଜାତିକସ୍ତରୀୟ ଟାଇକୋଣ୍ଡ ଖେଳାଳି ତଥା ଓଡ଼ିଶା ଟାଇକୋଣ୍ଡ ଆସୋସିଏସନ୍ ର ସମ୍ପାଦକ ଚିନ୍ମୟ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ରାଜ୍ୟ ସ୍ତରୀୟ ଖୋକ ଖେଳାଳି ରମେଶ ନାୟକ ,ମହୁରା ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ରବୀନ୍ଦ୍ର ମହାରଣା ଯୋଗଦେଇ ଖେଳ ମାନସିକ ଓ ଶାରୀରିକ ଦକ୍ଷତା ବୃଦ୍ଧି ସହ ଶିକ୍ଷାର ଏକ ଉପାଦେୟ ଉପାଦାନ ବୋଲି କହିଥିଲେ। ଶାରୀରିକ ଶିକ୍ଷକ ମାନସ କୁମାର ସାହୁ ପ୍ରତିଯୋଗିତା ପରିଚାଳନା କରିଥିଲେ।ଶିକ୍ଷୟିତ୍ରୀ ତପଜା ସାହୁ ଅତିଥି ମାନଙ୍କ ପରିଚୟ ପ୍ରଦାନ ଓ ବିଷ୍ଣୁ ପ୍ରିୟା ଯେନା ଧନ୍ୟବାଦ ଅର୍ପଣ କରିଥିଲେ। ତପନ କୁମାର ସାମଲ, ଚନ୍ଦ୍ର ଶେଖର ପାତ୍ର, ତୁଳସୀ ବେହେରା, ଜ୍ୟୋସ୍ନା ରାଣୀ ସାହୁ, ମନ୍ଦୋଦରୀ ସାହୁ, ଉର୍ମିଳା ନାୟକ, ବର୍ଷା ପ୍ରିୟଦର୍ଶିନୀ ମଲ୍ଲିକ ପ୍ରମୁଖ ବିଚାରକ ଭାବେ କାର୍ଯ୍ୟ କରିଥିଲେ। ବର୍ଷାରାଣୀ ପଲକ , ମହାମାୟା ମହାପାତ୍ର , ସତ୍ୟଜିତ୍ ଦାଶ, ଲମ୍ବୋଦର ଯେନା ଓ ହୃଷିକେଶ ସେଠି ପରିଚାଳନାରେ ସହାୟତା କରିଥିଲେ। ଏଥିରେ ୧୭୦ଜଣ ଛାତ୍ରଛାତ୍ରୀଙ୍କୁ ମେଡାଲ ଓ ମାନପତ୍ର ପ୍ରଦାନ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande