ବ୍ଲକ ପ୍ରଶାସନ ତରଫରୁ ଭୁବନ ମହୋତ୍ସବ
ଭୁବନ, ୯ ଜାନୁଆରୀ (ହି.ସ.) - ଭୁବନ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ରେ ବ୍ଲକ ପ୍ରଶାସନ ତରଫରୁ ଭୁବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଡ଼ିଓ ଆୟୁଷି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କାମାକ୍ଷା ନଗର ବିଧାୟକ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ସଞ୍ଜୟ ଦାସ ମୁଖ୍ୟ ଅତିଥି ଓ ପଂଚାୟତ ସମିତି
ବ୍ଲକ ପ୍ରଶାସନ ତରଫରୁ ଭୁବନ ମହୋତ୍ସବ


ଭୁବନ, ୯ ଜାନୁଆରୀ (ହି.ସ.) - ଭୁବନ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ରେ ବ୍ଲକ ପ୍ରଶାସନ ତରଫରୁ ଭୁବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଡ଼ିଓ ଆୟୁଷି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କାମାକ୍ଷା ନଗର ବିଧାୟକ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ସଞ୍ଜୟ ଦାସ ମୁଖ୍ୟ ଅତିଥି ଓ ପଂଚାୟତ ସମିତି ଅଧ୍ୟକ୍ଷା ସିପ୍ରା ବରାଳ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି ମହୋତ୍ସବ ଶୁଭାରମ୍ଭ କରିଥିଲେ। ଓଡ଼ିଶୀ ନୃତ୍ୟ,ଦାସ କାଠିଆ ସମେତ ଦେଶାତ୍ମବୋଧକ ନୃତ୍ୟ ସଙ୍ଗୀତ ପରିବେଷଣ କରାଯାଇଥିଲା । ଅତିରିକ୍ତ ବିଡ଼ିଓ ଅଶୋକ କୁମାର ମିଶ୍ର ଙ୍କ ଚଲତେ ଚଲତେ ମେରା ୟେ ଗିତ୍ ୟାଦ ରଖନା ... କଭି ଅଲବିଦା ନା କହନା ଗୀତରେ ଦର୍ଶକ ବିଭୋର ହୋଇଥିଲେ । ବସନ୍ତ କୁମାର ଦାସ ମଂଚ ପରିଚାଳନା କରିଥିବା ବେଳେ ବ୍ଲକ କର୍ମଚାରୀ ମାନେ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ । ସକାଳେ କାଳୀ ବଜାର ଠାରେ ଏକତା ଯାତ୍ରା ଅନୁଷ୍ଠିତ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande